ନବରଙ୍ଗପୁର, ଅଶୋକ ସାହୁ ତା 02/01/026,ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡ଼ିପାଣି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁମଣୀ ଯାନୀଙ୍କ ବିଦାୟ ରାଇଘର ବ୍ଲକର ନୁଆଁପାରା ସରକାରୀ ବିଦ୍ୟାଳୟକୁ ବଦଳି ହୋଇଯାଇଛି |ସେ 2019ମସିହାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଧୋଡ଼ିପାଣି ସରକାରୀ ବିଦ୍ୟାଳୟରେ ଯୋଗଦେଇ ଛଅ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ତୁଲେଇଥିଲେ |ସେ ଜଣେ ମେଳାପୀ, ପରୋପକାରୀ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ |ଛାତ୍ରଛାତ୍ରୀ ମାନଙ୍କୁ ଅମାପ ସ୍ନେହ ଆଦର ଦେବା ସହିତ ଅବିଭାବକ, ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ଘନିଷ୍ଠ ମିତ୍ର ଭାବ ରଖି ସମସ୍ତଙ୍କ ମନ ଜିଣି ନେଇଥିଲେ |ତତ ସହିତ ବିଦ୍ୟାଳୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ସବୁ କରି ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ |ତାଙ୍କର ଏହି ବଦଳି ଖବର ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କୁ ମର୍ମାହତ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ, ଅଞ୍ଚଳର ବୁଦ୍ଧିଜୀବୀ ଓ ଜ୍ଞାନୀଗୁଣି ମାନଙ୍କୁ ମଧ୍ୟ ବିଚଳିତ କରିଛି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଛାତିରେ ପଥର ରଖି ଛଳଛଳ ଆଖିରେ ବିଦାୟ ଜଣେଇବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତର କାମନା କରିଥିବା ସୂଚନା ମିଳିଛି |
ରାଜ୍ୟ
ଧୋଡ଼ିପାଣି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି |
- Hits: 5











