ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ
୧୦ ମାସ ହେଲା ଚାନ୍ଦବାଲି ଏସ୍ଡ଼ିପିଓ ପଦବୀ ଖାଲି ପଡିଛି
ଭୁବନେଶ୍ୱର: ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା | ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଲେ, କଂଗ୍ରେସ ସବୁବେଳେ ନାରୀ ସୁରକ୍ଷା ଉପରେ ଆନ୍ଦୋଳନ କରୁଛି | ବିଧାନସଭାରେ ବିଧାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି କ୍ଷ ପିସିସି ସଭାପତି ନାରୀ ସୁରକ୍ଷାକୁ ନେଇ ସଦାବେଳେ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି ଓ ରାଜରାସ୍ତାକୁ ଓଲ୍ହାଉଛନ୍ତି | ସରକାର କିନ୍ତୁ ଆଦୌ ସଚେତନ ନୁହନ୍ତି | ୧୫ ମାସ ଭିତରେ ସବୁଠୁ ବେଶୀ ନାରୀ ନିର୍ଯାତନା ଘଟିଛି | ମୋଟ ଯୌନ ନିର୍ଯାତନା ମାମଲା ୯୧୮୧, ୮୨୨୭ ଅପହରଣ, ୫୪୬୪ଅଣ ଯୌତୁକ ନିର୍ଯାତନା ହୋଇଛି | ମାଲକାନଗିରି, ଧଉଳି ଏବଂ ବର୍ତ୍ତମାନ ଚାନ୍ଦବାଲିରେ ଜଣେ ଦଶ ବର୍ଷର ତୃତୀୟ ପଢ଼ୁଥିବା ଝିଅକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଘଟିଛି | ଏହା ଅତ୍ୟନ୍ତ ବେଦନାଯୁକ୍ତ | କୌଣସି ଦୁଷ୍କର୍ମ ଅପରାଧୀ ଦଣ୍ଡ ପାଉ ନାହାନ୍ତି କ୍ଷ ଯୁବ କଂଗ୍ରେସ ନେତା ମନୋଜ ବିଶ୍ୱାଳ କହିଲେ, ଚାନ୍ଦବାଲି ଦୁଷ୍କର୍ମ ହୃଦୟ ବିଦାରକ | ଦୁଷ୍କର୍ମ କଲାପରେ ମୁଣ୍ଡକୁ ପଥରରେ ଅପରାଧୀ ଛେଚି ଦେଇଥିଲା | ଖୋଦ ବିଜେପି ସଭାପତି ମନ ମୋହନ ସାମଲଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀର ଅବସ୍ଥା ଏଇୟା | ଦୀର୍ଘ ୧୨ ମାସ ହେଲା ଚାନ୍ଦବାଲି ଏସ୍ଡ଼ିପିଓ ନାହାନ୍ତି | ଆଇଆଇସି ଚୋରା ମଦର କଣ୍ଟ୍ରୋଲ ରୁମ ଖୋଲିଛନ୍ତି | ଅବାଧ ନିଶାଦ୍ରବ୍ୟ କାରବାର ଚାଲିଛି | କଂଗ୍ରେସର ଦାବୀ ପୀଡିତା ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ଆଇଆଇସିଙ୍କୁ ଦଣ୍ଡିତ କରାଯାଉ | କଂଗ୍ରେସ ଓ ଲୋକଙ୍କ ଚାପରେ ଦୁଷ୍କର୍ମକାରୀକୁ ଗିରଫ କରାଯାଇଛି କିନ୍ତୁ ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ |
ପିସିସି ସାଧାରଣ ସମ୍ପାଦକ ମଧୁସ୍ମିତା ସେଠୀ କହିଲେ, ୨୮ ହଜାର ନାରୀ ଅତ୍ୟାଚାର ମାମଲା ବର୍ତ୍ତମାନ ୨୦୨୪/୨୫ ରେ ୪୧ ହଜାରରେ ପହଁଚିଛି | ରାଜ୍ୟରେ ଖୋଦ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ଅଛନ୍ତି କିନ୍ତୁ ତାଙ୍କ ହୃଦୟ ତରଳୁ ନାହିଁ | ଆମେ ପ୍ରତିବାଦ କରୁଛୁ ତଥାପି ସରକାର କିମ୍ବା ମନ୍ତ୍ରୀ ଉତ୍ତରଦାୟିତ୍ୱ ନେଉ ନାହାନ୍ତି | ଶକ୍ତିଶ୍ରୀ ଆରମ୍ଭ ସରକାର କରିଛନ୍ତି | ଶୂନ୍ୟ ସହନଶୀଳତା କଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କିନ୍ତୁ କଣ ନାରୀ ଅତ୍ୟାଚାର, ଦୁଷ୍କର୍ମ ଆଦି ଘଟଣାରେ ସରକାରଙ୍କ ଦୋମୁହାଁ ନୀତି ପଦାରେ ପଡିଛି | ବିଜେପି ସଭାପତି ପଦରେ ମନ ମୋହନ ସାମଲ ଅଛନ୍ତି, ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ | ଆପଣ ପଦର ଯୋଗ୍ୟତା ହରାଇ ବସିଛନ୍ତି | ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱର ନାରୀ ନିର୍ଯାତନାର ହବ ପାଲଟିଛି | କଂଗ୍ରେସର ଦାବୀ ସ୍ୱତନ୍ତ୍ର ଅନୁଧ୍ୟାନ ସ୍କୁଲ କଲେଜ ଆଦି ପ୍ରତିଷ୍ଠାନ ମାନଙ୍କରେ କରାଯାଉ |
କଂଗ୍ରେସ ମୁଖପାତ୍ର ଡଃ ମନୀଷା ଦାସ ପଟ୍ଟନାୟକ କହିଲେ, ସରକାର ବର୍ତ୍ତମାନ ଜନତାଙ୍କ ପାଇଁ ଧୂତରାଷ୍ଟ୍ର ସାଜିଛି, କୁରୁସଭାରେ ଲୋକଙ୍କ ପାଇଁ ନ୍ୟାୟ ଚାଲିଛି, ଛୋଟ ଝିଅଙ୍କ ପାଇଁ କଂସ ଅତ୍ୟାଚାର କରୁଛି | ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଯଦି ସରକାର ଚେତିଥାନ୍ତେ ତେବେ ସୌମ୍ୟାଶ୍ରୀ ବଳଙ୍ଗା ଏବଂ ବର୍ତ୍ତମାନର ଧଉଳି, ଚାନ୍ଦବାଲି ଘଟଣା ଦେଖିବାକୁ ମିଳି ନଥାନ୍ତା | ଯେହେତୁ ସରକାର ଏବଂ ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବାରେ ବ୍ୟସ୍ତ ହେଲେ ତେଣୁ ଅପରାଧୀଙ୍କ ମନୋବଳ ବୃଦ୍ଧି ପାଇଲା କ୍ଷ ପୋଲିସକୁ ମଧ୍ୟ ନିରପେକ୍ଷ ଅନୁସନ୍ଧାନ କରିବାକୁ ଦିଆଯାଉ ନାହିଁ | ବଲାତ୍କାରୀ ଓ ହତ୍ୟାକାରୀଙ୍କୁ ଫୁଲମାଳ ଦେଉଥିବା ଦଳଙ୍କ ଠାରୁ ଆଉ କଣ ଆଶା କରା ଯାଇପରେ | ଦଳର ନେତା ସାଂସଦଙ୍କ ଝିଅ ବାହାଘରେ ଫୋଟୋ ଉଠାରେ ବ୍ୟସ୍ତ କିନ୍ତୁ ସେମାନଙ୍କୁ ରାଜ୍ୟର ଦୁଷ୍କର୍ମ ଘଟଣା ଦେଖାଯାଉ ନାହିଁ କ୍ଷ ଏକ ନିତାନ୍ତ ଅଯୋଗ୍ୟ ଏବଂ ନିକମ୍ମା ମହିଳା କମିଶନ ଅଛନ୍ତି | ତାଙ୍କ ସଦସ୍ୟ ରାତି ୮ ଟାରେ ଘରୁ ଝିଅପିଲା ନ ବାହାରିବା ପାଇଁ ତାଗିଦ କରୁଛନ୍ତି | ପ୍ରକୃତରେ ଆମେ ଏକ ନିଲ୍ଲଠା, ଅଲାଯୁକ ସରକାର ଦ୍ୱାରା ଶାସିତ ହେଉଛୁ ବୋଲି ଡଃ ପଟ୍ଟନାୟକ ପ୍ରକାଶ କରିଛନ୍ତି |











