ଓଡ଼ଗାଁ,୧୩।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରାବରା ଗ୍ରାମର ରମେଶ କୁମାର ବିଶ୍ବାଳ (୩୬) ବିଷପାନ କରି ମୃତ୍ୟୁ ଘଟିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ଓଡ଼ଗାଁ ପୋଲିସ ୧/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ଜବତ କରିଥିଲେ । ଏବଂ ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସୂଚନା ଅନୁସାରେ ରମେଶ ସୋମବାର ବିଳମ୍ବିତ ରାତିରେ ବିଷପାନ କରିଥିଲେ । ମଙ୍ଗଳବାର ଭୋର ୩ରୁ ୪ଟା ମଧ୍ୟରେ ପରିବାର ଲୋକେ କୌଣସି ସୂତ୍ରରୁ ଜାଣି ରମେଶକୁ ପ୍ରଥମେ ଓଡ଼ଗାଁ ଡ଼ାକ୍ତରଖାନାକୁ ଆଣିଥିଲେ। ପରେ ଗୁରୁତର ରମେଶକୁ ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ ଆନୁଷ୍ଠାନିକ ଭାବେ ମୃତ୍ୟୁ ଘୋଷଣା କରିଥିଲେ । ସୂଚନା ଥାଉକି ସ୍ତ୍ରୀ' ପୁଅକୁ ନେଇ କିଛିଦିନ ହେବ ବାପଘରକୁ ଯାଇଥିବା ବେଳେ ରମେଶ ଗତକାଲି ରାତିରେ ଘରେ ଏକା ଥିଲେ ।
ରାଜ୍ୟ
ବିଷପାନ କରି ଚାଲିଗଲା ଯୁବକଙ୍କ ଜୀବନ
- Hits: 57











