ନବରଙ୍ଗପୁର ତା ୧୮.୧.୨୦୨୬: ଅଶୋକ ସାହୁ, ଶାସକ ପ୍ରଶାସକ ଗତ କାଲି ତା ୧୭.୧.୨୦୨୬ ରିଖ ଦିନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ " ଗ୍ରାମୋଦୟ" ଯୋଜନା ଅନ୍ତର୍ଗତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ନବରଙ୍ଗପୁରର ୪ ଟି ବ୍ଲକ ରେ ସମଗ୍ର ବିକାଶ ପାଇଁ ଏକ ଜିଲ୍ଲା ସ୍ତରୀୟ ସ୍ଵମ୍ମନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ କୁମାର ସେନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଉପସ୍ଥିତ ଥିଲେ। ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାଏକ ଏଜେଣ୍ଡା ଅନୂଯାୟୀ ସଭା ପରିଚାଳନା କରିଥିଲେ।ଏହି ଯୋଜନା ଅଧୀନରେ ଜିଲ୍ଲାର ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୪ ଟି ବ୍ଲକ ରାଇଘର,ଝରିଗାଁ,ଚନ୍ଦାହାଣ୍ଡି ଏବଂ ଡାବୁ ଗାଁ ର ମୋଟ ଚି଼ହ୍ନଟ ୩୦ ଟି ଗ୍ରାମ ରେ ବିଭିନ୍ନ ଜନ ହିତକର ଯୋଜନାର ପରିପୂର୍ଣ୍ଣତା ହାସଲ,ଜୀବନମାନ ର ଉନ୍ନତି,ମୌଳିକ ସୁବିଧାର ବିକାଶ ରେ ଲୋକଙ୍କ ସମ୍ପୃକ୍ତି ଓ ବଞ୍ଚିତ ହିତାଧିକାରୀ ଙ୍କ ଉପରେ ପ୍ରଶାସନ ମନୋନୀତ କମିଟି ଦ୍ୱାରା ସର୍ଭେ କରାଯିବ। ଜିଲ୍ଲାରେ ମୋଟ ୨୪ ଟି ବିଭାଗ ଦ୍ଵାରା ଏହି ୩୦ ଟି ଗ୍ରାମ ମାନଙ୍କରେ ପାନୀୟ ଜଳଯୋଗାଣ,ସଡ଼କ, ଗମନା ଗମନ,ସୁଲଭ ମୂଲ୍ୟ ଦୋକାନ,ଆବାସିକ ବିଦ୍ୟାଳୟ,ସ୍ବାସ୍ଥ୍ୟ ସେବାର ଟିକାକରଣ, ଯକ୍ଷ୍ମା, ମ୍ୟାଲେରିଆ, ସିକିଲ ସେଲ, ଆନେମିଆ ରୋଗର ନିରାକରଣ,ଆଧାର କାର୍ଡ,ଶ୍ରମିକ କାର୍ଡ,ସୁଭଦ୍ରା ଯୋଜନା,ପଞ୍ଜୀକୃତ ବିହନ ଓ କୃଷି ଯନ୍ତ୍ରପାତି ବ୍ୟବହାର,ଶିଶୁ ଓ ମହିଳା ବିକାଶ,ପୋଷଣ, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ଶୌଚାଳୟ ଆମ୍ବୁଲାନ୍ସ ସେବା,ବସ ସେବା ଏଭଳି ବିଭିନ୍ନ ବିଭାଗୀୟ ଯୋଜନା ଉପରେ ସର୍ଭେ କାର୍ଯ୍ୟ କରାଯିବ। ଏହି ସର୍ଭେ କାର୍ଯ୍ୟ ରେ ବିଭିନ୍ନ ସ୍କିମର ହିତାଧିକାରୀ ମାନଙ୍କୁ ଚିହ୍ନଟ,ଗ୍ରାମ ସଭାରେ ବିଭିନ୍ନ ବିଭାଗୀୟ ଯୋଜନା ରେ ଗ୍ରାମ୍ୟ ହିତାଧିକାରୀଙ୍କୁ ଚିହ୍ନଟ ଓ ପ୍ରସ୍ତାବ, ଚିହ୍ନଟ ହିତାଧିକାରୀ ଯଦି କିଛି ମାନଦଣ୍ଡ କୁ ପୂର୍ଣ୍ଣ କରିପାରୁନାହିଁ ତେବେ ଜିଲ୍ଲା ପ୍ରଶାସନ ର ଅନୁମୋଦନ ପରେ ବିଭାଗୀୟ ସ୍ଵିକୃତି ପାଇଁ ପ୍ରେରଣ କରାଯିବ।ଜିଲ୍ଲାପାଳ ୩୦ ଟି ଚିହ୍ନଟ ଗ୍ରାମରେ" ଗ୍ରାମୋଦୟ" ଯୋଜନା ଅନ୍ତର୍ଗତ ୨୪ ଟି ଜିଲ୍ଲା ବିଭାଗୀୟ ଅଧିକାରୀ ମାନଙ୍କୁ ଗ୍ରାମୀଣ ଅଞ୍ଚଳରେ ସମଗ୍ର ବିକାଶ କୁ ତ୍ଵରାନିତ କରିବାକୁ ଓ ସର୍ଭେ କାର୍ଯ୍ୟ ଶୀଘ୍ର ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟ ପାଇଁ ବ୍ଲକ୍ ସ୍ତରୀୟ କମିଟି ରେ ସଂପୃକ୍ତ ବ୍ଲକ୍ ର ବି ଡି ଓ ଅଧ୍ୟକ୍ଷ ଓ ବ୍ଲକ୍ ନୋଡାଲ ଅଧିକାରୀ ରହିବେ। ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ରୂପେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କାର୍ଯ୍ୟ କରିବେ। ବୈଠକ ରେ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ,ବି ଡି ଓ,ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟ
ଜିଲ୍ଲାରେ "ଗ୍ରାମୋଦୟ" ଯୋଜନା ର ପ୍ରଣୟନ ପାଇଁ ଜିଲ୍ଲା ସ୍ତରୀୟ ସ୍ଵମ୍ମନୟ ବୈଠକ
- Hits: 6











