ନୟାଗଡ଼(ବିଶ୍ୱଜିତ ନାୟକ): - ଶନିବାର ଛୁଟି ଦିନ ଥିଲେ ମଧ୍ୟ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ନିଜ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଛାନଭିନ୍ କରିଛନ୍ତି । ଠିକା କର୍ମଚାରୀଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ଠିକାସଂସ୍ଥା ଗୁଡ଼ିକୁ ତାଗିଦ୍ କରିଛନ୍ତି । କାର୍ଯ୍ୟରେ ଅବହେଳା କଲେ ବ୍ଲାକ ଲିଷ୍ଟ କରାଯିବାକୁ ଚେତାବନୀ ଦେଇଛନ୍ତି । ସବୁଠିକା ସଂସ୍ଥାରେ ରହିଥିବା ଖାଲି ପଦବୀ ଗୁଡ଼ିକ ତୁରନ୍ତ ପୁରଣ କରିବା ସହ ଆଗୁଆ ଯୋଗ୍ୟ କର୍ମଚାରୀ ଚୟନ କରି ରଖିବାକୁ କହିଛନ୍ତି । ଆବଶ୍ୟକ ପଡ଼ିଲେ ନୂତନ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ କହିଛନ୍ତି । ନୟାଗଡ଼ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ନେଇ ଆଜି ରୋଗୀ ଓ ରୋଗୀ ସମ୍ପର୍କୀୟମାନେ ବେଶ ଖୁସି ହୋଇଛନ୍ତି । ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳିପାରୁନାହିଁ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଜନଅସନ୍ତୋଷ ସୃଷ୍ଟି ହେଉଛି । ଜିଲ୍ଲାପାଳଙ୍କ ଅଚାନକ୍ ପରିଦର୍ଶନ ଦ୍ୱାରା କର୍ମଚାରୀଙ୍କ ମନରେ ଭୟ ରହିବା ସହ କାମ ସଠିକ ଭାବେ ହେବ ବୋଲି ଆଶା କରାଯାଉଛି । ଜିଲ୍ଲାପାଳ ନିରାମୟ କେନ୍ଦ୍ର ଓ ଅନ୍ୟାନ ସୁବିଧା ଅସୁବିଧା ସମ୍ପର୍କରେ ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ।
ରାଜ୍ୟ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ: ଠିକା କର୍ମଚାରୀଙ୍କ ଉପସ୍ଥାପନ ଯାଞ୍ଚ ଓ ସମୀକ୍ଷା
- Hits: 5








