ଓଡ଼ଗାଁ, ୩।୨ (ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟିର ସଭାପତି ପଦବୀରେ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ପୁନଃ ଚୟନ କରାଯାଇଥିବା ବେଳେ ଓଡ଼ଗାଁ ଏନଏସି କଂଗ୍ରେସ କମିଟିର ସଭାପତି ଭାବେ ବିଭୂତି ରାଉତଙ୍କୁ ଚୟନ କରାଯାଇଛି। ପୂର୍ଣ୍ଣଚନ୍ଦ୍ର ନାୟକ ପୂର୍ବ ଟର୍ମରେ ସଭାପତି ଭାବେ ସଫଳତାର ସହିତ ଦାୟିତ୍ୱ ପାଳନ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶଙ୍କ ସହିତ ଦଳର ଶୀର୍ଷ ନେତୃତ୍ୱ ପୁନର୍ବାର ତାଙ୍କ ଉପରେ ଆସ୍ଥା ପ୍ରକାଶ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସ ଚୟନ କମିଟି ପକ୍ଷରୁ ମଙ୍ଗଳବାର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକ ଓ ଏନଏସି କଂଗ୍ରେସ କମିଟିର ସଭାପତିମାନଙ୍କ ତାଲିକା ଘୋଷଣା କରାଯାଇଥିଲା। ଏହା ସହିତ ଜିଲ୍ଲା କଂଗ୍ରେସ କମିଟିରେ ୯ ଜଣ ଉପ-ସଭାପତି, ୧୯ ଜଣ ସାଧାରଣ ସମ୍ପାଦକ, ୧୬ ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କ ନାମ ଘୋଷିତ ହୋଇଛି। ୧୯ ଜଣ ସାଧାରଣ ସମ୍ପାଦକଙ୍କ ତାଲିକାରେ ଓଡ଼ଗାଁରୁ ପୂର୍ଣ୍ଣ ପାଣିଗ୍ରାହୀଙ୍କ ନାମ ସାମିଲ ହୋଇଥିବା ଜଣାପଡ଼ିଛି। ଚୟନ ତାଲିକାରେ ସ୍ଥାନ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ସହିତ ଜିଲ୍ଲା ସଭାପତି ଓ ସମ୍ପୃକ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ଚୟନ ତାଲିକା ପ୍ରକାଶ ପାଇବା ପରେ ନବନିଯୁକ୍ତ ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ କ୍ଷେତ୍ରରୁ ଶୁଭେଚ୍ଛା ଓ ଅଭିନନ୍ଦନର ବାର୍ତ୍ତା ଲାଗିରହିଛି ।
ରାଜ୍ୟ
ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର, ଏନଏସିରେ ବିଭୂତି
- Hits: 69








