ହେଡଲାଇନସ୍:

ଉପଖଣ୍ଡ ସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ସଫଳତାର ସହ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ (୨୨/୦୧):- ପଦ୍ମପୁର ଉପଖଣ୍ଡ ସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ଗଭୀର ଉତ୍ସାହ ଓ ଶିଷ୍ଟାଚାର ସହ ପାଳିତ ହୋଇଛି। ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମେଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀମତୀ ସ୍ନେହ ଅରୁଗୁଲା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମତଦାତା ସଚେତନତା ସମ୍ବନ୍ଧୀୟ ଶପଥପାଠ, ଯାହାର ମାଧ୍ୟମରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ନିଆଯାଇଥିଲା।ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀମତୀ ଅରୁଗୁଲା ନିଜ ବକ୍ତବ୍ୟରେ ସ୍ୱତନ୍ତ୍ର, ନିଷ୍ପକ୍ଷ ଓ ଦାୟିତ୍ୱଶୀଳ ମତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସଚେତନ ମତଦାତା ହେଉଛି ଶକ୍ତିଶାଳୀ ଗଣତନ୍ତ୍ରର ମୂଳ ଆଧାର। ଶପଥପାଠ କାର୍ଯ୍ୟକ୍ରମରେ ଶ୍ରୀ ସନ୍ତୋଷ କୁମାର ପତି, ସହାୟକ ଜିଲ୍ଲାପାଳଙ୍କ, ଶ୍ରୀ ନେପାଳ ମୁଣ୍ଡା ଡେପୁଟି କଲେକ୍ଟର ସହ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ।ତଦନନ୍ତରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଶାସନିକ କାର୍ଯ୍ୟପ୍ରଗତି, ମତଦାତା ସଚେତନତା କାର୍ଯ୍ୟକ୍ରମ ଓ ଆଗାମୀ ଦାୟିତ୍ୱ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା।ଶେଷରେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇ ଉପଜିଲ୍ଲାପାଳ ଶ୍ରୀମତୀ ଅରଗୁଲା ସମାବେଶର ସମାପ୍ତି ଘୋଷଣା କରିଥିଲେ।

0
0
0
s2sdefault