ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ 2026 ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଜିଲ୍ଲା ପ୍ରଦକ୍ଷଣ ଭବନଠାରେ ପାଣି ପଞ୍ଚାୟତ ପକ୍ଷ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ଯେ, ରାଜ୍ୟସରକାରଙ୍କ ନିଷ୍ପତି କ୍ରମେ ଆସନ୍ତା ଜାନୁଆରୀ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପ୍ରଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଡିଭିଜନ ଜିଲ୍ଲାସ୍ତରୀୟ ଭାବେ ପାଳନ କରାଯିବ । ପାଣି ପଞ୍ଚାୟତରେ ସୁଫଳ ଓ ଏହାର କାର୍ଯ୍ୟକାରିତା ନିମନ୍ତେ ଥିବା ଯୋଜନାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଯେଉଁ ସଚେତନତାର ଆବଶ୍ୟକତା ରହିଛି ସେଥି ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି, କୃଷି, ମସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପ୍ରଦର୍ଶନୀ ମଣ୍ଡପମାନ ଖୋଲା ଯାଇ ସଚେତନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ।

0
0
0
s2sdefault