ହେଡଲାଇନସ୍:

ବେଲଗୁଣ୍ଠା ସାହିତ୍ୟ ଘର ସଭାପତିଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଶୁଭେଚ୍ଛା ଜ୍ଞାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ତଥା ବିଶିଷ୍ଟ ନାଟ୍ୟକାର, ସାହିତ୍ୟିକ, କବି, ସଙ୍ଗୀତଜ୍ଞ ମୋତିଲାଲ ପତି ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଥିବା ବେଳେ ତାଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି I ସୂଚନା ପ୍ରକାରେ ନାଟ୍ୟକାର ମୋତିଲାଲ ପତି ନିଜର ସାହିତ୍ୟ ସାଧନା ପାଇଁ କଟକ ସୂତା ହାଟର ୬୬ ବର୍ଷର ପୁରୁଣା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଶିଶିର ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି I ସେହିପରି ଜଣେ ବିଶିଷ୍ଟ ଗୀତିକାରଭାବେ ଶ୍ରୀ ପତିଙ୍କୁ ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ଅନୁଷ୍ଠାନ ତରଫରୁ ଗୀତୀରତ୍ନ ଆନନ୍ଦ ଅନୁପମ ସମ୍ମାନ-୨୦୨୫ ସମ୍ମାନିତ କରାଯାଇଛି I କବିତା କ୍ଷେତ୍ରରେ ପାରଦର୍ଶିତା ପାଇଁ ଭଞ୍ଜନଗରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ କବି ଶ୍ରୀ ପତିଙ୍କୁ କବି ରବି ଜେନା ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଛି I ସେହିପରି ଭଞ୍ଜନଗର ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ପଞ୍ଚଦଶତମ ବାର୍ଷିକ ଉତ୍ସବ ଅବସରରେ ନାଟ୍ୟକାର ମୋତିଲାଲ ପତିଙ୍କୁ ମାଟିର ମଣିଷ-୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଛି I ମୋତିଲାଲ ପତିଙ୍କର ଏହି ସଫଳତା ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ତଥା ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ସମ୍ବାଦ ସାହିତ୍ୟ ଘରର ସମସ୍ତ ସଦସ୍ୟ, ପ୍ରେସକ୍ଲବ ର ସମସ୍ତ ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି I

0
0
0
s2sdefault