ହେଡଲାଇନସ୍:

ରାୟଗଡ ବନାଞ୍ଚଳ ସ୍ତରୀୟ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ  ଉପଖଣ୍ଡ ପ୍ରତିନିଧି ବୈକୁଣ୍ଠ ଦୁରିଆ -ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ବଣ ଭୋଜି ସ୍ଥଳ ରେ ପ୍ଲାଷ୍ଟିକ ମୁକ୍ତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଚେତନ କାର୍ଯକ୍ରମ ଟି ଗୁମ୍ମା ସେକ୍ସନ ର ତଳଗୁମ୍ମା ଓ ରାୟଗଡ଼ ସେକ୍ସନ ର ହାଲୁୱ। ବଣ ଭୋଜି ସ୍ଥଳ ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଟି ର ମୁଖ୍ୟ ବାର୍ତ୍ତା ଥିଲା ଯେ କିପରି ଆମେ ଆମ ଆଖ ପାଖ ରେ ଥିବା ବଣ ଭୋଜି ସ୍ଥଳ ଗୁଡିକ ପ୍ଲାଷ୍ଟିକ ମୁକ୍ତ କରିବା ଓ ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରିବା । ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ଓ ହାଲୁୱ। ଗ୍ରାମପଞ୍ଚୟତ ର ସ୍ବୟଂ ସହାୟକ ଗୋଷ୍ଠୀ , ଗ୍ରାମବାସୀ , ସ୍କୁଲ ଶିକ୍ଷକ , ଶିକ୍ଷୟତ୍ରୀ , ଛାତ୍ର , ଛାତ୍ରୀ , ରାୟଗଡ଼ ଜିଲ୍ଲା ପ୍ରଦୂଷଣ ବୋର୍ଡ ଅଧିକାରୀ ଓ କର୍ମଚାରୀ ଏହାସହ ରାୟଗଡ଼ ବନାଞ୍ଚଳର ସମସ୍ତ ବନ କର୍ମଚାରୀ ମିଳିତ ସହଯୋଗ ରେ କାର୍ଯ କରାଯାଇଥିଲା ।
ମୁଖ୍ୟ ଅତିଥି ଭାବେ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ , ବନଖଣ୍ଡ ଅଧିକାରୀ ଏହି କାର୍ଯ୍ୟକ୍ରମ ଯୋଗଦାନ କରି ଶୁଭରାମ୍ଭ କରିଥିଲେ । ଉପସ୍ଥିତ ରାୟଗଡ଼ ଜିଲ୍ଲା ପ୍ରଦୂଷଣ ବୋର୍ଡ ଅଧିକାରୀ ଶ୍ରୀ ରିପୁ କୁମାର ସାହୁ, ସହ ବନସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ , ଶ୍ରୀ କାମେଶ୍ଵର ଆଚାରୀ , ବନାଞ୍ଚଳ ଅଧିକାରୀ , ହାଲୁୱ। ସ୍କୁଲ ର ପ୍ରଧାନ ଶିକ୍ଷକ ଓ ଗୁମ୍ମା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସହ ହାଲୁୱ। ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିଜ ଅଭିଭାଷଣରେ ବର୍ତ୍ତମାନ ପ୍ଲାଷ୍ଟିକ ଭଳି ଏକ ବିଷାକ୍ତ ଜିନିଷ କିପରି ଆମ ଦୈନନ୍ଦିନ ଜୀବନ ରେ ସମ୍ପୃକ୍ତ ହୋଇଯାଇଛି ଓ ଏହା ମାନବ ସମାଜ ଉପରେ କି ପ୍ରକାର କୁ ପ୍ରଭାବ ପକାଉଛି ତାହା ଉପରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ ଓ ଆମେ କି କି ପ୍ରକାର ପଦେକ୍ଷେପ ନେଇ ଆମ ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିପରିବା ତାହା ଉପରେ ଗୁରୁତ୍ବାରୋପ କରିଥିଲେ ।
ସହ ବନସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ନିଜ ଅଭିଭାଷଣ ରେ ବଣଭୋଜି ସ୍ଥଳ ରେ ପ୍ଲାଷ୍ଟିକ ର ବ୍ୟବହାର କିପରି କମ କରାଯାଇପାରିବ ଏବଂ ପ୍ଲାଷ୍ଟିକ ବ୍ୟବହାର ଦ୍ବାରା ପରିବେଶ ଉପରେ କୁ ପ୍ରଭାବ , ତାହାର କି ପ୍ରକାର ପ୍ରତିକାର କରାଯାଇପାରିବ ଓ ବଣଭୋଜି ସ୍ଥଳ ରେ କଣ ବ୍ୟବହାର କରିବା ଓ କଣ ବ୍ୟବହାର ନ କରିବା ସେ ବିଷୟରେ ମନ୍ତବ୍ୟ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଭାଗ ନେଇଥିବା ସରକାରୀ କର୍ମଚାରୀ , ଦୁଇ ଗୋଟି ଗ୍ରାମପଞ୍ଚାୟତ ର ଗ୍ରାମବାସୀ , ସ୍କୁଲ ଶିକ୍ଷକ ଓ ଛାତ୍ର ଛାତ୍ରୀ ମିଳିମିଶି ତଳଗୁମ୍ମା ଓ ହାଲୁୱ। ବଣ ଭୋଜି ସ୍ଥଳ ରେ ବହୁ ଦିନ ରୁ ପଡିଥିବା ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ଯଥା – ପଲିଥିନ , ପାଣି ପାଉଚ, ମସଲା ଜରି , ଜରି ଆବରଣ ପେପର ପ୍ଲେଟ ଇତ୍ୟାଦି କୁ ସଫା କରି ପ୍ଲାଷ୍ଟିକ ମୁକ୍ତ କରାଯାଇଥିଲା ଓ ସେ ବଣ ଭୋଜି ସ୍ଥଳ ରେ ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ନ କରିବା ପାଇଁ ଶପଥ ପାଠ କରାଯାଇଥିଲା ଏବଂ ସେହି ସ୍ଥଳ ରେ ଅଳିଆ କୁଣ୍ଡ ରଖା ଯାଇଥିଲା ।
ଶ୍ରୀ କମେଶ୍ଵର ଆଚାରୀ , ବନାଞ୍ଚଳ ଅଧିକାରୀ , ରାୟଗଡା ଏହାକୁ ସୁ-ପରିଚାଳନା କରିଥିଲେ ।

0
0
0
s2sdefault