ହେଡଲାଇନସ୍:

ଫାସିବାଦ ହଟାଅ ଗଣତନ୍ତ୍ର ବଞ୍ଚାଅ: ବିନୋଦମିଶ୍ର କଂ 27 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):  ଚଳିତ ମାସ 18 12 2025 ତାରିଖ ଦିନ ଗୁଣପୁର ବ୍ଲକ ଅନ୍ତର୍ଗତ ଲୁଗୁଂରୁ ତାଲ ଠାରେ ଗରିବ ମେହନତି ମଣିଷ ର କ୍ରାନ୍ତିକାରୀ ସି ପି ଆଇ (ଏମଏଲ) ଲିବରେସନ ପାର୍ଟୀ ର ନେତା କମ୍ରେଡ଼ ବିନୋଦ ମିଶ୍ର କଂ 27 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି।
କମ୍ରେଡ଼ ବିନୋଦ ମିଶ୍ର କଂ ପିତା, ନାମ - ସୂର୍ଯ୍ୟକାନ୍ତ ମିଶ୍ର ମାର୍ଚ 24, 1947 ମସିହା ମଧ୍ଯ ପ୍ରଦେଶ ର ଜବଲପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ବିନୋଦ ମିଶ୍ର ପଶ୍ଚିମ ବଙ୍ଗରେ ଗଣିତ ରେ ସ୍ମାତକୋତର ପରେ 1967 ମସିହାରେ ଦୂର୍ଗାପୁର କଲେଜ ଇଜିଂନିୟର ପଡିବା ସମୟରେ ଜନଗଣ କଂ ଉପରେ ହୋଉଥିବା ଅତ୍ୟାଚାର ବିରୁଦ୍ଧରେ ବିପ୍ଳବ କରିବା ପାଇଁ ସଂକଳ୍ପ ନେଲେ । ସାରା ଦେଶରେ ପାର୍ଟୀ କୁ ବିସ୍ତାର କରିବା ପରେ ଲକ୍ଷ୍ମେ ଠାରେ କେନ୍ଦ୍ର କମିଟି ବୈଠକ ହେଉଥିବା ସମୟରେ 1989, ଡିସେମ୍ବର 18 ତାରିଖ ଦିନ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
ସବକା ସାଥ ସବକା ବିକାଶ କହୁଥିବା BJP ସରକାର ଆଦିବାସୀ ଓ ଦଳିତ ଲୋକଙ୍କ ଘର ଓ ଜମି ଉପରେ ବୁଲଡୋଜର ଲଗାଇ ଉ‍ଛେଦ କରିବା, ବେଆଇନ 4 ଟି ଶ୍ରମ ଆଇନ ଲାଗୁ କରିବା, କୃଷି ଉତ୍ପାଦନ ର ଲାଭ ଜନକ ଦରବୃଦ୍ଧି ନ ପାଇବା, mgnrega ଆଇନ କୁ ହତ୍ଯା କରିବା, ଜମି, ଜଳ, ଜଗଂଲ କୁ ଆମ୍ଭାନି, ଆଦାନିକୁ ଦେବା ପାଇଁ ସହଯୋଗ କରିବା ଏସବୁ ବଦଂ ନ ହୁଏ ଜାନୁଆରୀ ମାସ ରେ ଯୋରଦାର ଆନ୍ଦୋଳନ କରିବା ପାଇଁ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଥିଲେ।
ଉପସ୍ଥିତ ଥିଲେ  ଅନାସିମ ଶବର,ଅସମିତା ଶବର,ଗୁରାନି ଶବର, ସବିତା ଶବର, ସଂଜୀବ ଶବର, ସଂଜୟ ଶବର, ଅସମାବିନ ଶବର, ତ୍ରିପତି ଗମାଙ୍ଗ, ସମ୍ପାଦକ ସି ପି ଆଇ (ଏମଏଲ) ଲିବରେସନ ରାୟଗଡା ଜିଲ୍ଲା କମିଟି, ଓଡିଶା

0
0
0
s2sdefault