ରାଜଗାଙ୍ଗପୁର/ବିଷ୍ଣୁ ଭୌମିକ:ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ପୁଣିଥରେ ବେଆଇନ ଭାବେ କାରଖାନାର ବର୍ଜ୍ୟପାଉଁଶ ଚୋରାଚାଲାଣ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଭୋରରେ କୁତ୍ରା ଦେଇ ଗଏରବାହାଲକୁ ଯାଉଥିବା ୧୦ଟି ବର୍ଜ୍ୟପାଉଁଶ ବୋଝେଇ ହାଇୱାକୁ ଜଉରାମୁଣ୍ଡା ଗ୍ରାମବାସୀ ଅଟକାଇ ପୁଲିସ ଜିମା ଦେଇଛନ୍ତି। ଗ୍ରାମବାସୀଙ୍କଠୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗାଡ଼ିକୁ ଥାନାକୁ ନେଇ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଗାଡ଼ିଗୁଡ଼ିକରେ ବେଆଇନ ଭାବେ କାରଖାନାର ବର୍ଜ୍ୟପାଉଁଶ ଓଭରଲୋଡିଂ କରାଯାଇ ରାତି ଅନ୍ଧାରେ ରାଜପଥ ଦେଇ
ରାସ୍ତାକଡ଼, ଧାନବିଲ, ନଦୀକୂଳ ଓ ଜଙ୍ଗଲ ଅଞ୍ଚଳରେ ପକାଯାଉଛି। ଏହାଦ୍ଵାରା ପରିବେଶ ଗୁରୁତର ଭାବେ ପ୍ରଭାବିତ ହେବା ସହିତ ଚାଷଜମି ନଷ୍ଟ ହେଉଛି ଓ ମାଟିର ଉର୍ବରତା ଧୀରେଧୀରେ କମିଯାଉଛି। ସେହିପରି ରାତିଅଧରେ ଗ୍ରାମାଞ୍ଚଳ ଦେଇ ବଡ଼ବଡ଼ ଭାରୀଯାନ ଚଳାଚଳ କରୁଥିବାରୁ ଗ୍ରାମବାସୀ ଭୟ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛି। ଗାଡ଼ିର ଉଚ୍ଚଶବ୍ଦ ହେତୁ ରାତିରେ ଲୋକେ ଠିକ୍ଭାବେ ଶୋଇ ପାରୁନାହାନ୍ତି । ଏହି ବେଆଇନ ବର୍ଜ୍ୟପାଉଁଶ ଚାଳ ଉପରେ ସ୍ଥାୟୀ ରୋକ ଲଗାଇବା ସହିତ ଦୋଽ ଦାଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।











