ହେଡଲାଇନସ୍:

ରାଜଗାଙ୍ଗପୁରରେ କେବେ ଚାଲିବ ବୁଲଡୋଜର : ଜବରଦଖଲ ମାଡି ଚାଲିଛି ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର: ରାଜଗାଙ୍ଗପୁରରେ ରାସ୍ତାପାର୍ଶ୍ଵରେ ଜବରଦଖଲ ମୁଣ୍ଡ ବିନ୍ଧାର କାରଣ ସାଜିଛି ଜବରଦଖଲ ଯୋଗୁ ଅଧିକାଂଶ ସମୟରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ସହରରେ ଜନସଂଖ୍ୟା ସହିତ ଦିନକୁଦିନ ଗାଡ଼ିମୋଟର ସଂଖ୍ୟା ବଢୁଛି। ଜବରଦଖଲ ଯୋଗୁ ସହରର ରାସ୍ତା ସମ୍ପ୍ରସାରଣ ହେବା ବଦଳରେ ଧୀରେଧୀରେ ସଂକୁଚିତ ହେବାରେ ଲାଗିଛି ଅନ୍ୟପକ୍ଷରେ ରାସ୍ତା ଉପରେ ପସରା ମେଲାଇ ବ୍ୟବସାୟ କରୁଛନ୍ତି ଉଠାଦୋକାନୀ। ଫଳରେ ସହରର ମୁଖ୍ୟ ରାସ୍ତାଗୁଡ଼ିକ ସଂକୁଚିତ ହେଇଯାଉଛି। ସହରର ସୁଭାଷଛକରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ଵରେ ଥିବା ଦୋକାନୀ ରାସ୍ତାକୁ ଲଗାଇ ନିଜର ପସରା ମେଲାଇ ରଖୁଛନ୍ତି| ପାକିଂ ସୁବିଧା ନଥିବାବେଳେ ଗ୍ରାହକ ନିଜର ଦୁଇଚକିଆ ଯାନକୁ ରାଖିବା ବେଳେ କିଣାବିକା କରିବା ଯୋଗୁଁ ବହୁସମୟରେ ରାସ୍ତାରେ ଜାମ୍ ସହ ଦୁର୍ଘଟଣା ଦେଖିବାକୁ ମିଳୁଛି! ଉଠାଦୋକାନୀ ଓ ଠେଲା ବ୍ୟବସାୟୀଙ୍କ ପାଇଁ ବିଭିନ୍ନସ୍ଥାନରେ ପୌରପାଳିକା ପକ୍ଷରୁ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଛି | ହେଲେ ବ୍ୟବସାୟୀମାନେ ରାସ୍ତା ଉପରକୁ ମାଡ଼ିବସି ମନମାନି ଚଳାଇଛନ୍ତି । ବସ୍‌ଷ୍ଟାଣ୍ଡରେ ଭେଣ୍ଡିଂ ଜୋନ୍‌ର ଦୋକାନୀମାନେ ଫୁଟ୍ପାଥ୍କୁ ମାଡ଼ି ଆସୁଥିବାରୁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ଦେଖି ବାକୁ ମିଲେ

0
0
0
s2sdefault