ଓଡ଼ଗାଁ,୧୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ସର୍ବଭାରତୀୟ ତମାଖୁ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଗୁଡ଼ା ଆନୁକୂଲ୍ୟରେ ବୁଧବାର କରସିଙ୍ଗ୍ ହାଇସ୍କୁଲ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବର୍ଣ୍ଣିକା କରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମହମ୍ମଦ ସାକିମ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ତମାଖୁ ସେବନର ଭୟାବହତା ସମ୍ପର୍କରେ ଅନେକ ଉଦାହରଣ ପ୍ରଦାନ କରିଥିଲେ । ତମାଖୁ ଭଳି ଘାତକ ମାଦକ ଦ୍ରବ୍ୟ ଗୁଡ଼ିକୁ ସେବନ କରିବା ଦ୍ୱାରା ମଣିଷ ମୃତ୍ୟୁ ମୁଖରେ ପଡ଼ିବାର ଅଧିକ ସମ୍ଭାବନା ରହିଛି । ଏଥି ସହିତ ଏହାର ପ୍ରତିକ୍ରିୟାରେ ସେବନକାରୀ ଅକର୍ମଣ୍ୟ ମଧ୍ୟ ହୋଇ ପଡିଥାନ୍ତି । ଏଣୁ ପ୍ରାରମ୍ଭିକ ସଚେତନତା ଏହାର ମୁକ୍ତିପଥ ହୋଇପାରିବ । ନିଜେ ସଚେତନ ରହିବା ସହିତ ଗାଁ ଏବଂ ସାହିରେ ଅନ୍ୟମାନଙ୍କୁ ସଚେତନ କରି ଏଥିରୁ ନିବୃତ କରାଇ ପାରିଲେ କାର୍ଯ୍ୟକ୍ରମର ସଫଳତା ଅନୁଭବ ହୋଇପାରିବ । ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସଚେତନ ରାଲି ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜରୀ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରାଜ୍ୟ
ଜାତୀୟ ତମାଖୁ ମୁକ୍ତ ଅଭିଯାନ
- Hits: 11











