ହେଡଲାଇନସ୍:

ଓଡ଼ଗାଁ ଗୋଲ୍ଡ ଏବଂ ପ୍ରଶାସନ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍-୨୦୨୬,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ତହସିଲ ଟାଇଗରକୁ ହରାଇ ଓଡ଼ଗାଁ ଗୋଲ୍ଡ ଚମ୍ପିୟାନ,

  • ଚମ୍ପିୟାନ ଏବଂ ରନର୍ସପ ଦଳ ଅଧିନାୟକ ଉଭୟ ଉଭୟଙ୍କୁ ଟ୍ରଫି ପ୍ରଦାନ,

ଓଡ଼ଗାଁ,୧୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ଓଡ଼ଗାଁ ଗୋଲ୍ଡ ଏବଂ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ-୨୦୨୬ ରବିବାର ଫାଇନାଲ ମ୍ୟାଚରେ ତହସିଲ ଟାଇଗରକୁ ହରାଇ ଓଡ଼ଗାଁ ଗୋଲ୍ଡ ଚମ୍ପିୟାନ ଟ୍ରଫି ହାସଲ କରିଥିଲେ। ଆଜି ପଡ଼ିଆରେ ବନ୍ଧୁତାର ଏକ ଶ୍ରେଷ୍ଠ ନିଦର୍ଶନ ସୃଷ୍ଟି କରି ଚମ୍ପିୟାନ ଦଳ ଓଡ଼ଗାଁ ଗୋଲ୍ଡର ଅଧିନାୟକ ଓଡ଼ଗାଁର ଖେଳ ମଣିଷ ତଥା ରଘୁନାଥ ଆଥଲେଟିକ ଆସୋସିଏସନର ସମ୍ପାଦକ ଦିବାକର ନାୟକ ରନର୍ସପ ଦଳର ଅଧିନାୟକ ମାନସଙ୍କୁ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସପ ଦଳ ତହସିଲ ଟାଇଗରର ଅଧିନାୟକ ମାନସ ରଞ୍ଜନ ଭୋଇ ଚମ୍ପିୟାନ ଦଳର ଅଧିନାୟକ ଦିବାକରଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରି ମ୍ୟାଚ ପରେ ବନ୍ଧୁତାର ଉଦାହରଣ ପ୍ରଦାନ କରିଥିଲେ । ଚମ୍ପିୟାନ ଦଳର ଖେଳାଳୀ ଉମାକାନ୍ତ ଦାସ ଆଜି ଖେଳର ଶ୍ରେଷ୍ଠ ଖେଳାଳି ପୁରସ୍କାର ଏବଂ ରନର୍ସପ ଦଳର ମାନସ ରଞ୍ଜନ ଭୋଇଙ୍କୁ ଅତିଥି ଆର୍ମି ଭେଟରାନ ଆଦର୍ଶ କୁମାର ପଟ୍ଟନାୟକଙ୍କ ଦ୍ବାରା ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା ।

ଓଡ଼ଗାଁ ଗୋଲ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟରେ ଉମାକାନ୍ତଙ୍କ ବ୍ୟକ୍ତିଗତ ରନ ୭୮ ଏବଂ ମାନସ ସାହୁଙ୍କ ବ୍ୟକ୍ତିଗତ ରନ ୬୪ ଦ୍ବାରା ୨୩୪ର ବିଶାଳ ରନ୍ ପ୍ରତିପକ୍ଷ ଦଳକୁ ପ୍ରଭାବିତ କରିଥିଲା । ୨୩୫ ରନ୍ ସଂଗ୍ରହର ଲକ୍ଷ୍ୟ ରଖି ତହସିଲ ଟାଇଗର ସଂଘର୍ଷ ପୂର୍ଣ୍ଣ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୨୧୩ ରନରେ ସୀମିତ ରହିଥିଲା।ଫଳରେ ଓଡ଼ଗାଁ ଗୋଲ୍ଡ ୨୧ ରନରେ ମ୍ୟାଚ ଜିତି ଚମ୍ପିୟାନ ଟ୍ରଫି ହାସଲ କରିଥିଲା । ଆଜିର ଖେଳ ପ୍ରାରମ୍ଭରେ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକ ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ। ଇଂ ଜନ୍ମେଜୟ ଦାଶ, ବିଶ୍ବଜିତ ମହାପାତ୍ର, ପ୍ରଫୁଲ ମାଝି ଏବଂ ଉମାକାନ୍ତ ମହାପାତ୍ର ଖେଳ ପରିଚାଳନା କରିଥିବା ବେଳେ ମାନସ, ସନ୍ତୋଷ, ପ୍ରଭାକର ଏବଂ ଅନ୍ୟମାନେ ସହଯୋଗ କରିଥିଲେ। ସୂଚନା ଥାଉକି ଓଡ଼ଗାଁ ଗୋଲଡ୍,ଓଡ଼ଗାଁ କଲେଜ ସୁପର୍ କିଙ୍ଗସ୍, ଓଡ଼ଗାଁ ବ୍ଳକ ବ୍ଳାଷ୍ଟର ଏବଂ ତହସିଲ ଟାଇଗର ମଧ୍ୟରେ ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ଗତ ୧୦ ତାରିଖ ଶନିବାର ବନ୍ଧୁତ୍ୱ ପୂର୍ଣ୍ଣ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା।

0
0
0
s2sdefault