ଭୁବନେଶ୍ୱର, ୨୨ ଜାନୁଆରୀ, ୨୦୨୬: ନୂଆଦିଲ୍ଲୀରେ ଅନୁଷ୍ଠିତ ଏଡିକନ ୨୦୨୬ ଅବସରରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) କୁ ଗ୍ରାମାଞ୍ଚଳରେ ଉନ୍ନତ ରାଜସ୍ୱ ଆଦାୟ ପାଇଁ ଏଆଇଡିଏ ଗୋଲ୍ଡ ଆୱାର୍ଡ’ ପ୍ରଦାନ କରାଯାଇଛି।
ଏହି ସ୍ୱୀକୃତି ସେଣ୍ଟ୍ରାଲ ଓଡ଼ିଶାର ଗ୍ରାମାଞ୍ଚଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଉପଭୋକ୍ତା ମାନଙ୍କ ସହ ସମ୍ପର୍କକୁ ଗଭୀର କରିବା ପାଇଁ ଟିପିସିଓଡିଏଲ ର ନିରନ୍ତର ପ୍ରୟାସକୁ ପ୍ରତିପାଦିତ କରୁଛି।
ଅଲ୍ ଇଣ୍ଡିଆ ଡିସକମ୍ ଆସୋସିଏସନ (ଏଆଇଡିଏ) ର ବାର୍ଷିକ ସମ୍ମିଳନୀରେ ମାନ୍ୟବର କେନ୍ଦ୍ର ଶକ୍ତି ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳରେ ସେବା ପ୍ରଦାନର ମାନ ବୃଦ୍ଧି ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଟିପିସିଓଡିଏଲ ପକ୍ଷରୁ ନିଆଯାଇଥିବା ଶୃଙ୍ଖଳିତ ପଦକ୍ଷେପ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ସଂସ୍କାରକୁ ଏହା ସ୍ୱୀକୃତି ପ୍ରଦାନ କରୁଛି।
ଏହି ସଫଳତା ସମ୍ପର୍କରେ ମତ ରଖି ଟିପିସିଓଡିଏଲ ର ସିଇଓ ଶ୍ରୀ ଅରଭିନ୍ଦ ସିଂ କହିଛନ୍ତି ଯେ, “ଏଆଇଡିଏ ର ଏହି ପୁରସ୍କାର ସେଣ୍ଟ୍ରାଲ ଓଡ଼ିଶାର ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଆମର ଟିମ୍ଗୁଡ଼ିକର ନିଷ୍ଠାକୁ ପ୍ରତିଫଳିତ କରୁଛି। କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ସକ୍ରିୟ ଗ୍ରାହକ ସମ୍ପର୍କ ମାଧ୍ୟମରେ ଆମେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରୁଛୁ ଏବଂ ସମାଜ ପାଇଁ ଭରସାଯୋଗ୍ୟ ତଥା ନିରନ୍ତର ବିଦ୍ୟୁତ ସେବା ନିଶ୍ଚିତ କରୁଛୁ।”
ଏହି ଏଆଇଡିଏ ପୁରସ୍କାର ପାଇଁ ସମଗ୍ର ଭାରତରୁ ୨୯ଟି ବିଦ୍ୟୁତ ବିତରଣ କମ୍ପାନୀ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ସ୍ୱାଧୀନ ଜୁରୀ ମୋଟ ୭୮ଟି ନାମାଙ୍କନର ଯାଞ୍ଚ କରିଥିଲେ। ଏଥିରେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ବିଦ୍ୟୁତ ସଂସ୍ଥାଗୁଡ଼ିକୁ ବିଭିନ୍ନ ବର୍ଗରେ ସମ୍ମାନିତ କରାଯାଇଥିଲା।
ଦୁଇ ଦିନିଆ ସମ୍ମିଳନୀରେ ଦେଶର ବଡ଼ ବଡ଼ ନୀତି ନିର୍ଦ୍ଧାରକ ଏବଂ ଶକ୍ତି କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଏଥିରେ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତି, ସ୍ମାର୍ଟ ମିଟର ତଥ୍ୟର ସଦୁପଯୋଗ, ଅକ୍ଷୟ ଶକ୍ତିର ବ୍ୟବହାର ଏବଂ ବିଦ୍ୟୁତ ସେବାର ଗୁଣବତ୍ତା ବଢ଼ାଇବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।
ଏହି ସ୍ୱୀକୃତି ସେଣ୍ଟ୍ରାଲ ଓଡ଼ିଶାର ଗ୍ରାମାଞ୍ଚଳରେ ଏକ ଦକ୍ଷ ଏବଂ ନିରନ୍ତର ବିଦ୍ୟୁତ ସେବା ଯୋଗାଇବାରେ ଟିପିସିଓଡିଏଲ ର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରିଛି। ଏହା ସହିତ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ଏବଂ ଉନ୍ନତି ଦିଗରେ କମ୍ପାନୀର ଭୂମିକାକୁ ମଧ୍ୟ ଏହା ଦୃଢ଼ କରିଛି।








