ଓଡ଼ଗାଁ,୨୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ନୂତ୍ତନ ଆମ୍ବୁଲାନ୍ସକୁ ଡାକ୍ତରଖାନା ପରିସର ମଧ୍ୟରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ନିଲାଞ୍ଜନ ଦାସ ନଡିଆ ବାଡ଼େଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭର ସଙ୍କେତ ଦେଇଥିଲେ । ଡାକ୍ତର ପ୍ରଣତୀ ମଞ୍ଜରୀ ଶର୍ମା, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀଙ୍କ ସହିତ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉପରିସ୍ଥ ରହିଥିଲେ । ଏବଂ ପରେ ଆମ୍ବୁଲାନ୍ସର ସେବାକାର୍ଯ୍ୟ ଆରମ୍ଭ ହୋଇଥିଲା । ସୂଚନା ଥାଉକି ଦୀର୍ଘ ଅଢ଼େଇ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ଡିସେମ୍ବର ୧୩ ତାରିଖରେ କେତେକ ଛାପା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ।
ରାଜ୍ୟ
ଓଡ଼ଗାଁ ମେଡ଼ିକାଲକୁ ମିଳିଲା ନୂଆ ଆମ୍ବୁଲାନ୍ସ
- Hits: 11











