ହେଡଲାଇନସ୍:

ଗୁଣପୁର ଭାଜପା ତରଫରୁ ସ୍ବର୍ଗତ ଅଟଳଜି ଜନ୍ମ ଜୟନ୍ତୀ ଓ ବିର ବଲ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ଗୁଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଦେଇ ବାଜେୟୀଙ୍କ ନୀତି ଓ ଆଦର୍ଶ ବିଷୟରେ ଆଲୋକପାତ କରିବା କରଯାଇଥିଲା।ସମାବେଶୀ ବିକାଶ ଓ ସୁଶାସନ ଏକ ଚିରନ୍ତନ ପରମ୍ପରା ଛାଡ଼ି ଯାଇଛନ୍ତି। ଓଡ଼ିଆ ର ବିକାଶ ପାଈଁ ଅଟଳଜୀଙ୍କର ରହିଛି ଅତୁଳନୀୟ ଅବଦାନ, ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଈ ଡବଲ ଇଞ୍ଜିନ ସରକାର ନିରନ୍ତର ସେବା ଯୋଗାଉଛନ୍ତି ବୋଲି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ୱାଇ ଗଣପତି ଓ ବରିଷ୍ଠ ନେତା ଶ୍ରୀ ଶ୍ରୀନିବାସ ସ୍ବାଇଁ ନିଜ ବକ୍ତବ୍ୟ ରେ ରଖିଥିଲେ। ପରେ ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ବିର ବଲ ଦିବସ ପାଳନ କରାଯାଇଅଛି। ଗୁରୁ ଗୋବିନ୍ଦ ସିଂ ଙ୍କ ପୁତ୍ର ସାହିବ ଜାଦା ଜୋରୱାରି ଫତେହ ସିଂ ଏବଂ ସାହିବଜାଦା ଫତେହ ସିଂ ମୃତ୍ୟୁ କୁ ଆଖି ଆଗରେ ଦେଖିବା ପରେ ମଧ୍ୟ ଧର୍ମର ଉତ୍ତମ ନୀତିରୁ ବିଚ୍ୟୁତ ହେବା ପରିବର୍ତ୍ତେ ମୃତ୍ୟୁକୁ ସ୍ବୀକାର କରିବାକୁ ମଧ୍ଯ ପଛଘୁଞ୍ଚା ଦେଇନଥିଲେ। ତେଣୁ ସେମାନଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ଓ ଅନୁକରଣୀୟ ରହିବ ବୋଲି ରାୟଗଡ଼ା ଜିଲ୍ଲା ସହ- ସଂଯୋଜକ ଶ୍ରୀ ଅମର ସାହୁ ନିଜ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ଭାଜପା ର ଶ୍ରୀ ବିଦ୍ୟାଧର ଶବର ,ଶ୍ରୀ ପୃଥିବୀ ରାଜ ପାଢ଼ୀ, ଶ୍ରୀ ଜଗଦୀଶ ପାତ୍ର, ଶ୍ରୀ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଶ୍ରୀ ମୋନଜ ପାଣିଗ୍ରାହି,ଶ୍ରି ବାଲାଜୀ ପାଣିଗ୍ରାହି, ଶ୍ରୀ ସଂଗ୍ରାମ କେଶରୀ ସାହୁ, ଶ୍ରୀ ସତ୍ୟ ସୁନ୍ଦର କର, ଶ୍ରୀ ସନ୍ତଶ ପାଣିଗ୍ରାହି, ଶ୍ରୀ ସାରଙ୍ଗ ଧର ନଗବଂଶ, ଶ୍ରୀ ମନୋରଞ୍ଜନ ପାଢ଼ୀ, ଶ୍ରୀ ଏସ ଭାର୍ଗବ, ଯୁବ ନେତା ଶ୍ରୀ ମୁଖୀ ଦିବାକର, ଶ୍ରୀ ଗଗନ ବିହାରୀ ପାତ୍ର,ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ ପାଢ଼ୀ, ଶ୍ରୀ ହିମକାନ୍ତ ମହାପାତ୍ର, ଶ୍ରୀ ଇଶ୍ଵର ଗମାଙ୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥଲେ।

0
0
0
s2sdefault