ହେଡଲାଇନସ୍:

ମହତ୍ୱାକାଂକ୍ଷୀ ଭବିଷ୍ୟତ ରୋଡମ୍ୟାପ ସହିତ ଭାରତ ପ୍ରତିବଦ୍ଧତାକୁ ସୁଦୃଢ କରିଛି ହୋଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏଲିଭେଟ ଏଡିଭି ଏଡିସନର ଶୁଭାରମ୍ଭ ସହିତ ହୋଣ୍ଡା ଏଲିଭେଟ ଶୃଙ୍ଖଳାକୁ ସମୃଦ୍ଧ କରିଛି

ଭୁବନେଶ୍ୱର : ପ୍ରିମିୟମ କାରଗୁଡିକର ଏକ ଅଗ୍ରଣୀ ନିର୍ମାତା ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ) ଭାରତୀୟ ବଜାର ପ୍ରତି ନିଜର ମଜବୁତ ଓ ଦୀର୍ଘକାଳିନ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଭାରତ ପାଇଁ ଏକ ମହତ୍ୱାକାଂକ୍ଷୀ ରୋଡମ୍ୟାପକୁ ହାଇଲାଇଟ କରିଛି ଯେଉଁଥିରେ ୨୦୩୦ ସୁଦ୍ଧା ୭ଟି ଏସୟୁଭି ସମେତ ୧୦ଟି ଶୁଭାରମ୍ଭ ଅନ୍ତର୍ଭୁକ୍ତ ରହିଛି । ଏଥିରେ ନିକଟରେ ପ୍ରଦର୍ଶିତ ହୋଇଥିବା ହୋଣ୍ଡା ୦(ଆଲ୍‌ଫା) ମଧ୍ୟ ସାମିଲ ରହିଛି, ଯାହା ଭାରତୀୟ ବଜାର ପାଇଁ ଏଚସିଆଇଏଲର ପ୍ରଥମ ବ୍ୟାଟେରୀ ଇଲେକ୍‌ଟ୍ରିକ ଯାନ, ଯାହାକି ୨୦୨୬-୨୭ ଆର୍ôଥକ ବର୍ଷର ୨ୟ ଭାଗରେ ଶୁଭାରମ୍ଭ କରାଯିବ ।

ନୂଆ ଇଭି ସିରିଜ ହୋଣ୍ଡା ୦ (ଜିରୋ) ସିରିଜର ଏକ ଅଂଶ, ହୋଣ୍ଡା ୦ α (ଆଲ୍‌ଫା)କୁ ଜାପାନ ମୋବିଲିଟି ଶୋ’ ୨୦୨୫ରେ ଏକ ପ୍ରୋଟୋଟାଇପ ଭାବେ ପ୍ରଦର୍ଶିତ କରାଯାଇଥିଲା । ଏହି ମଡେଲ ହୋଣ୍ଡା ୦ ସିରିଜର ଦୁନିଆରେ ଏକ ପ୍ରମୁଖ ‘ଗେଟ୍‌ୱେ ମଡେଲ’ ଭାବେ କାର୍ଯ୍ୟ କରିବ ଯାହା ହୋଣ୍ଡାର ଆନ୍ତର୍ଜାତୀୟ ବ୍ୟବସାୟ କ୍ଷେତ୍ରରେ ଭାରତର ରଣନେନୌତିକ ମହତ୍ୱକୁ ଆଲୋକିତ କରୁଛି । ହୋଣ୍ଡାର ‘ମେକ ଇନ ଇଣ୍ଡିଆ’ ଲକ୍ଷ୍ୟକୁ ସୁଦୃଢ କରି ହୋଣ୍ଡା ୦ α (ଆଲ୍‌ଫା)କୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯିବ ଏବଂ ଅନ୍ୟ ଆନ୍ତର୍ଜାତୀୟ ବଜାରଗୁଡିକୁ ରପ୍ତାନୀ କରାଯିବ, ଏହା ରପ୍ତାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଭାରତକୁ ଅବସ୍ଥାପିତ କରିବ ।

ଏହାର ଭବିଷ୍ୟତ ମଡେଲଗୁଡିକର ଶୁଭାରମ୍ଭ ବ୍ୟତୀତ କମ୍ପାନୀ ସ୍ୱତନ୍ତ୍ର ସଂସ୍କରଣ ଓ ଉନ୍ନତ ଗ୍ରେଡ ସହ ବଜାରରେ ଉତ୍ସାହ ଯୋଗ କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି । ହୋଣ୍ଡା ପକ୍ଷରୁ ଏଲିଭେଟ ଏଡିଭି ଏଡିସନର ଶୁଭାରମ୍ଭ କରାଯାଇଛି, ଯାହା ଏହାର ଲୋକପ୍ରିୟ ଏଲିଭେଟ ଏସୟୁଭି ଶୃଙ୍ଖଳାକୁ ଆହୁରି ସମୃଦ୍ଧ କରୁଛି । ଏହି ନୂତନ ଫ୍ଲାଗସିପ ଗ୍ରେଡ ଏକ ଅଧିକ ସ୍ପୋର୍ଟି ଓ ସ୍ୱତନ୍ତ୍ର ଲୁକ୍‌ରେ ଏଲିଭେଟର ମଜବୁତ ଡିଜାଇନ, ଉତ୍ସାହଜନକ ଆଇ-ଭିଟିଇସି ପ୍ରଦର୍ଶନ ଓ ଆଡ୍‌ଭାନ୍ସଡ ହୋଣ୍ଡା ସେନ୍ସିଙ୍ଗ ସେଫ୍ଟି ଫିଚରଗୁଡିକୁ ଏକତ୍ରିତ କରିଛି । ଭୁବନେଶ୍ୱରରେ ଏଲିଭେଟ ଏଡିଭି ସଂସ୍କରଣର ପ୍ରଭାବଶାଳୀ ଏକ୍ସ-ଶୋରୁମ ମୂଲ୍ୟ ଯଥାକ୍ରମେ ସିଙ୍ଗଲ-ଟୋନ ବିକଳ୍ପ ପାଇଁ (ଏମଟି) ଭାରିଆଂଟର ମୂଲ୍ୟ ୧୫,୩୮,୯୯୦ ଟଙ୍କା, ଯେବେକି ଡୁଆଲ୍‌-ଟୋନ୍ ସଂସ୍କରଣର ମୂଲ୍ୟ ୧୫,୫୮,୯୦୦ ଟଙ୍କା ରହିଛି । ସେହିଭଳି ସିଭିଟି ଭାରିଆଂଟ ସିଙ୍ଗଲ୍‌-ଟୋନ୍ ବିକଳ୍ପ ପାଇଁ ୧୬,୫୬,୭୯୦ ଟଙ୍କା ଏବଂ ଡୁଆଲ୍‌-ଟୋନ୍ ବିକଳ୍ପ ପାଇଁ ୧୬,୭୬,୭୯୦ ଟଙ୍କାରେ ଉପଲବ୍ଧ ।

ଭବିଷ୍ୟତର ରୋଡମ୍ୟାପ ଓ ଏଲିଭେଟ ଏଡିଭି ଏଡିସନର ଶୁଭାରମ୍ଭ ସମ୍ପର୍କରେ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡର ମାର୍କେଟିଂ ଓ ସେଲ୍‌ସ୍ ବିଭାଗର ଉପାଧ୍ୟକ୍ଷ କୁନାଲ ବେହେଲ କହିଛନ୍ତି, “ଭାରତରେ ଆମର ଯାତ୍ରା ଏକ ଉତ୍ସାହଜନକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଥିବା ବେଳେ ଆମେ ୨୦୩୦ ସୁଦ୍ଧା ୧୦ଟି ମଡେଲ ଶୁଭାରମ୍ଭ କରିବାକୁ ଯୋଜନା ରଖିଛୁ, ଯାହା ବଜାର ଓ ଆମର ଗ୍ରାହକଙ୍କ ପ୍ରତି ଆମର ମଜବୁତ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଭୁବନେଶ୍ୱର ଭଳି ବଜାର ଆମର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଜାରି ରଖିଛି, ଯାହା ଏକ ମଜବୁତ ଗ୍ରାହକ ଆଧାର ଓ ପ୍ରିମିୟମ ଯାତାୟତ ସମାଧାନ ପାଇଁ ବଢୁଥିବା ଚାହିଦା ଦ୍ୱାରା ସମର୍ôଥତ ଅଟେ । ଏକ ବୃହତ ଓ ବିଶ୍ୱସନୀୟ ଗ୍ରାହକ ଆଧାର ଦ୍ୱାରା ସମର୍ôଥତ ଓଡିଶା ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବଜାର ମଧ୍ୟରୁ ଅନ୍ୟତମ ଅଟେ ଯାହା ଆମର ସାମଗ୍ରିକ ବିକ୍ରି ପରିମାଣରେ ଯୋଗଦାନ ଦେଉଛି । ହୋଣ୍ଡା ସିଟି, ହୋଣ୍ଡା ଏଲିଭେଟ ଓ ହୋଣ୍ଡା ଅମେଜ ସମେତ ଆମର ସମସ୍ତ ମଡେଲଗୁଡିକୁ ଓଡିଶାରେ ନିରନ୍ତର ଭାବେ ଗ୍ରହଣ କରାଯାଉଛି । ଆମେ ନିଶ୍ଚିତ ଯେ, ନୂଆ ଏଲିଭେଟ ଏଡିଭି ଏଡିସନ ଗ୍ରାହକଙ୍କ ସହ ଦୃଢ ଭାବେ ପ୍ରତିଧ୍ୱନିତ୍ୱ କରିବ ଏବଂ ହୋଣ୍ଡା ପରିବାରରେ ଆହୁରି ଅନେକଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛୁ ।”

ଏଲିଭେଟ ଏଡିଭିରେ ଉଭୟ ଏକ୍ସଟେରିୟର ଓ ଇଂଟେରିୟର ପରିବର୍ତନ କରାଯାଇଛି । ଏକ୍ସଟେରିୟର ଡିଜାଇନ ବୋଲ୍ଡ ଏକ୍ସକ୍ଲୁସିଭ ଅପ୍‌ଗ୍ରେଡ ହାସଲ କରିଛି ଯାହା ଏହାକୁ ରାସ୍ତାରେ ସ୍ୱତନ୍ତ୍ର ଉପସ୍ଥିତି ପ୍ରଦାନ କରୁଛି । ହୋଣ୍ଡା ଏଲିଭେଟ ଏଡିଭିର କ୍ୟାବିନରେ ଏକ ହାଇ-ଏନର୍ଜି, ବୋଲ୍ଡ ବ୍ଲାକ ଇଂଟେରିୟର ଥିମ ସହିତ ଆକର୍ଷଣୀୟ ଅରେଞ୍ଜ ଆକ୍‌ସେସ ଡିଟେଲିଂ ରହିଛି । ବ୍ଲାକ ଇଂଟେରିୟରରେ ଅରେଞ୍ଜ ଆକ୍‌ସେଂଟର ପ୍ଲେସମେଂଟ ଚାଳନା ଅନୁଭୂତିର ଉତ୍ସାହକୁ ଆହୁରି ବୃଦ୍ଧି କରିଛି । ଏଲିଭେଟରେ ଏହି ପ୍ରଭାବଶାଳୀ ପରିବର୍ତନଗୁଡିକ ଏକ ଦୃଶ୍ୟାତ୍ମକ ପରିଚୟ ସୃଷ୍ଟି କରୁଛି ଯାହା ଉଭୟ ଆତ୍ମବିଶ୍ୱାସପୂର୍ଣ୍ଣ ଓ ଆଧୁନିକ ଅଟେ ।

ଏଲିଭେଟ ଏଡିଭି ଏଡିସନ ଏହାର ବ୍ଲାକ ସରାଉଣ୍ଡ ସହ ନୂତନ ଗ୍ଲସି ବ୍ଲାକ ଆଲ୍‌ଫା-ବୋଲ୍ଡ ପ୍ଲସ ଫ୍ରଂଟଗ୍ରିଲ ଏବଂ ବୋଲ୍ଡ ଅରେଞ୍ଜ ହାଇଲାଇଟ ସହିତ ଏକ ହୁଡ ଡେକାଲ ଦ୍ୱାରା ସ୍ୱତନ୍ତ୍ର ହୋଇଛି, ଯାହା ମିଳିତ ଭାବେ ରାସ୍ତାରେ ଏକ ଆକର୍ଷଣୀୟ ଓ ଦୃଢ ଉପସ୍ଥିତି ସୃଷ୍ଟି କରୁଛି । ଏହି ସୁଦୃଢ ଦୃଶ୍ୟାତ୍ମକ ପରିଚୟକୁ ପରିପୂର୍ଣ୍ଣ କରୁଛି ଏହାର ବ୍ଲାକ ରୁଫ୍ ରେଲ, ଓଆରଭିଏମ, ଅପର ଗ୍ରିଲମୋଲ୍ଡିଙ୍ଗ, ଡୋର ମୋଲ୍ଡିଙ୍ଗ, ୱିଣ୍ଡୋ ବେଲ୍ଟଲାଇନ ମୋଲ୍ଡିଙ୍ଗ, ସାର୍କ ଫିନଆଂଟେନା ଓ ହ୍ୟାଣ୍ଡେଲ, ଏସବୁକୁ ଏକ୍ସଟେରିୟରର ଲୁକ୍‌କୁ ଉନ୍ନତ କରିବା ପାଇଁ ଡିଜାଇନ କରାଯାଇଛି । ଏହି ଉପାଦାନଗୁଡିକ ଏଲିଭେଟ ଏଡିଭି ଏଡିସନର ନିର୍ଭୀକ ଓ ଆତ୍ମବିଶ୍ୱାସୀ ଡିଜାଇନ ଷ୍ଟେଟମେଂଟକୁ ଆହୁରି ଉନ୍ନତ କରୁଛି ।

ଏଲିଭେଟ ଏଡିଭି ଏଡିସନର ଇଂଟେରିୟରରେ ଏକ ସ୍ଲିକ ଅଲ୍‌-ବ୍ଲାକ କ୍ୟାବିନ ସହ ବୋଲ୍ଡ ଅରେଞ୍ଜ ଷ୍ଟିଚିଙ୍ଗ ଓ ଆସେଂଟ ରହିଛି ଯାହା ଏହାକୁ ଏକ ସତେଜ ଓ ପ୍ରିମିୟମ ଅନୁଭବ ଦେଉଛି । ବ୍ଲାକ ସିଟ୍ ସହ ଅରେଞ୍ଜ ଷ୍ଟିଚିଙ୍ଗ ଏବଂ ଫ୍ରଂଟ ଓ ରିୟରରେ ଏମ୍‌ବସ୍‌ଡ ଏଡିଭି ଲୋଗୋ ଏକ ବ୍ୟକ୍ତିଗତ, ଷ୍ଟାଇଲିଶ ଟଚ୍ ପ୍ରଦାନ କରୁଛି । ଏସି ନବ୍‌, ଗ୍ରିର ନବ ମୋଲ୍ଡିଙ୍ଗ ଓ ଡୋର ଟ୍ରିମଗୁଡିକରେ ଅରେଞ୍ଜ ହାଇଲାଇଟଗୁଡିକ କ୍ୟାବିନକୁ ସ୍ୱତନ୍ତ୍ର ଅନୁଭବ କରାଉଛି । ଏଡିଭି ଏଡିସନକୁ ମିଟିଅରଏଡ ଗ୍ରେ ମେଟାଲିକ ଓ ଲୁନାର ସିଲ୍‌ଭର ମେଟାଲିକ କଲରରେ, ଉଭୟ ସିଙ୍ଗଲଟୋନ ଓ ଡୁଆଲଟୋନ ଏକ୍ସଟେରିୟର କଲର ଅପ୍‌ସନରେ ଉପଲବ୍ଧ କରାଯିବ ।

ଏଲିଭେଟ ଏଡିଭି ଏଡିସନ ଏକ ୧.୫ଲିଟର ଆଇ-ଭିଟିଇସି ପେଟ୍ରୋଲ ଇଞ୍ଜିନ ଦ୍ୱାରା ପରିଚାଳିତ ଯାହା ପ୍ୟାଡେଲ ସିଫ୍ଟର ସହିତ ଉଭୟ ୬ ସ୍ପିଡ ମାନୁଆଲ ଓ ୭-ସ୍ପିଡ ସିଭିଟି ଅଟୋମାଟିକ ଟ୍ରାନ୍ସମିଶନ ସହ ଉପଲବ୍ଧ ହେଉଛି । ଏହି ଏସୟୁଭି ଏହାର ବୃହତ କାର୍ଗୋ ସ୍ପେଶ, ହାଇ ଗ୍ରାଉଣ୍ଡ କ୍ଲିଅରାନ୍ସ ଏବଂ ଆରାମଦାୟକ, ପ୍ରଶସ୍ତ ଇଂଟେରିୟର ସହ ସ୍ୱତନ୍ତ୍ର ଭାବେ ଉଭା ହେଉଛି, ଯାହା ଏହାକୁ ଦୈନନ୍ଦିତ ଯାତାୟତ ସହ ଲମ୍ବା ଯାତ୍ରା ପାଇଁ ଉପଯୁକ୍ତ ପସନ୍ଦରେ ପରିଣତ କରୁଛି ।

ହୋଣ୍ଡା ପାଇଁ ସୁରକ୍ଷା ଏକ ଶୀର୍ଷ ପ୍ରାଥମିକତା ଭାବେ ବଜାୟ ରହିଛି ଏବଂ ଏଲିଭେଟ ଏଡିଭି ଏଡିସନ ଏକ ଆଡ୍‌ଭାନ୍ସଡ ଡ୍ରାଇଭର-ଆସିଷ୍ଟ ସିଷ୍ଟମ (ଏଡିଏଏସ) ହୋଣ୍ଡା ସେନ୍ସିଙ୍ଗ ସହ ସୁସଜ୍ଜିତ ହୋଇଆସୁଛି ଯେଉଁଥିରେ କୋଲାଇଜନ ମିଟିଗେଶନ ବ୍ରେକିଂ ସିଷ୍ଟମ, ଲେନକିପ ଆସିଷ୍ଟ, ରୋଡ ଡିର୍ପାଚର ମିଟିଗେଶନ, ଆଡାପ୍ଟିଭ କ୍ରୁଜ କଂଟ୍ରୋଲ ଓ ଲିଡ କାର୍ ଡିପାଚର ନୋଟିଫିକେଶନ ସାମିଲ ରହିଛି । ଏଡିଭି ଏଡିସନ ଷ୍ଟାଣ୍ଡାର୍ଡ ଭାବେ ଏକ ୩ ବର୍ଷର ଅନ୍‌ଲିମିଟେଡ କିଲୋମିଟର ୱାରେଂଟି ସହିତ ଆସୁଛି । ଗ୍ରାହକମାନେ ୭ ବର୍ଷ ପର୍ଯ୍ୟନ୍ତ ଏକ ବର୍ଦ୍ଧିତ ୱାରେଂଟି, ୧୦ ବର୍ଷ ପର୍ଯ୍ୟନ୍ତ ଏକ ଯେକୌଣସି ସମୟର ୱାରେଂଟି ଏବଂ କ୍ରୟ ତାରିଖରୁ ରୋଡ୍‌ସାଇଡ ଆସିଷ୍ଟାନ୍ସକୁ ଚୟନ କରିପାରିବେ ।

0
0
0
s2sdefault