ହେଡଲାଇନସ୍:

ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ୟୁଆଇଏଲ୍ ସିଏସଆର୍ ପ୍ରକଳ୍ପ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାୟଗଡ଼ା: (ସରୋଜ କୁମାର ସାହୁ) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ଅନ୍ତର୍ଗତ ଚାଲିଥିବା ପ୍ରକଳ୍ପ ଗୁଡ଼ିକୁ ଆଜି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବ ଶ୍ରୀମତୀ ୟାମିନି ଷଡ଼ଙ୍ଗୀ (ଭାପ୍ରସେ) ପରିଦର୍ଶନ କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀଙ୍କ ଗସ୍ତ ସମୟରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି (ଭାପ୍ରସେ) ଉପସ୍ଥିତ ଥିଲେ। ସ୍ଥାନୀୟ ବିଲାମାଳ ଠାରେ ଉତ୍କଳ ଆଲୁମିନା ସିଏସଆର୍ ଅନ୍ତର୍ଗତ ପ୍ରତିଷ୍ଠା ହୋଇଥିବା ଦୁଇଗୋଟି ପ୍ରକଳ୍ପ ଯଥା ସୋଲାର ଚାଳିତ ଶୀତଳ ଭଣ୍ଡାର ଓ ରୋଷ୍ଟେଡ ମିଲେଟ ୟୁନିଟକୁ ପରିଦର୍ଶନ କରିଥିଲେ। ଉତ୍କଳ ଆଲୁମିନା ପକ୍ଷରୁ ଗ୍ରାମାଞ୍ଚଳରେ ଏଭଳି ଲୋକାଭିମୁଖୀ କାର୍ଯ୍ୟ କରିଥିବାରୁ କମ୍ପାନୀ କତୃପକ୍ଷଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସୋଲାର ଚାଳିତ ଶୀତଳ ଭଣ୍ଡାର ଦ୍ଵାରା ସ୍ଥାନୀୟ ଅଞ୍ଚଳର ୧୮୦ ଜଣ ଚାଷୀ ଉପକୃତ ହୋଇଥିବା ବେଳେ ଏଭଳି ଦୁର୍ଗମ ଅଞ୍ଚଳରେ ଚାଷୀ ନିଜ ଉତ୍ପାଦିତ ପନିପରିବା ଫସଲ ଦୀର୍ଘ ଦିନ ଯାଏଁ ସତେଜ ରଖିବା ସହ ବାହାର ବଜାରରେ ବିକ୍ରୟ କରି ଲାଭବାନ ହେଉଅଛନ୍ତି। ଏଥିପାଇଁ ଶ୍ରୀମତୀ ଷଡ଼ଙ୍ଗୀ ଉତ୍କଳ ଆଲୁମିନା ପଦକ୍ଷେପକୁ ସାଧୁବାଦ୍ ଜଣାଇବା ସହ ଆଗାମୀ ଦିନରେ ପ୍ଲାଣ୍ଟ ପର୍ଶ୍ୱସ୍ଥ ଗାଁ ଗୁଡିକରେ ଏହାକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ରୋଷ୍ଟେଡ ମିଲେଟ୍ ୟୁନିଟକୁ ପରିଦର୍ଶନରେ ଯାଇ ସେଠାରେ ମାଣ୍ଡିଆରେ ତିଆରି ବିଭିନ୍ନ ବିସ୍କିଟ ଓ କୁକିଜ୍ ଆଦି ଦେଖି ଖୁସି ବ୍ୟକ୍ତ କରିଥିଲେ। ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଏଭଳି ଅଭିନବ ପ୍ରୟାସ ପାଇଁ ସିଏସଆର୍ ଟିମକୁ ପ୍ରଶଂସା କରିଥିଲେ। ଶ୍ରୀମତୀ ଷଡ଼ଙ୍ଗୀଙ୍କ ଗସ୍ତ ସମୟରେ ଉତ୍କଳ ଆଲୁମିନା ସିଏସଆର୍ ମୁଖ୍ୟ ଲୋପାମୁଦ୍ରା ମିଶ୍ର, ମାନବ ସମ୍ବଳ ପ୍ରମୁଖ ନାରାୟଣ ମୀତ୍ରା, ସିଏସଆର୍ କର୍ମକର୍ତ୍ତା କର୍ତିକେଶ୍ୱର୍ ସାହୁ, ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

0
0
0
s2sdefault