ଭୁବନେଶ୍ୱର;- ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ଓ ଓଡିଶା ସମାଜସେବୀ ମହାସଂଘର ମିଳିତ ଆନୁକୂଲ୍ୟରେ ବାଙ୍କୁଆଳ ନଦୀପଠାରେ ଏକାଠି ହୋଇଥିଲେ ରାଜ୍ୟର ଶତାଧିକ ସମାଜସେବୀ । ବଣଭୋଜି କେବଳ ବାହାନା ଥିଲା ମାତ୍ର ସମସ୍ତ ସମାଜସେବୀ ଏକାଠି ହୋଇ ସମାଜସେବାକୁ ରାଜ୍ୟରେ କେମିତି ରୁଦ୍ଧିମନ୍ତ ହୋଇ ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା । ଏ ଆଲୋଚନା ରେ ସମସ୍ତ ସମାଜସେବୀ ମାନେ ନିଜନିଜ ମତ ପ୍ରକାଶ କରିଥିଲେ । ବଣଭୋଜି ରେ ଯୋଗ ଦେଇଥିଲେ ପୂର୍ବତନ କର୍ପୋରେଟର ଅଶୋକ ସିଂହ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପତି, ଗିରିଜା ଶଙ୍କର ଦାସ, ଲିଙ୍ଗରାଜ ସାହୁ, ଗଦାଧର ଦାସ ସମାଜସେବୀ ପ୍ରତାପ ସାହୁଙ୍କ ବହୁ ସମାଜସେବୀ ମାନେ । ଏହି ଅବସରରେ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ମାଧ୍ୟମରେ ଅର୍ଥରାଶି ସଂଗ୍ରହ କରାଯାଇଥିଲା । ଏହାକୁ ପରିଚାଳନା କରିଥିଲେ ସଂଘ ପ୍ରତିଷ୍ଠାତା ବାପୁଓଝା ଓ ସଂଘ ସଭାପତି ଧୀରେନ ଶଙ୍କର ଦାସ ।
ରାଜ୍ୟ
ନଦୀପଠାରେ ସମାଜସେବୀଙ୍କର ବନ୍ଧୁମିଳନ ।
- Hits: 4








