ହେଡଲାଇନସ୍:

ବାହାଡାଝୋଲା ସୋସାଇଟି ତାଲା ବନ୍ଦକୁ ୨ ମାସ ବିତିଲା, ପ୍ରଶାସନ ନିରବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଦୁଇ ଦିନ ଗଲେ ଆରମ୍ଭ ହେବ ଧାନ କିଣା,

  • ଜିଲ୍ଲାପାଳ କୁ ଫେରାଦ ହେଲେ ପରିଚାଳନା ପରିଷଦ ଓ ଚାଷୀ

ଓଡ଼ଗାଁ,୨୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୁଆଗାଁ ବ୍ଲକ ବାହାଡାଝୋଲା କୃଷି ସମବାୟ ସମିତିରେ ଦୁଇ ମାସ ଧରି ଅଚଳାବସ୍ଥା ଲାଗିରହିଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ସମସ୍ତଙ୍କୁ ବ୍ୟଥିତ କରିଛି । ଆର୍ଥିକ ଅନୀୟମିତତା, ଅଫିସ୍ ନିର୍ଦ୍ଦେଶ ଓ ପରିଚାଳନା ପରିଷଦକୁ ଅବମାନନା ଭଳି ଅଭିଯୋଗରେ ସଂପାଦକ ବିଷ୍ନୁ ପ୍ରସାଦ ନିଶକଙ୍କୁ ପରିଚାଳନା ପରିଷଦ ନଭେମ୍ବର ମାସ ୩ ତାରିଖରେ ନିଲମ୍ବନ କରିଥିଲେ । ଏବଂ ଆର୍ଥିକ ଅନୀୟମିତତା ନେଇ ବହୁବାର ଉପ ନିବନ୍ଧକ ସମବାୟ ସମିତି ସମୂହ ନୟାଗଡ଼ ଓ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଂପାଦକଙ୍କ ନିକଟରେ ଅଭିଯୋଗ କରିବା ପରେ ବ୍ୟାଙ୍କ ସଂପାଦକ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବଂ ମିଳତ ତଦନ୍ତ ପରେ ଅନୀୟମିତତା ନେଇ ପ୍ରମାଣ ମିଳିବା ପରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଡିସେମ୍ବର ୧୨ ତାରିଖ ବେରୁଆଁବାରି ସଂପାଦକଙ୍କୁ ବାହାଡାଝୋଲା ସମିତିର ଅତିରିକ୍ତ ଦାୟିତ୍ବ ନିର୍ଦ୍ଦେଶ ଦେଇଥିଲେ। ବାହାଡାଝୋଲା ସମିତି ସଂପାଦକ ବର୍ତ୍ତମାନ ପର୍ଯ୍ୟନ୍ତ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିନଥିବାରୁ ସମିତିରେ ଅଚାଳାବସ୍ଥା ଲାଗି ରହିଛି । ଜିଲ୍ଲାରେ ଆଉ ଦିନେ ଦୁଇଦିନ ମଧ୍ୟରେ ଧାନ ମଣ୍ଡି ଉଦ୍ଘାଟିତ ହେବାକୁ ରହିଥିବା ବେଳେ ସମିତିରେ ତାଲାବନ୍ଦ ଓ ଅତିରିକ୍ତ ସଂପାଦକଙ୍କ କାର୍ଯ୍ୟରେ ଯୋଗନଦେବା ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ ସହ ଶୁକ୍ରବାର କେତେକ ଚାଷୀ ଓ ପରିଚାଳନା ପରିଷଦ ଜିଲ୍ଲାପାଳଙ୍କୁ ଭେଟି ବାହାଡାଝୋଲା ସମିତିକୁ ନୂତ୍ତନ ସଂପାଦକ ଯୋଗାଇଦେବା ନିମନ୍ତେ ଦାବି କରିଛନ୍ତି । ଏବଂ ଏନେଇ ଉପ-ନିବନ୍ଧକ ସମବାୟ ସମିତି ସମୂହ ନୟାଗଡ଼ଙ୍କୁ ଯୋଗାଯୋଗ କରିବାରେ ଦିନେ ଦୁଇଦିନ ମଧ୍ୟରେ ନୂତ୍ତନ ସଂପାଦକ ଯୋଗ ଦେବା ସହିତ ଧାନ ମଣ୍ଡି ଖୋଲାଯିବ ବୋଲି କହିଛନ୍ତି ।

0
0
0
s2sdefault