ରାୟଗଡ: ଜେ କେ ପେପର୍ ମିଲ୍ସ୍, ରାୟଗଡା ପକ୍ଷରୁ ଆଜି କମ୍ପାନୀର ପ୍ରତିଷ୍ଠାତା ଲାଲା କମଳାପତ ସିଂଘାନିଆଙ୍କ ୧୪୧ତମ ଜନ୍ମବାର୍ଷିକୀ ଓ ପ୍ରତିଷ୍ଠାତା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ କାରଖାନା ପରିସରରେ ଅବସ୍ଥିତ ଲାଲା କମଳାପତ ସିଂଘାନିଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟାର୍ପଣ କରାଯାଇ ତାଙ୍କ ସ୍ମୃତିଚାରଣ କରାଯାଇଥିଲା ।
ଲାଲା କମଳାପତ ସିଂଘାନିଆ ଜଣେ ଦୃଷ୍ଟିସମ୍ପନ୍ନ ଶିଳ୍ପପତି ଥିଲେ । ଭାରତର ଶିଳ୍ପ ଉନ୍ନତିରେ ତାଙ୍କର ଅବଦାନ ଅମୂଲ୍ୟ । ତାଙ୍କ ଦୃଢ଼ ସଙ୍କଳ୍ପ, ନିଷ୍ଠା ଓ କର୍ମନିଷ୍ଠା ଦ୍ୱାରା ଜେ କେ ସଂଗଠନ ଆଜି ଦେଶ ଓ ବିଦେଶରେ ଏକ ସମ୍ମାନିତ ଶିଳ୍ପ ସଂସ୍ଥା ଭାବେ ପରିଚିତ ।
ଏହି ଅବସରରେ କମ୍ପାନୀର ବରିଷ୍ଠ କର୍ମକର୍ତ୍ତା, କର୍ମଚାରୀ ଓ ଶ୍ରମିକମାନେ ଉପସ୍ଥିତ ରହି ଲାଲା କମଳାପତ ସିଂଘାନିଆଙ୍କ ଆଦର୍ଶ ଓ ଦର୍ଶନକୁ ଅନୁସରଣ କରି ସଂଗଠନର ଉନ୍ନତି ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।
ଜେ କେ ପେପର୍ ମିଲ୍ସ୍ ସାମାଜିକ ଦାୟିତ୍ୱବୋଧରେ ବିଶ୍ୱାସ କରି ସ୍ଥାନୀୟ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ସଂସ୍କୃତି ଓ ଆଦିବାସୀ ଉନ୍ନୟନ ମୂଳକ ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ଚାଲୁ ରଖିଛି । ଆଗାମୀ ଦିନରେ ମଧ୍ୟ ଏହି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।











