ହେଡଲାଇନସ୍:

ତାଳପଦର ଏମଇ ସ୍କୁଲ ପଛପଟେ ଭୟାବହ ନିଆଁ, ଦମକଳ ବାହିନୀର ତତ୍ପରତାରେ ବଡ଼ ଦୁର୍ଘଟଣା ଟଳିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର :- ବରଗଡ଼ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମର ଏମଇ ସ୍କୁଲ ଓ ସରସ୍ବତୀ ଶିଶୁ ମନ୍ଦିର ମଝିରେ ହଠାତ୍ ଭୟାବହ ନିଆଁ ଲାଗିଯାଇଥିବାରୁ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା। ସ୍କୁଲ ପରିସର ନିକଟରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ।ଘଟଣା ସମ୍ପର୍କରେ ସୂଚନା ପାଇ ସ୍କୁଲର ହେଡମାଷ୍ଟର କମଳା କାନ୍ତ ସାହୁ ତୁରନ୍ତ ୧୧୨ ନମ୍ବରକୁ ଫୋନ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇଥିଲେ। ସୂଚନା ମିଳିବା ସହିତ ସଙ୍ଗେ ସଙ୍ଗେ ବିଜେପୁର ଦମକଳ ବାହିନୀ ଘଟଣାସ୍ଥଳକୁ ଚାଲିଆସିଥିଲା।ବିଜେପୁର ଦମକଳ ବାହିନୀର କେନ୍ଦ୍ରାଧିକାରି ଭକ୍ତଚରଣ ତାଣ୍ଡିଆ ମନୋଜ ପଧାନ, ମଳୟ ପ୍ରସାଦ ସାହୁ, ନିର୍ମଳ ତରିଆ, କମଳ ସ୍ୱାଇଁ, ଲକ୍ଷ୍ମଣ ଧାରୁଆ ଓ କେଶବ ସାହୁ ତତ୍ପରତାର ସହ ନିଆଁ ନିର୍ବାପଣ କାର୍ଯ୍ୟରେ ଲାଗିପଡ଼ିଥିଲେ। କିଛି ସମୟର ଦୀର୍ଘ ପ୍ରୟାସ ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିଲା।ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ସ୍କୁଲ ନିକଟରେ ଥିବା ଶୁଖିଲା ଘାସ ଓ ଝାଡ଼ କେହି ଦୁର୍ବୁତ୍ତ ନିଆଁ ଲଗେଇଥିବା ସନ୍ଦେହ କରାଯାଉଛି। ଯଦି ସମୟରେ ନିଆଁକୁ ଆୟତ୍ତ କରାଯାଇନଥାନ୍ତା, ତେବେ ସ୍କୁଲ ଭବନ ସହ ଆସପାସର ଘରବାଡ଼ିକୁ ବି ଭୟାବହ କ୍ଷତି ପହଞ୍ଚିଥାନ୍ତା।ଦମକଳ ବାହିନୀର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏକ ବଡ଼ ଦୁର୍ଘଟଣା ଟଳିଯାଇଥିବାରୁ ସ୍ଥାନୀୟ ଲୋକେ ଶାନ୍ତି ଅନୁଭବ କରିଛନ୍ତି। ଦମକଳ କର୍ମଚାରୀଙ୍କର ସାହସ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି।ଏପରି ଘଟଣାରୁ ଶିକ୍ଷା ନେଇ ସ୍କୁଲ ଓ ଆସପାସ ଅଞ୍ଚଳରେ ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ଆଉ ମଜବୁତ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।

0
0
0
s2sdefault