ଭୁବନେଶ୍ୱର, ଜାନୁଆରୀ ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ନର୍ସିଂ ବିଭାଗ ପକ୍ଷରୁ ହସ୍ପିଟାଲ ପରିସରରେ ଗୁରୁବାର ‘ଜାତୀୟ ଆଇଭି ନର୍ସ ଦିବସ’ ପାଳିତ ହୋଇଯାଇଛି ।
ପ୍ରତ୍ୟେକ ବର୍ଷ ଜାନୁଆରୀ ୨୫ ତାରିଖରେ ‘ଜାତୀୟ ଆଇଭି ନର୍ସ ଦିବସ’ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଏକ ସପ୍ତାହ ବ୍ୟାପୀ ଏହି ସ୍ୱତନ୍ତ ଦିବସ ପାଳନ କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦେ୍ଧଶ୍ୟ ହେଉଛି ଆଇଭି ଚିକିତ୍ସା ପରିଚାଳନାରେ ନର୍ସମାନଙ୍କୁ ନିପୁଣ ଓ ଦକ୍ଷ କରାଇବା ସହିତ ସେମାନଙ୍କୁ ପ୍ରଶିକ୍ଷିତ କରାଇବା ।
ଏହି ଅବସରରେ ଚଳିତ ବର୍ଷର ପ୍ରସଙ୍ଗ ‘ଲେଟେଷ୍ଟ ଆଡଭାନସେସ୍ ଇନ୍ ବେଷ୍ଟ ପ୍ରାକି୍ଟସେସ୍ ଆଣ୍ଡ ଇନୋଭେସନ୍’କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ଏକ ପୁସ୍ତିକା ମଧ୍ୟ ଉନ୍ମୋଚନ କରାଯାଇଥିଲା ।
ଏହି ଅବସରରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ (ବ୍ଲଡ୍ ସେଫ୍ଟି) ଡାକ୍ତର ଦେବାଶିଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ନର୍ସମାନେ ହେଉଛନ୍ତି ହସ୍ପିଟାଲର ମେରୁଦଣ୍ଡ । ସେମାନଙ୍କର ନିଃସ୍ୱାର୍ଥପର ସେବା ମନୋବୃତି, ଦକ୍ଷତା, ଦୟା ମନୋଭାବ ଅସହ୍ୟ ପୀଡିତ ଥିବା ଲୋକଟି ମୁଖରେ ହସ ଫୁଟାଇଥାଏ । ତେଣୁ ସେମାନେ ରୋଗୀଟିର ସେବା କରିବା ପୂର୍ବରୁ ପ୍ରଥମେ ନିଜେ ପ୍ରଶିକ୍ଷିତ ଓ ନିଜର ଦକ୍ଷତାକୁ ସୁଦୃଢ କରିବା ଜରୁରୀ ବୋଲି ସେ ନର୍ସମାନଙ୍କୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ନର୍ସିଂ ହେଉଛି ଏକମାତ୍ର ବୃତି ଯେଉଁଥିରେ ସମାଜକୁ ଶତ ପ୍ରତିଶତ ସେବା ପ୍ରଦାନ କରାଯାଇଥାଏ । ନର୍ସିଂ ଏକ ବ୍ରତ ଓ ଏଥିରେ ଅନୁପ୍ରାଣିତ ହୋଇ ନର୍ସିଂ ଭଳି ଏକ ମହାନ ବୃତିକୁ ଗ୍ରହଣ କରିଥିବା ସମସ୍ତ ନର୍ସ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସେହିପରି ଖୋର୍ଦ୍ଧା ଜିଲ୍ଲା ଲେପ୍ରସି କନ୍ସଲଟାଂଟ୍ ଡାକ୍ତର ସୌମ୍ୟକାନ୍ତ ସତ୍ୟସୁନ୍ଦର ସମ୍ମାନିତ ଅତିଥି ଭାବେ ଓ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ବ୍ଲଡ୍ ଟ୍ରାନ୍ସଫୁ୍ୟଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ର୍ରଫେସର (ଡାକ୍ତର) ଗିରିଜାନନ୍ଦିନୀ କାନୁନ୍ଗୋ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଇଣ୍ଡିଆର ସିଇଓ କର୍ନେଲ୍ ବିନୁ ଶର୍ମା ଭର୍ଚୁଆଲୀ ଯୋଗ ଦେଇ ମନ୍ତବ୍ୟ ରଖିଥିଲେ ।
ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତି ମିଶ୍ର ଯୋଗ କହିଥିଲେ ଯେ ନର୍ସଙ୍କ ଉପରେ ରୋଗୀଙ୍କ ଭରସା ରହିଛି । ରୋଗୀମାନେ ଯେତେବେଳେ ହସ୍ପିଟାଲକୁ ଆସନ୍ତି ସେମାନେ ଚିନ୍ତା କରିବା ଦରକାର ଯେ ସେମାନେ ସୁରକ୍ଷିତ ସ୍ଥାନକୁ ଆସିଛନ୍ତି । ଏହା ନର୍ସମାନଙ୍କର ଉତର ଦାୟିତ୍ୱ ।
ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଆଡିସ୍ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭାମଞ୍ଜରୀ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୁଭଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ଇନ୍ଫୁ୍ୟଜନ୍ ନର୍ସ ସୋସାଇଟି (ଆଇଏନ୍ଏସ୍)ର ଭୁବନେଶ୍ୱର ସିଟି ଚାପ୍ଟରର ସଦସ୍ୟ, ଓଡିଶାର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ୍ ଓ ନର୍ସିଂ କଲେଜରୁ ୨୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ନର୍ସିଂ ଅଫିସରମାନେ ଯୋଗ ଦେଇଥିେଲେ । ଏହି ଅବସରରେ ବିଭିନ୍ନ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା ।
ରାଜ୍ୟ
ସମ୍ ହସ୍ପିଟାଲରେ ‘ଜାତୀୟ ଆଇଭି ନର୍ସ ଦିବସ’ ପାଳିତ
- Hits: 89








