ଭୁବନେଶ୍ୱର, ୧୩ ଜାନୁଆରୀ ୨୦୨୬: ତୃପ୍ତି କିଆରେ, କିଆ ମୋଟର୍ସ ଆଜି ନିଜର ନୂଆ ଓ ଅତ୍ୟାଧୁନିକ ଏସ୍ୟୁଭି ମଡେଲ ନ୍ୟୁ ସେଲ୍ଟୋସ୍ ରାଜ୍ୟରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛି । ନୂଆ ସେଲ୍ଟୋସ୍ ୮ଟି ଭେରିଅେଣ୍ଟରେ ଉପଲବ୍ଧ ଅଛି, ଯାହାର ମୂଲ୍ୟ ୧୦.୯୯ ଲକ୍ଷ ଟଙ୍କାରୁ ଆରମ୍ଭ । ଗ୍ରାହକଙ୍କୁ ପେଟ୍ରୋଲ ଏବଂ ଡିଜେଲ; ଉଭୟ ଇଞ୍ଜିନ୍ ର ବିକଳ୍ପ ଦିଆଯାଇଛି । ଏହି ମଡେଲ୍ ଏକ ପ୍ରଗତିଶୀଳ ଟ୍ରିନିଟି ଡିସ୍ପ୍ଲେ, ୧୦-ୱେ ପାୱାର ଡ୍ରାଇଭର୍ ସିଟ୍ ସହିତ ମେମୋରୀ ଫଙ୍କସନ୍, ଏଲ୍.ଇ.ଡି. ଡି.ଆର୍.ଏଲ୍. ସହିତ ୱେଲକମ୍ ଫଙ୍କସନ୍ ଆଦି ଅତ୍ୟାଧୁନିକ ସୁବିଧାରେ ସଜ୍ଜିତ। ପୂର୍ବ ମଡେଲ୍ ତୁଳନାରେ ଏଥିରେ ଅଧିକ ସ୍ଥାନ, ଅଧିକ ଗ୍ରାଉଣ୍ଡ୍ କ୍ଲିଅରେନ୍ସ, ଲମ୍ବ ଓ ଓସାର ରହିଛି ଏବଂ ଏହା ୧୨ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ମୂଳ ଭେରିଅେଣ୍ଟରୁ ହିଁ ଅଟୋମେଟିକ୍ ଏସି ଏବଂ କ୍ରୁଜ୍ କଣ୍ଟ୍ରୋଲ୍ ଭଳି ସୁବିଧା ରହିଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନନୀୟ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ ବିଶେଷ ଅତିଥି ଭାବରେ ଉପସ୍ଥିତ ଥିଲେ । ଏଥିରେ ତୃପ୍ତି କିଆର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବଦ୍ରିନାରାୟଣ ସାମନ୍ତରାୟ , ଡାଇରେକ୍ଟର ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ ଜେନେରାଲ୍ ମ୍ୟାନେଜର ଶ୍ରୀ ଗୋପାଳ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଉପଲକ୍ଷେ କିଆ ମୋଟର୍ସର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବଦ୍ରିନାରାୟଣ ସାମନ୍ତରାୟ କହିଲେ, "ନ୍ୟୁ ସେଲ୍ଟୋସ୍ ଆମର ଗ୍ରାହକଙ୍କ ଅଭିବୃଦ୍ଧିଶୀଳ ଆକାଂକ୍ଷା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜାଇନ୍ ହୋଇଛି । ଏହା ଡିଜାଇନ୍, ପ୍ରଦର୍ଶନ ଓ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ ସନ୍ତୁଳନ ରକ୍ଷା କରିବା ସହ ଓଡ଼ିଶାର ଗ୍ରାହକଙ୍କ ପାଇଁ ଏକ ଆଦର୍ଶ ଏସୟୁଭି ହେବ ।"
ନୂଆ ସେଲ୍ଟୋସ୍ ସମସ୍ତ ତୃପ୍ତି କିଆ ଡିଲରଶିପ୍ ରେ ଉପଲବ୍ଧ । ଅଧିକ ତଥ୍ୟ ପାଇଁ ତୃପ୍ତି କିଆ ସଂପର୍କ କରନ୍ତୁ । ତୃପ୍ତି କିଆ ପକ୍ଷରୁ କିଆର ନୂଆ ନ୍ୟୁ ସେଲ୍ଟୋସ୍ ବୁକିଂ କରିବା ପାଇଁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ ମଧ୍ୟ କରାଯାଇଛି ।











