ହେଡଲାଇନସ୍:

ରାଜଗାଙ୍ଗପୁର: ପରିମଳ ବିବାଦ ତୀବ୍ର, ଉପାଧ୍ୟକ୍ଷ ଓ ୭ କାଉନସିଲରଙ୍କ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର,ତା:୨୫-୧୧-୨୫. ରାଜଗାଙ୍ଗପୁର ପରିମଳ ବ୍ୟବସ୍ଥାର ପୁନଃଟେଣ୍ଡରକୁ କେନ୍ଦ୍ରକରି ପୁଣି ବିବାଦ ମୁଣ୍ଡ ଟେକିଛି। ଟେଣ୍ଡରକୁ ନେଇ ପୌରପରିଷଦର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚରମ ସୀମାକୁ ପହଞ୍ଚିଛି। ଉପାଧ୍ୟକ୍ଷଙ୍କ ସହିତ ୮ ଜଣ କାଉନସିଲର ଟେଣ୍ଡର ଦାବି କରି ଗତ ୨ ତାରିଖ ଧାରଣା ଦେଇଥିଲେ। ସେହି ସମୟରେ ପୌର କାର୍ଯ୍ୟ ନିର୍ବାହୀ ଅଧୁକାରୀ ୧୫ ଦିନ ମଧ୍ୟରେ ପୁନଃ ଟେଶର ପ କରାଯିବ ବୋଲି ଆଶ୍ବାସନା ଦେବାରୁ ଧାରଣା ସ୍ଥଗିତ ରହିଥିଲା। ମାତ୍ର ଇତିମଧ୍ଯରେ ୨୦ ଦିନ ବିତି ଯାଇଥିଲେ ସୁଦ୍ଧା ଟେଣ୍ଡର କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ୮ ଜଣ କାଉନସିଲର ଆଜି ପୁଣି ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ମାତ୍ର ସେମାନଙ୍କ ସହିତ ଆଲୋଚନା କରିବା ପାଇଁ କେହି ଆସିଲେ ନାହିଁ କି ଆନ୍ଦୋଳନ ନ କରିବାକୁ କେହି ଅନୁରୋଧ କଲେନାହିଁ। ତେଣୁ ଧାରଣା ଚାଲୁ ରହିବ ବୋଲି କାଉନସିଲରମାନେ ଘୋଷଣା କରିଛନ୍ତି। ପୂର୍ବରୁ ସେମାନେ ପୌରାଧ୍ଯକ୍ଷ ଓ ଜିଲାପାଳଙ୍କୁ ମଧ୍ୟ ଏହା ଜଣାଇ ଦେଇଛନ୍ତି। ରାଜଗାଙ୍ଗପୁର ପୌରାଞ୍ଚଳର ପରିମଳ ବ୍ୟବସ୍ଥା ଗତ ବର୍ଷ ନଭେମ୍ବର ମାସରୁ ବାର୍ଷିକ ୬ କୋଟି ୨୨ ଲକ୍ଷ ଟଙ୍କା ବିନିମୟରେ ଏକ ବେସରକାରୀ ସଂସ୍ଥାକୁ ଦିଆଯାଇଥିଲା। ମାତ୍ର ସେହି ସଂସ୍ଥା ଠିକ ଭାବରେ ସହରକୁ ସଫାସୁତୁରା ରଖୁନାହିଁ ବୋଲି ବାରମ୍ବାର ଅଭିଯୋଗ ଉଠିଥିଲା । କେତେକ ୱାର୍ଡସଭ୍ୟ ମଧ୍ୟ ସେହି ସଂସ୍ଥାର କାମରେ ସନ୍ତୁଷ୍ଟ ନଥିଲେ। ଗତ ମାସ ୩୦ ତାରିଖରେ ସେହି ବେସରକାରୀ ସଂସ୍ଥାର ଅବଧୂ ସରିଯାଇଛି । ମାତ୍ର ସେହି ସଂସ୍ଥାକୁ ବିନା ଟେଣ୍ଡରରେ ଆଉ ଏକ ବର୍ଷ ପାଇଁ ଦାୟିତ୍ବ ଦିଆଯିବ ବୋଲି ପୌରାଧ୍ଯକ୍ଷା ଓ ତାଙ୍କ ସମର୍ଥକ ୱାର୍ଡସଭ୍ୟ ଯୋଜନା କରୁଛନ୍ତି ବୋଲି ଉପନଗରପାଳ ଓ କେତେକ ୱାର୍ଡସଭ୍ୟ ଅଭିଯୋଗ କରିଥିଲେ। ସଫେଇ ବ୍ୟବସ୍ଥାର ପୁନଃ ଟେଣ୍ଡର କରିବାକୁ ପୌରାଧ୍ଯକ୍ଷା, ଜିଲାପାଳ, ଉପଜିଲାପାଳ ଓ କେତେକ ଜିଲା ଅଧିକାରୀଙ୍କୁ ଦାବିପତ୍ର ଦେଇଥିଲେ।

ଏହା ସହିତ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମଧ୍ଯ ଅଭିଯୋଗ କରିଥିଲେ। ସାତ ଦିନ ମଧ୍ୟରେ ଏଥ୍ ପାଇଁ ଆବଶ୍ୟକ ନିୟମ ଅନୁଯାଇ ପଦକ୍ଷେପ ନେବାକୁ ଜିଲାପାଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ମାତ୍ର ତା ପରଦିନ ପୌରାଧ୍ଯକ୍ଷା ପୌର ପରିଷଦର ଜରୁରୀ ବୈଠକ ଡକାଇଥିଲେ। ସେହି ବୈଠକରେ ୧୨ ଜଣ ୱାର୍ଡ କାଉନସିଲର ସଂସ୍ଥା ଅନାମ ଚରଣ ନାଥଙ୍କୁ ଆଉ ଏକ ବର୍ଷ ପାଇଁ କାମ ଦେବାକୁ ସମର୍ଥନ କରିଥିବା ବେଳେ ଅନ୍ୟ ୮ ଜଣ ପୁନଃଟେଣ୍ଡର କରିବା ପାଇଁ ଦାବି କରିଥିଲେ। କିନ୍ତୁ ଅବଧୂ ଶେଷ ହୋଇ ଯାଇଥ‌ିବା ସତ୍ତ୍ୱେ ପୁନଃ ଟେଣ୍ଡର ପାଇଁ କୌଣସି ପଦକ୍ଷେପ ନିଆ ନ ଯିବାରୁ ପୁନଃ ଟେଣ୍ଡର ପାଇଁ ଦାବି କରି ଆସୁଥିବା ୱାର୍ଡ ସଭ୍ୟମାନେ ଗତ ୨ ତାରିଖରେ ଧାରଣାରେ ବସିଥିଲେ। ସେତେବେଳେ ପୌର ନିର୍ବାହୀ ଅଧିକାରୀ ୧୫ ଦିନ ସମୟ ମାଗିଥିଲେ ଓ ଟେଣ୍ଡର କରିବେ ବୋଲି ଆଶ୍ୱାସନା ଦେଇଥିଲେ। କିନ୍ତୁ ଇତି ମଧ୍ୟରେ ୨୦ ଦିନ ଅତିବାହିତ ହେବା ସତ୍ତ୍ୱେ ଟେଣ୍ଡର ପାଇଁ କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ପୁଣି ଧାରଣାରେ ବସିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଫୋନ ବନ୍ଦ ଥୁବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇ ପାରିନାହିଁ।

0
0
0
s2sdefault