ମିଡିଆ କେୟାର୍ସ ଦ୍ଵାରା ସାମ୍ବାଦିକଙ୍କ ସମ୍ଭାବନା ଓ ସମସ୍ୟା ଉପରେ ଆଲୋଚନା

ରାୟଗଡା: (ସରୋଜ କୁମାର ସାହୁ) କୋଭିଡ ସମୟରେ ପ୍ରଭାବିତ ସାମ୍ବାଦିକ ଓ ସେମାନଙ୍କର ପରିବାରବର୍ଗଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାଗୁଡ଼ିକୁ ପ୍ରତିହତ କରିବାରେ ରାଜ୍ୟସ୍ତରୀୟ ସାମ୍ବାଦିକ ସଂଗଠନ ମିଡିଆ କେୟାର୍ସ ଓଡିଶା ପ୍ରତିଷ୍ଠା କରାଯାଇଥିଲା । ଆଜି ପର୍ଯ୍ୟନ୍ତ ରାୟଗଡା ଜିଲ୍ଲାର ପ୍ରାୟ ୨୫୦ ସାମ୍ବାଦିକ ଯୋଡି ହୋଇ ନିରନ୍ତର ଭାବେ ପରସ୍ପରକୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି ବୋଲି ମିଡିଆ କେୟାର୍ସର ବାର୍ଷିକ ସମ୍ମିଳନୀ ଅବସରରେ କହିଛନ୍ତି ଜିଲ୍ଲା ଅଧକ୍ଷ୍ୟ ଡଃ ବାଦଲ କୁମାର ତା ।
ସାମ୍ବାଦିକ ଶ୍ରୀ ରଶ୍ମୀରଞ୍ଜନ ଦୋରାଙ୍କ ସଂଯୋଜନାରେ ହୋଇଥିବା ସମ୍ମିଳନୀରେ ପ୍ରଥମେ ଅତିଥିଗଣ ଜଗନ୍ନାଥଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଜିଲ୍ଲାର ବତିଶ ଜଣ ଦିବଙ୍ଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଜିଲ୍ଲାର ୧୪ ଜଣ ବରିଷ୍ଠ(ବୟସାନୁସାରେ) ସାମ୍ବାଦିକ ଯଥା ବି ଏଚ ନାଗରାଜୁ, ବାଦଲ କୁମାର ତା, ଗଣେଶ୍ଵର ରାଓ, ଦେବେନ୍ଦ୍ର ଚୌଧୁରୀ, ଗୋପାଳ ସିଂ ଅଧିକାରୀ, ଜଗନ୍ନାଥ ମିଶ୍ର, ଜୋଗେଶ୍ୱର ଚୌଧୁରୀ, ଲୋକନାଥ ମିଶ୍ର, ଲୋକନାଥ ପାଣିଗ୍ରାହୀ, ମନୋରଂଜନ ଦଲାଇ, ନୀଲକାନ୍ତ ମିଶ୍ର, ପ୍ରମୋଦ ସାହୁ, ସୋମେଶ୍ୱର ରାଓ, ସୁଦର୍ଶନ ରାଓଙ୍କୁ ସ୍ମରଣ କରି ଜିଲ୍ଲା ପାଇଁ ସେମାନଙ୍କ ଅବଦାନର ଗୁଣଗାନ କରିଥିଲେ ସାମ୍ବାଦିକ ଜନ୍ମେଜୟ ସ୍ଵାଇଁ । ଏହିଭଳି ବରିଷ୍ଠ ସାମ୍ବାଦିକଙ୍କ ବିଶେଷ ସ୍ୱାସ୍ଥ୍ୟ ସମସ୍ୟା ଓ ପରିବାର ପେନସନ ଉପରେ ଆଲୋକପାତ କରାଯାଇଥିଲା ।
ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ ରଥ ରିପୋର୍ଟ କାର୍ଡ ପଠନ କରିଥିଲେ ଓ କୋଷଧକ୍ଷ ଶ୍ରୀ ଗୋପରଞ୍ଜାନ ବକ୍ସିପାତ୍ର ଆଯ ବ୍ୟୟର ହିସାବ ଉପସ୍ଥାପନ କଲାପରେ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ଓ ମନୋରଞ୍ଜନ ଦଳେଇ ସାମ୍ବାଦିକମାନଙ୍କ ସମ୍ଭାବନା ଓ ସମସ୍ୟା ଉପରେ ସମ୍ୟକ ଆଲୋଚନାକୁ ଆଗେଇ ନେଇଥିଲେ । ସେଗୁଡିକ ହେଲା - ୧ ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ। (ବହୁ ସଂଖ୍ୟାରେ ସାମ୍ବାଦିକଙ୍କ ପରିବାର ଅପେକ୍ଷା କରିଛନ୍ତି), ୨ କୋଭିଡ-୧୯ କାରଣରୁ ମୃତ ସାମ୍ବାଦିକଙ୍କ ପରିବାର ପାଇଁ ୧୫ ଲକ୍ଷ ଟଙ୍କା ଅନୁଗ୍ରହ ରାଶି (ଅନେକ ଏପର୍ଯ୍ୟନ୍ତ ପାଇନାହାଁନ୍ତି), ୩ କାର୍ଯ୍ୟରତ ସାମ୍ବାଦିକଙ୍କ ପିଲାମାନଙ୍କୁ ଶିକ୍ଷାଗତ ସହାୟତା: ପ୍ରତି ମାସରେ ୧୫୦୦ ଟଙ୍କା ଏବଂ ଉଚ୍ଚ ଅଧ୍ୟୟନ ପାଇଁ ମାସିକ ୨୫୦୦ ଟଙ୍କା। (ରାଜ୍ୟରେ ଏହି ସୁବିଧା କେହି ପାଇନାହାଁନ୍ତି), ୪ ସାମ୍ବାଦିକମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟ ବୀମାକୁ ଅନ୍ତର୍ଭୁକ୍ତ କରୁଥିବା ଗୋପାବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବିମା ଯୋଜନା, ୫ ଗୁରୁତର ଅସୁସ୍ଥତା ପାଇଁ ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା ବ୍ୟତିରେକେ ଯଦି ଅଧିକ ଖର୍ଚ୍ଚ ହୁଏ, ତେବେ ଡି ଏମ ଇ ଟି ର ଅନୁମୋଦନ ପରେ ତାହା ମିଳିବା କଥା (କେବେବି ମିଳୁନି), ୬ ସୁଧ ସହିତ ନିୟମିତ କିସ୍ତି ପରିଶୋଧ କରୁଥିବା ସାମ୍ବାଦିକଙ୍କୁ ୩% ସୁଧରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ନିର୍ମାଣ ବ୍ୟାଙ୍କ ଋଣ, ୪ ଲକ୍ଷ ପର୍ଯ୍ୟନ୍ତ ଚାରି ଚକିଆ ଯାନ ଋଣ ଏବଂ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଋଣ ଦିଆଯିବ (ଗୋଟିଏ ବି ମାମଲା ଦେଖାଯାଏ ନାହିଁ), ୭ ଦୁର୍ଘଟଣା ଜନିତ ସ୍ଥାୟୀ ଅକ୍ଷମତା ହେଲେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା (କେହି ପାଇନାହାନ୍ତି), ୮ ଆଇ ଆଇ ଏମ ସି ପରି ଅନୁଷ୍ଠାନରେ ସର୍ବନିମ୍ନ ୨୫ ଏବଂ ସର୍ବାଧିକ ୩୫ ସାମ୍ବାଦିକଙ୍କ ୩ ଦିନ/୧ ସପ୍ତାହ/୨ ସପ୍ତାହ ତାଲିମ ଓ ଏଥିପାଇଁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ତାଲିମ ଖର୍ଚ୍ଚ (ହେଉନି), ୯ କେନ୍ଦ୍ର ସରକାରଙ୍କ ସାମ୍ବାଦିକ କଲ୍ୟାଣ ପାଣ୍ଠି- ୫ ଲକ୍ଷ (କେହି ପାଇ ନାହାଁନ୍ତି), ୧୦ ରେଡ୍ କ୍ରସ୍ ରୁ ସାହାଯ୍ୟ(ସଂଖ୍ୟା ଅତି ନଗଣ୍ୟ ଓ ପରିମାଣ ଅତି କମ), ୧୧ ନିଜ ପାଇଁ/ଜୀବନସାଥୀ/୧୮ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ରେଳ/ବସ୍ ପାସ୍ ର ବ୍ୟବସ୍ଥା (ଦେଇ ନେଇଯିବା-କେବଳ ହାତଗଣତି ସଂଖ୍ୟା), ୧୨ CGHS- କେନ୍ଦ୍ରୀୟ ସରକାରୀ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକର ସୁବିଧା(ନାଁ), ୧୩ ସାମ୍ବାଦିକମାନଙ୍କୁ ପେନ୍ସନ୍(ଅନ୍ୟ ରାଜ୍ୟରେ ଲାଗୁ ହୋଇଛି, କିନ୍ତୁ ଓଡିଶାରେ ନାହିଁ), ୧୪ ସାମ୍ବାଦିକମାନଙ୍କୁ ଗୃହ/ଗୃହ ପ୍ଲଟ୍ ଆବଣ୍ଟନ (ଜିଲ୍ଲା ସ୍ତରରେ ଜିରୋ), ୧୫ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ(ଶୂନ), ୧୬ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୃଦ୍ଧ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ଵ ସନ୍ତାନମାନଙ୍କ ଅନ୍ତର୍ଭୂକ୍ତିକରଣ(ନାହିଁ), ୧୭ ଲୋକ ସେବା ଭବନରେ ଏଣ୍ଟ୍ରି ପାସ(ଜିଲ୍ଲା ସ୍ତରୀୟ ସାମ୍ବାଦିକଙ୍କୁ ନାହିଁ), ୧୮ ପ୍ରେସ ଏକାଡେମି ଗଠନ (ହୋଇ ନାହିଁ), ୧୯ ବାହାରୁ ଯାଉଥିବା ସାମ୍ବାଦିକଙ୍କ ପାଇଁ ଭୁବନେଶ୍ଵରରେ ରହିବା ବ୍ୟବସ୍ଥା- ଆଇ ବି ଓ ହଷ୍ଟେଲ(ହୋଇ ନାହିଁ) ।
ଉପରିସ୍ଥ ଯୋଜନା ନଂ-୪ ବ୍ୟତୀତ, ଅନ୍ୟ ଯୋଜନାଗୁଡିକ ଏପର୍ଯ୍ୟନ୍ତ ସେମାନଙ୍କର ସର୍ବୋତ୍କୃଷ୍ଟ ରୂପରେ କାର୍ଯ୍ୟକାରୀ ହୋଇପାରି ନାହିଁ । ସରକାର ଏହାର ଶୀଘ୍ର ପୁନଃ ବିଜ୍ଞପ୍ତି କରିବା ଉଚିତ । ବହୁ ଅବଶିଷ୍ଟ ସାମ୍ବାଦିକଙ୍କୁ, ଯେଉଁମାନେ କୋଭିଡ୍-୧୯ ରେ ମୃତ୍ୟୁ ବରଣ କରିଥିଲେ, ସେମାନଙ୍କୁ ଅତିଶୀଘ୍ର ୧୫ ଲକ୍ଷ ଟଙ୍କା ଦେବା । ଆନ୍ଧ୍ରପ୍ରଦେଶରେ ଜିଲ୍ଲା କଲେକ୍ଟରଙ୍କ ଦ୍ୱାରା ସାମ୍ବାଦିକ ମାନଙ୍କୁ ଜିଲ୍ଲା ମିଡିଆ ସ୍ୱୀକୃତି କମିଟି (ଡିଏମଏସି)ର ଚେୟାରମ୍ୟାନ୍ ଭାବରେ ମାନ୍ୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଆମ ରାଜ୍ୟରେ ସମାନ ପଦକ୍ଷେପ ଗ୍ରହଣ କରାଯାଇପାରେ । ଯେହେତୁ ଓଡିଶା ସରକାର ଗୋପାବନ୍ଧୁ ବୀମା ଯୋଜନା ଏବଂ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଜିଲ୍ଲା ସ୍ତରରେ ଆନୁଷ୍ଠାନିକ ଭାବରେ ଚିହ୍ନଟ କରିଛନ୍ତି, ଅନ୍ତତଃ ସେହି ସାମ୍ବାଦିକମାନଙ୍କୁ “ସ୍ୱୀକୃତି” ପ୍ରଦାନ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦିଆଯିବା ଉଚିତ । ଓଡିଶା ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟ ଲାଇନ୍ ୱାର୍କର୍ସ (FLWs) ଭାବରେ ଘୋଷଣା କରିଛନ୍ତି ଏବଂ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକାକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ FLW ଭାବରେ ଘୋଷଣା କରିବାପାଇଁ କେନ୍ଦ୍ର ସରକାରକୁ ଲେଖନ୍ତୁ । ଯଦି ଏହା କରାଯାଏ, ତେବେ ଆମେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଅଧୀନରେ ରହିବୁ । ଏଗୁଡ଼ିକ କେବଳ ହକ ଦାବି ଓ ନମ୍ର ପରାମର୍ଶ । ସରକାରଙ୍କ ଘୋଷିତ କିଛି ସୁବିଧା କେତେକ ଜିଲ୍ଲାରେ କିଛିଟା ପୂରଣ ହୋଇଛି ଏବଂ ଅନ୍ୟାନ୍ୟଗୁଡିକ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ତେଣୁ ସରକାର ତାଙ୍କର ବିଜ୍ଞପ୍ତିକୁ ପୁନଃ ସମୀକ୍ଷା କରିବାକୁ ଏବଂ ପରବର୍ତ୍ତୀ ନିର୍ବାଚନ ପରିପ୍ରେକ୍ଷୀରେ ନୂତନ ନିର୍ଦ୍ଦେଶନାମା ଜାରି କରିବାକୁ ଦାବି କରାଯାଇଛି ।
ଯୋଗେଶ ଦାସ, ସିମାଞ୍ଚଳ ପଣ୍ଡା, ନିରଞ୍ଜନ ପାଳ ଓ ଅନିଲ ସାହୁକାର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବ୍ୟାଖ୍ୟା କରିଥିଲେ । ମୁନ୍ନା ପାଢି, ପ୍ରଶାନ୍ତ କର, ପ୍ରସାଦ ଲିମା, ସୋନୁ ବାଗ, ଶିବରାମ ନାୟକ, ପ୍ରଶାନ୍ତ ସେନାପତି, ଉମାକାନ୍ତ ନେମାଲପୁରୀ, ଅକ୍ଷୟ ପିଡିସିକା, ବିଦ୍ୟା ଭୂଷଣ ପଣ୍ଡା, ଦୀପକ ପୃଷ୍ଟି, ଗୁରୁ ସାହୁ, ଅଜୟ ରଥ, ରବୀନ୍ଦ୍ର ପାଟଖଣ୍ଡାଳ ଓ ଅନ୍ୟ ବହୁ ସାମ୍ବାଦିକ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନେକ ସମସ୍ୟା ସମୂହକୁ ଲାଘବ କରିବା ଓ ଉପରୋକ୍ତ ଵିଷୟ ଗୁଡିକ ଚରିତାର୍ଥ କରିବା କେବଳ ସମ୍ଭବ ହୋଇଛି ଆମ୍ଭମାନଙ୍କ ଦୃଢ ଯୌଥ ପ୍ରୟାସ ପାଇଁ । ଆଗକୁ ବହୁ କିଛି ଆମ ଦ୍ୱାରା, ଆମ ପାଇଁ କରିବାର ଅଛି । ଆମେ ଏକାଠି ରହିବା ସମ୍ଭବ ଓ ଭବିଷ୍ୟତରେ ହେବାକୁ ଥିବା କାମଗୁଡିକ ମଧ୍ୟ ସେଥିପାଇଁ ସମ୍ଭବ ବୋଲି କହିଛନ୍ତି ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ତଥା ମିଡିଆ କେୟାର୍ସ ର ପ୍ରତିଷ୍ଠାତା ରାଜ୍ୟ ସଭାପତି ଶ୍ରୀଯୁକ୍ତ ଭକ୍ତ ତ୍ରିପାଠୀ । ବହିରାଗତ ବିଶେଷ ଅତିଥି ତଥା ବର୍ଷୀୟାନ ଗଣମାଧ୍ୟମ ପ୍ରତିନିଧି ଯଥା ରଞ୍ଜନ କୁମାର ଦାସ, ଶୁଭଦର୍ଶିନୀ ମିଶ୍ର, ସମୀର କୁମାର ଆଚାର୍ଯ୍ୟ, ନାରାୟଣ ସାହୁଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତୀତ ଉତ୍କଳ ଆଲୁମିନା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ରାଜେନ୍ଦ୍ର ମଣ୍ଡଳ ଓ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ପରିଚାଳକ କିରଣ କୁମାର ପାତ୍ରଙ୍କୁ ତାଙ୍କର କୋଭିଡ ସମୟରେ ସାମ୍ବାଦିକଙ୍କୁ ଅକୁଣ୍ଠ ସହଯୋଗ ପାଇଁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
୨୦୨୬-୨୭ ବର୍ଷ ପାଇଁ ପ୍ରତିଷ୍ଠାତା ରାଜ୍ୟ ସଭାପତି, ମିଡିଆ କେୟାରସ୍ ରାୟଗଡାର ମନୋନୀତ ଜିଲ୍ଲା କମିଟି ସଦସ୍ୟ ମାନଙ୍କର ନାମ ଘୋଷଣା କରିଥିଲେ । ସେମାନେ ହେଲେ ଯୋଗେଶ୍ୱର ଦାସ, ରଶ୍ମି ରଂଜନ ଦୋରା, ସିମାଞ୍ଚଳ ପଣ୍ଡା, ରବୀନ୍ଦ୍ର ପାଟଖଣ୍ଡାଳ-ଉପଦେଷ୍ଟା, ଚେୟାରମ୍ୟାନ୍- ବାଦଲ କୁମାର ତା, ଉପାଧ୍ୟକ୍ଷ –ଦୟାନନ୍ଦ ଖାଡଙ୍ଗା, ଜନ୍ମେଜୟ ସ୍ଵାଇଁ, ଅନିଲ ସାହୁକର, ସାଧାରଣ ସମ୍ପାଦକ-ରଂଜନ ରଥ, ସଂଗଠନ ସମ୍ପାଦକ- ଦୀପକ କୁମାର ପୃଷ୍ଟି, ସହ-ସଂଗଠନ ସମ୍ପାଦକ -ରାଜେଶ କୁମାର ପାଢି, ସମ୍ପାଦକ-ଉମାକାନ୍ତ ନେମାଲପୁରୀ, ରଘୁନାଥ କାମ୍ବା, ଗୋଲକ ବିହାରୀ ସାମନ୍ତରାୟ, ପ୍ରସାଦ ଲିମା, ସହ-ସମ୍ପାଦକ-ଶିବ ପ୍ରସାଦ ପାଢୀ(ପାଟୁଲୁ), ବିଜୟ ଦାସ, ପ୍ରଶାନ୍ତ ସେନାପତି, ଶ୍ୟାମ କୁମାର ଦାସ, କୋଷାଧ୍ୟକ୍ଷ-ଗୋପରଞ୍ଜାନ ବକ୍ସିପାତ୍ର, ଅଫିସ୍ ସେକ୍ରେଟାରୀ-ବିଦ୍ୟା ସାଗର / ଗଣେଶ ସାହୁ ଓ ପରିଚାଳନା କମିଟି ସଦସ୍ୟ- ବିଜୟ ମିଶ୍ର, ବ୍ରଜ ସୁନ୍ଦର ପାଢୀ, ମନୋଜ ଜେନା, ସରୋଜ ମଣ୍ଡଳ, ଗୌରୀ ପଟ୍ଟନାୟକ, ଗୁରୁ ସାହୁ, ଅଜୟ ରଥ, ସଞ୍ଜୟ ପ୍ରଧାନ, ନିରଂଜନ ପାଳ, ଅଜିତ ଗୌଡ଼, ମହେଶ ପାଟଖଣ୍ଡାଳ, ଗୁପ୍ତେଶ୍ଵର କୌଶଲ୍ୟା, ରଞ୍ଜନ ମହାନ୍ତି, ମନୋରଞ୍ଜନ ଦଳେଇ, ସୋନୁ ବାଗ, କୌନ ଛିଞ୍ଚାଣି, ଗଣେଶ୍ଵର ରାଓ, ପ୍ରମୋଦ ସାହୁକାର, କୌଶଲ ଦୂବେ ।











