ହେଡଲାଇନସ୍:

ଓଡ଼ଗାଁ ପୋଲିସର ୱାରେଣ୍ଟି ଧରପଗଡ଼,୩ ୱାରେଣ୍ଟି ଗିରଫ ପରେ କୋର୍ଟ ଚାଲାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୨୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ସ୍ବତନ୍ତ୍ର ୱାରେଣ୍ଟି ଧରପଗଡ଼ କାର୍ଯ୍ୟକ୍ରମ ପରିଚାଳନା ମାଧ୍ୟମରେ ଗୁରୁବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରୁ ୩ ଜଣ ୱାରେଣ୍ଟିଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲେ । ତେବେ ଜାମିନ ଖାରଜ ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଗିରଫ ମାନେ ହେଲେ ରୋହିବାଙ୍କ ପଞ୍ଚାୟତ ଭଗବତୀ ପ୍ରସାଦ ଗାଁର ଜି ଗାଣ୍ଡୁ ପାତ୍ର, ରଙ୍ଗଣୀପାଟଣା ପଞ୍ଚାୟତ ରଙ୍ଗଣୀପାଟଣା ଗାଁର ମୋହନ ସାହୁ ଏବଂ ସୁନାମୁହଁ ପଞ୍ଚାୟତ ବାଲିସଂଶା ଗାଁର ମିଥୁନ ଡାକୁଆ । ଏହି ଅଭିଯୁକ୍ତ ମାନେ ବିଭିନ୍ନ ମାମଲାରେ ଜଡ଼ିତ ରହି ଦୀର୍ଘ ଦିନ ଧରି ଫେରାର ରହିଥିବା ବେଳେ ସ୍ବତନ୍ତ୍ର ଧରପଗଡରେ ଧରାପଡିଥିଲେ।

0
0
0
s2sdefault