ପୁରୀ,୨/୧ (ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ରର ଅଗ୍ରଣୀ ଧାର୍ମିକ ସ୍ବେଚ୍ଛାସେବୀ ସଂଗଠନ ଉତ୍କଳ ବିଦ୍ବତ୍ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ନୂଆବର୍ଷ ଉପଲେକ୍ଷ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବ୍ୟାରିକେଡ ଭିତରେ ଯାଉଥିଲେ । ସିଂହଦ୍ଵାର ଠାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଇଂରାଜୀ ଜାନୁଆରୀ ୧ ତାରିଖ ନୂଆବର୍ଷ ପାଳନ ନକରି ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ନବବର୍ଷ ପାଳନ କରିବା ପାଇଁ ସଚେତନତା ବାର୍ତ୍ତା ଉତ୍କଳ ବିଦ୍ବତ୍ ପରିଷଦ ପରାମର୍ଶ ଦେଇଥିଲା । ଓଡ଼ିଆ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦାରେ ରାଷ୍ଟ୍ରୀୟ ନବବର୍ଷ ପାଳନ ସହ ଧାର୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅନୁଷ୍ଠାନର ସଦସ୍ଯ ମାନେ ସଚେତନ କରିଥିଲେ । ପଣା ସଂକ୍ରାନ୍ତିକୁ ଧୁମ ଧାମର ସହ ପାଳନ କରିବା ପାଇଁ ଉତ୍କଳ ବିଦ୍ବତ୍ ପରିଷଦର ଅଧ୍ୟକ୍ଷ ମନୋଜ କୁମାର ରଥ ଅନୁରୋଧ କରିଥିଲେ । ଏହି ଅବସରରେ ଗରିବ ଅସହାୟ ଲୋକମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଏଭଳି ପ୍ରୟାସକୁ ଭକ୍ତ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ମାନେ ପ୍ରଶଂସା କରିଥିଲେ ।
ରାଜ୍ୟ
ଓଡ଼ିଆ ନବବର୍ଷକୁ ଧୁମଧାମରେ ପାଳନ କରିବା ପାଇଁ ଉତ୍କଳ ବିଦ୍ବତ୍ ପରିଷଦର ନିବେଦନ
- Hits: 17











