କେନ୍ଦୁଝର,ତା୨୯/୧- କଲେଜ ରୋଡସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରର ଚତୁର୍ଥ ଶ୍ରେଣୀ ଛାତ୍ରୀ ରୋଜାଲିନ ମହାନ୍ତ ଓ ମନୋରମା ବାରିକ ଗତ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କେନ୍ଦୁଝରଗଡ ପୌରପାଳିକାରେ ତୃତୀୟ ଶ୍ରେଣୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ପ୍ରାର୍ଥନା ସଭାରେ ଏକ ସଭା କରାଯାଇ ସ॰ପୃକ୍ତ ଛାତ୍ରୀ ଦ୍ବୟଙ୍କୁ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ହୃଦାନନ୍ଦ ପ୍ରଧାନ, ସ॰ପାଦକ ଭାଗୀରଥି ଗିରି ଓ ସଦସ୍ୟା ମନ୍ଦାକିନୀ ବେହେରା ପୁଷ୍ପଗୁଚ୍ଛ ଦେଇ ଶୁଭାଶୀର୍ବାଦ କରିବା ସଙ୍ଗେ ସଙ୍ଗେ ଅଭିନନ୍ଦନ କରିଥିଲେ । ଏଥିରେ ପ୍ରଧାନାଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ । ଉକ୍ତ ଛାତ୍ରୀ ଦୁଇଜଣ ବିଦ୍ୟାଳୟର ଗୌରବ ବୃଦ୍ଧି କରିଥିବାରୁ ଗୁରୁଜୀ ଗୁରୁମା, ପରିଚାଳନା ସମିତିର ସମସ୍ତ ସଦସ୍ୟମାନେ ବଧେଇ ଜଣାଇବା ସଙ୍ଗେ ସଙ୍ଗେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ।
ରାଜ୍ୟ
କେନ୍ଦୁଝର,ବଣିଆପାଟ ଶିଶୁମନ୍ଦିରର କୃତିତ୍ବ
- Hits: 6








