ଭୁବନେଶ୍ୱର: ଆଦିତ୍ୟ ଆଲୁମିନିୟମ, ଲପଙ୍ଗା ଏହାର ଜାରି ରହିଥିବା ଗୋଷ୍ଠୀ ବିକାଶ ପ୍ରୟାସସମୂହର ଅଂଶ ଭାବରେ ଓଡ଼ିଶା ସରକାରଙ୍କର ଉଦ୍ୟାନ କୃଷି ବିଭାଗ ସହିତ ଏକ ସ୍ୱତନ୍ତ୍ର ଫୁଲଚାଷ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବୁଝାମଣା ପତ୍ର (ଏମ୍ଓୟୁ)ରେ ସ୍ୱାକ୍ଷର କରିଛି ।
ଏହି ବୁଝାମଣା ପତ୍ରରେ ଆଦିତ୍ୟ ଆଲୁମିନିୟମ, ଲପଙ୍ଗାର ୟୁନିଟ୍ ହେଡ ଶ୍ରୀ ଜଗନ୍ନାଥ ପ୍ରସାଦ ନାୟକ ଏବଂ ଡିଆର୍ଡିଏ ସମ୍ବଲପୁରର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ପ୍ରସନ୍ନ କୁମାର ପାତ୍ର ଆନୁଷ୍ଠାନିକ ଭାବରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ସହକାରୀ ଉଦ୍ୟାନ କୃଷି ନିଦେ୍ର୍ଧଶକ (ଏଡିଏଚ) ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ସମେତ ଉଦ୍ୟାନ କୃଷି ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ ।
ଶ୍ରୀ ବିନୋଦ ନନ୍ଦ ଠାକୁର, ହେଡ୍- ଏଚଆର; ଶ୍ରୀ ରବି ନିୱାଶ, ହେଡ୍- ସିଏସ୍ଆର; ଏବଂ ଶ୍ରୀ ମନୋରଞ୍ଜନ ବେହେରା, ଡେପୁଟି ମ୍ୟାନେଜର- ସିଏସ୍ଆରଙ୍କ ସମେତ ଆଦିତ୍ୟ ଆଲୁମିନିୟମ, ଲପଙ୍ଗାର ବରିଷ୍ଠ ପ୍ରତିନିଧିଗଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଉଚ୍ଚ-ଗୁଣମାନର କଟ୍ ଫୁଲ ନିମନ୍ତେ ବଜାର ଦ୍ରୁତ ସମ୍ପ୍ରସାରିତ ହେଉଥିବାବେଳେ ତାହାର ସୁଯୋଗ ନେବାକୁ ଏହି ପ୍ରକଳ୍ପ ଏକ ସମନ୍ୱିତ ଫୁଲଚାଷ ପ୍ରୟାସ ଭାବରେ ଜର୍ବେରା ଚାଷ ଉପରେ ଦୃଷ୍ଟିନିବଦ୍ଧ କରୁଛି । ସମ୍ବଲପୁରର ଅନୁକୂଳ ଜଳବାୟୁ ଓ ମୃତ୍ତିକା ପରିବେଶର ସୁଯୋଗ ନେଇ ଏହି ପ୍ରୟାସ ପଲିହାଉସ୍ ଚାଷ, ସିଞ୍ଚା ଜଳସେଚନ ଏବଂ ଫର୍ଟିଗେସନ୍ ଭଳି ଆଧୁନିକ ପ୍ରଯୁକ୍ତି ଜରିଆରେ ଅଧିକ ଉତ୍ପାଦନ ଏବଂ ନିରନ୍ତର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ସୁରକ୍ଷିତ ବ୍ୟବସ୍ଥାରେ ଫୁଲ ଚାଷକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି ।
ବିିବାହ, ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସହରାଞ୍ଚଳ ରିଟେଲ ବଜାରରେ ବର୍ଦ୍ଧିତ ଚାହିଦା ସହିତ ଜରବେରା ଫୁଲ ଚାଷ କୃଷକମାନଙ୍କ ପାଇଁ ଏକ ଲାଭଜନକ, ବର୍ଷ ତମାମ ଆୟକାରୀ ସୁଯୋଗ ଯୋଗାଇ ଦେଉଛି । ଏହି ପ୍ରକଳ୍ପକୁ ଜୁଜୁମୁରା ଗ୍ରାମପଞ୍ଚାୟତରେ ମହିଳାମାନଙ୍କର ଅଂଶଗ୍ରହଣକୁ ସୁଦୃଢ କରିବା, ବୈଷୟିକ ଦକ୍ଷତା ବୃଦ୍ଧି ଏବଂ ଦୀର୍ଘସ୍ଥାୟୀ କୃଷି ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକ ପରିମାଣାତ୍ମକ, ଉଚ୍ଚ-କୁଶଳୀ ଫୁଲ ଚାଷ ମଡେଲ ଭାବରେ ପରିକଳ୍ପନା କରାଯାଉଛି ।
ଏହି ପ୍ରୟାସ ଏମ୍ଆଇଡିଏଚ୍ ସବ୍ସିଡି ଏବଂ ଆଦିତ୍ୟ ଆଲୁମିନିୟମ, ଲପଙ୍ଗାର ଉକ୍ତ ଅଞ୍ଚଳରେ ଦୀର୍ଘାବଧି ଜୀବିକା ପରିବର୍ଦ୍ଧନ ଏବଂ ସମାବେଶୀ ଗ୍ରାମାଞ୍ଚଳ ଅଭିବୃଦ୍ଧି କ୍ଷେତ୍ରରେ ଅବଦାନ ରଖୁଥିବା ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମଗୁଡିକର ସମର୍ଥନରେ କାର୍ଯ୍ୟକାରୀ କରାଯିବ ।











