ହେଡଲାଇନସ୍:

୭ଦଫା ଦାବି ନେଇ ରାଜା ରାସ୍ତାରେ ବୋରାସମ୍ବର କୃଷକ ସଂଗଠନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:- କଠିନ ପରିଶ୍ରମ କରି ସାରା ଫସଲ ଅମଳ କରି ସମସ୍ତଙ୍କ ମୁହଁରେ ଆହାର ଯୋଗାଇଥାଏ ଚାଷୀ। ଆଉ କିଛି ଦିନ ପରେ ଚାଷୀ ର ମହାନ୍ ପର୍ବ ପୌଷ ପୂର୍ଣ୍ଣିମା ବା "ପୁସପୁନି " । ଏହି ପର୍ବକୁ ମହା ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିଥାଆନ୍ତି ସମସ୍ତ ଚାଷୀ। କାରଣ ଚାଷୀ ର ସମସ୍ତ କାମ ଶେଷ ହୋଇଯାଇଥାଏ ଏବଂ ଅମଳ କରିଥିବା ଧାନ କୁ ବିକ୍ରି ବର୍ଷ ର ରୋଜଗାର କରିଥାଏ। କିନ୍ତୁ ତାହା ଏବର୍ଷ ପଦ୍ମପୁର ଅଞ୍ଚଳରେ ଦେଖାଦେଇଛି ଅବ୍ୟବସ୍ଥା। ଧାନ ବିକ୍ରି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଉପାୟରେ ପ୍ରଶାସନକୁ ଜଣାଇବା ପରେ ମଧ୍ଯ ପ୍ରଶାସନ କୌଣସି ସମାଧାନ କଲେ ନାହିଁ । ତେଣୁ ଆଜି ସାତ ଦଫା ଦାବି ନେଇ ପଦ୍ମପୁରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ରାଜବୋଡ଼ାସମ୍ବର କୃଷକ ସଂଗଠନ ।ପଞ୍ଜିକୃତ ସମସ୍ତ ଚାଷୀଙ୍କୁ ତୁରନ୍ତ ଟୋକନ ପ୍ରଦାନ । ଯେଉଁ ଚାଷୀଙ୍କ ଜମି ତୁଳନାରେ କମ ଟୋକନ ତାଙ୍କର ସମାଧାନ । କେନ୍ଦ୍ର ସରକାରଙ୍କ ବର୍ଦ୍ଦିତ ୬୯ ଟଙ୍କା ମିଶାଇ ଧାନ କ୍ୟୁଣ୍ଟାଲ ୩୧୬୯ ଟଙ୍କା ପ୍ରଦାନ । ଏଫ.ଏ.କ୍ଯୁ ମାନର ଧାନରେ କଟଣୀ ଛଟଣୀ ବନ୍ଦ।ଦଲାଲ ମୁକ୍ତ ମଣ୍ଡି ବ୍ୟବସ୍ଥା । ଧାନ କିଣା ତରନ୍ମିତ କିରି ଜାନୁଆରୀ ସୁଦ୍ଧା ସମସ୍ତ ଚାଷୀଙ୍କ ସମସ୍ତ ଧାନ କିଣା ଯାଉ । ମିଲର ମାନଙ୍କୁ ଆଳ କରି ଚାଷୀ ମାନଙ୍କୁ ହଇରାଣ କରିବା ବନ୍ଦ କରାଯାଉ ଆଦି ସାତ ଦଫା ଦାବି ନେଇ ରାଜବୋଡ଼ାସମ୍ବର କୃଷକ ସଂଗଠନ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି । ଆବାହକ ଅଶୋକ ସାହୁ,ରମେଶ ମହାପାତ୍ର, ଆଇନ ପରାମର୍ଶ ଦାତା ଅଜିତ କୁମାର ଶତପଥୀ ଙ୍କ ସମେତ ଶତାଧିକ ଚାଷୀ ପିକେଟିଂ କରି ଦୋକାନ ବଜାର, ଅଫିସ ବନ୍ଦ କରିଥିଲେ।ଏହି ବନ୍ଦ ଫଳରେ ସମସ୍ତ ଯାନବାହାନ ଚଳାଚଳ ମଧ୍ଯ ବନ୍ଦ ରହିଛି ।

0
0
0
s2sdefault