ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦମପୁର ଉପଖଣ୍ଡ ଝାରବନ୍ଧ ଠାରେ ଦୁର୍ଗା ମଣ୍ଡପ ପରିସର ରେ ପଣ୍ଡିତ ଝସକେତନ ନନ୍ଦ ଙ୍କ ସଭାପତିତ୍ବ ରେ ଏକ ବ୍ଲକ ସ୍ତରୀୟ ବ୍ରାହ୍ମଣ ମହାସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ମହାସଭା ରେ ବେଦ ପାଠ କରିଥିଲେ ।ଝାରବନ୍ଧ ବ୍ଲକ ବ୍ରାହ୍ମଣ ସଭା ର କାର୍ଯ୍ୟକାରୀ ସଭାପତି ଡାକ୍ତର ଲମ୍ବୋଦର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକ୍ ସ୍ତରୀୟ ବ୍ରାହ୍ମଣ ସଭା ର ସମ୍ପାଦକ ପଣ୍ଡିତ ଆନନ୍ଦ କୁମାର ମହାପାତ୍ର । ଗଠନ ଓ ଆଭିମୁଖ୍ୟ ଉପରେ ବିଶଦଃ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବରେ ବରଗଡ଼ ଜିଲ୍ଲା ସଭାପତି କିର୍ତିଚନ୍ଦ୍ର ପଣ୍ଡା। ପଦମପୁର ରୁ ବରେଣ୍ଣ୍ୟ ପଣ୍ଡିତ ଅତ୍ରାହି ପାଣିଗ୍ରାହୀ ଯୋଗ ଦେଇ ସମାଜ ର ହିତ ପାଇଁ ବ୍ରାହ୍ମଣ ମାନଙ୍କ ସମ୍ପର୍କ ରେ ଆଲୋଚନା କରିଥିଲେ । ସଭାପତି ଝସକେତନ୍ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଗାମୀ ବର୍ଷ ଠାରୁ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ ବ୍ଲକ ସ୍ତରୀୟ ମେଟ୍ରିକ୍ ରେ ସର୍ବୋଚ୍ଚ ନମ୍ବର ରଖି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା ।
ଉକ୍ତ ସଭା ରେ ପାଇକମାଳ ସଭାପତି ଗିରିଶ ନାଏକ ,ସୁବଳ ପଣ୍ଡା ,ଡିଗ୍ରୀ ଦେବତା ଛତିଶଗଡ ମହାସମୁନ୍ଦ୍ ଜିଲ୍ଲା ସଭାପତି ବଳଦେବ ମିଶ୍ର , ନନ୍ଦଲାଲ ମହାପାତ୍ର,ପ୍ରସନ୍ନ ମହାପାତ୍ର ,ଜଗବନ୍ଧୁ ମହାପାତ୍ର ,ପ୍ରଫୁଲ୍ଲ ମହାପାତ୍ର ,ମନୋଜ ପାଢ଼ୀ,ବେଣୁଧର ପାଣିଗ୍ରାହୀ , ପଣ୍ଡିତ ଦେବରାଜ ପଣ୍ଡା ,ରାଧେଶ୍ୟାମ ପଣ୍ଡା ,ଅନେକ ବିଜ୍ଞ ପଣ୍ଡିତ ଯୋଗ ଦେଇଥିଲେ ।
ରାଜ୍ୟ
ବ୍ଲକ୍ ସ୍ତରୀୟ ବ୍ରାହ୍ମଣ ସଭା।
- Hits: 6











