ଓଡ଼ଗାଁ,୧୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାରେ ଡକାୟତି କରି ଏକଦା ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଡକାୟତ କାବୁଲି ଖାଁ ମାମଲାର ଶୁଣାଣି କରି ବୁଧବାର ଓଡ଼ଗାଁ ସହକାରୀ ଦୌରା ଜର୍ଜ ଜନ୍ମେଜୟ ଦାସ କାବୁଲିକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନୂଆଗାଁ ଅରଖ ପଲ୍ଲି ନିକଟସ୍ଥ ଇଛାପୁର ଗାଁର କାବୁଲି ଖାଁ ଗଣିଆ ଥାନା ଅଞ୍ଚଳରେ ଡକାୟତି କରିଥିବା ନେଇ ଅଭିଯୋଗ ହୋଇଥିଲା । ତତ୍କାଳୀନ ଗଣିଆ ଇନ୍ସପେକ୍ଟର ଦୀପକ ଖଣ୍ଡାତରାୟ ନୟାଗଡ଼ ସଦର ପୋଲିସ ସହଯୋଗରେ କାବୁଲିକୁ ଧରିବା ପାଇଁ ସୋଲପଟା ଭୁଇଁୟାଣି ରାସ୍ତାରେ ଏକ ଆପାଚି ମୋଟର ସାଇକେଲ ଯୋଗେ ଯାଉଥିବା କାବୁଲି ଖାଁର ପିଛା କରିଥିଲେ । ଏହି ସମୟରେ ଜଙ୍ଗଲ ପଟକୁ ଯାଇ କାବୁଲି ପୋଲିସ ଉପରକୁ ଗୁଳିଚାଳନା କରିଥିଲା । ତାର ପ୍ରତ୍ୟୁତ୍ତରରେ ପୋଲିସ୍ ଗୁଳିରେ କାବୁଲି ଖାଁର ଗୋଡ଼ ଯଖମ ହେବାରୁ ପୋଲିସ୍ ତାକୁ ଗିରଫ କରି ନୟାଗଡ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାକୁ ଆଣି ଜେଲରେ ରଖାଯାଇଥିଲା । ଜି ଆର ମାମଲା ନମ୍ବର ୧୫୬/୨୦୧୮ରେ ଆଜି ଓଡ଼ଗାଁ ଅଦାଲତରେ ମାମଲାର ଶୁଣାଣି ଚାଲିଥିବା ବେଳେ ଜର୍ଜ ତାଙ୍କ ରାୟ ଶୁଣାଇଥିଲେ । ବିଚାର ପ୍ରକିୟା ପରେ କାବୁଲିକୁ ନୟାଗଡ଼ କାରାଗାରକୁ ପଠାଇ ଦିଆଯାଇଥିଲା । ଅତିରିକ୍ତ ସରକାରୀ ଅଧିବକ୍ତା ସୁରେନ୍ଦ୍ର କୁମାର ସେନାପତି ଓ ପୂର୍ଣ୍ଣଚନ୍ଦ୍ରସାହୁ ମୋକଦ୍ଦମାକୁ ପରିଚାଳନା କରୁଥିଲେ।
ରାଜ୍ୟ
ପୋଲିସକୁ ଗୁଳିମାରି ଖସିଯିବାକୁ ଉଦ୍ୟମ ଘଟଣାରେ କାବୁଲି ଖାଁକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ, ୧୦ ହଜାର ଜରିମାନା,
- Hits: 11











