ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୩/୨/୨୬- ଆଜି ମଙ୍ଗଳବାର ସକାଳ ପ୍ରାୟ ୬ଟା ସମୟରେ ମାଲକାନଗିରି ସୀମାନ୍ତ ମୋଟୁଠାରୁ ମାଲକାନଗିରି ଅଭିମୁଖେ ଯାଉଥିବା ‘ପାତ୍ର ମାଁ ବାଙ୍କେଶ୍ୱରୀ’ ଯାତ୍ରୀବାହୀ ବସ୍ ପୁଷୁଗୁଡା ଛକ ପୂର୍ବରୁ ଏକ ସ୍ଥାନରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛ ସହ ପିଟିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ତେବେ ବସ୍ର ଆଗପଟ କାଚ ଓ ତଳଭାଗ ଭାଙ୍ଗି ପଡ଼ିଛି। ବସ୍ର ନମ୍ବର OD 30F 5119।
ବସ୍ ମାଲିକଙ୍କ କହିବା ଅନୁସାରେ, ଘଟଣା ସମୟରେ ବିପରୀତ ଦିଗରୁ ‘ସାଇ କୃଷ୍ଣା’ ନାମକ ଅନ୍ୟ ଏକ ବସ୍ ଆସୁଥିଲା। ଏହି ସମୟରେ ହଟାତ୍ ଗୋଟିଏ ଗୋରୁ ରାସ୍ତା ଉପରେ ପଳେଇ ଆସିଥିବାରୁ ଦୁର୍ଘଟଣା ଏଡ଼ାଇବାକୁ ବସ୍ ଚାଳକ ବାଲାନ୍ସ କରିବାକୁ ଯାଇ ବସ୍ଟିକୁ ରାସ୍ତାରୁ ତଳକୁ ନେଇଯାଇଥିଲେ। ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଦୁଇଟି ବସ୍ର ମୁହାଁମୁହିଁ ଧକ୍କା ହେବାରୁ ବଡ଼ ଦୁର୍ଘଟଣା ଟାଳି ଦିଆଯାଇଥିଲା ବୋଲି ବସ୍ ମାଲିକ ଦାବି କରିଛନ୍ତି।
ଘଟଣା ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍ରେ ଗନ୍ତବ୍ୟସ୍ଥଳକୁ ପଠାଯାଇଥିବାବେଳେ, କ୍ଷତିଗ୍ରସ୍ତ ବସ୍ଟିକୁ ପରେ ବସ୍ ମାଲିକ ଘଟଣାସ୍ଥଳରୁ ହଟାଇନେଇଥିବା ଜଣାପଡ଼ିଛି।








