ହେଡଲାଇନସ୍:

ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:- ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ରାଜବୋଡାସମ୍ବର୍ ବ୍ଲକ୍ ଶିକ୍ଷଧିକାରୀ ଲୋକନାଥ ଭୋଇ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ।
ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀମତୀ ନିଳୀମା ରାଣୀ ମହାନ୍ତିଙ୍କ ତତ୍ତ୍ଵାବଧାନ ତଥା ଅତିଥି କ୍ରୀଡା ଶିକ୍ଷକ ଚନ୍ଦ୍ରମଣି ସାହୁ, ଅଶୋକ କୁମାର ସାହୁ , କେଶବ ପ୍ରଧାନ, ସଦାନନ୍ଦ ସାହୁଙ୍କ ପରିଚାଳନାରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠିତ ୨୪ ଟି ଇଭେଣ୍ଟରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରୁ ୭୪ ଜଣ ଛାତ୍ରୀ କୃତିତ୍ୱ ହାସଲ କରିଥିଲେ ।
କନିଷ୍ଠ ବର୍ଗରେ ଶ୍ରଦ୍ଧା ଚୌହାନ ତଥା ବରିଷ୍ଠ ବର୍ଗରେ ଆକଂକ୍ଷା ଭୋଇ ଚାମ୍ପିଅନ ହୋଇଥିଲେ ।ଦ୍ଵିଦିବସୀୟ କ୍ରୀଡା ଉତ୍ସବର ଉଦଯାପନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ପହଣ୍ଡି ବିଜୟ ମେହେର ସଭାପତିତ୍ବ କରିଥିବା ବେଳେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏସ.ଏମ.ସି ଅଧ୍ୟକ୍ଷା ଶ୍ରୀମତୀ ବିନିଲତା ସାହୁ , ସମାଜ ସେବୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ଦାଶ, ଶ୍ରୀମତୀ ମିନତି ଦାଶ,ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ , ଶ୍ରୀଯୁକ୍ତ ଜୀବନାନନ୍ଦ ସାହୁ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଶ୍ରୀଯୁକ୍ତ ମାନସ ରଂଜନ ଶତପଥୀ ଓ ରବିନା ପଧାନ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ପୂଜାରାଣୀ ନାୟକ, ମନୀଷା ଭୋଇ,ପ୍ରଭାତ କୁମାର ସାହୁ, ଖୁସବୁ ବରିହା, ଅମନ୍ କୁମାର ପଣ୍ଡା, ଜ୍ୟୋତି ରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।

0
0
0
s2sdefault