ହେଡଲାଇନସ୍:

ଜାନୁୟାରୀ ୪-୧୩ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ,୨/୧୨ ( ଅନିମେଶ ପଟ୍ଟନାୟକ ): ଚଳିତବର୍ଷ ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଜାନୁୟାରୀ ୪ରୁ ।‌ ୪ ରୁ ୧୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ଯାପି ଏହି ପୁସ୍ତକ ମେଳା ଚଳିତ ଥର ଶରଧାବାଲି ପରିବର୍ତ୍ତେ ଭୋଳାନାଥ ବିଦ୍ୟାପୀଠ ପରିସରରେ ଆୟୋଜିତ ହେବ । ଏ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ଜିଲ୍ଲା ସ୍କୁଲ ସମ୍ମୁଖ ଓଡ଼ିଶା ସଙ୍ଗୀତ ଏକାଡ଼େମୀ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୁସ୍ତକ ମେଳା ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଚଳିତବର୍ଷ ଦିଲ୍ଲୀରୁ ୫୦ରୁ ଉର୍ଦ୍ଧ୍ବ ପ୍ରକାଶକ ଯୋଗଦେବେ । ପ୍ରାୟ ୧୨୦ଟି ବୁକ ଷ୍ଟଲ ଖୋଲିବ । ସାଂସ୍କୃତିକ ମଞ୍ଚରେ ନୃତ୍ଯ, ଭକ୍ତି ସଙ୍ଗୀତ, ସାହିତ୍ୟ ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହି ଅବସରରେ ଗବେଷଣା ପାଇଁ ଗୌରାଙ୍ଗ ଚରଣ ପରିଡା, ସାହିତ୍ୟି କ୍ଷେତ୍ରରେ ପବିତ୍ର ମୋହନ ଦାଶ, ପ୍ରକାଶକ କ୍ଷେତ୍ରରେ ଗୀତାଞ୍ଜଳି ପବ୍ଲିକେଶନ କଟକଙ୍କୁ ପୁସ୍ତକ ମେଳା ସମ୍ମାନ ପ୍ରଦାନ କରାଯିବ । ଏହା ସହ ସାହିତ୍ୟି ସଂସ୍କୃତି ଅବଦାନ ପାଇଁ ବିରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ରାଜ୍ୟସ୍ତରୀୟ ସାହିତ୍ୟିକ ସାରସ୍ବତ ସାଧକ ସମ୍ମାନ ପ୍ରଦାନ କରାଯିବ । ପ୍ରଫେସର ଡ.ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କୁ ସୁନିଲ ରଥ ସ୍ମାରକୀ ଗବେଷକ ସମ୍ମାନ ପ୍ରଦାନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି କୈଳାସ ଚନ୍ଦ୍ର ଟିକାୟତରାୟ, ସମ୍ପାଦକ ଚକ୍ରଧର ମହାପାତ୍ର, କାର୍ଯ୍ଯକାରୀ ସଭାପତି ଅନାମ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ମହାନ୍ତି, ପ୍ରସନ୍ନ ମିଶ୍ର, ପ୍ରଫୁଲ୍ଲ ସାମନ୍ତରା ଓ ଶ୍ଯାମପ୍ରକାଶ ସେନାପତି ଉପସ୍ଥିତ ଥିଲେ ।

0
0
0
s2sdefault