ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାରୁ ବରିଷ୍ଠ ନାଗରିକମାନଙ୍କ ଉଜ୍ଜୟିନୀ-ଓମକାରେଶ୍ଵର ଅଭିମୁଖେ ତୀର୍ଥଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ,ତା.୨୫.୧୧.୨୦୨୫/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୮୫ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସାମିଲ ହୋଇ ଉଜ୍ଜୟିନୀ-ଓମକାରେଶ୍ଵର ଅଭିମୁଖେ ଯାତ୍ରା କରିଅଛନ୍ତି । ଆଦିକବି ସାରଳା ଦାସ ସଂସ୍କୃତି ଭବନ ନିକଟରୁ ୨ ଗୋଟି ବସ୍ ଓ ଏକ ବୋଲେରୋ ଯୋଗେ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅମରେନ୍ଦ୍ର ଦାସ, ମାନ୍ୟବର ବିଧାୟକ, ଜଗତସିଂହପୁର, ସମ୍ମାନନୀୟ ଅତିଥି ଭାବେଶ୍ରୀ ମନୋଜ କୁମାର ଭୋଇ, ସଭାପତି, ଜିଲ୍ଲାପରିଷଦ, ଶ୍ରୀମତୀ ଅର୍ଚ୍ଚନା ସିଂହ, ଅଧ୍ୟକ୍ଷା, ଜଗତସିଂହପୁର ପୌରପରିଷଦ, ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଏବଂ ଶ୍ରୀ ଜ୍ୟୋତିଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ପ୍ରମୁଖ ଯୋଗଦାନ କରିଥିଲେ ।ତୀର୍ଥ ଯାତ୍ରାର ଶୁଭାରମ୍ଭ କରିବା ସହିତ ଅତିଥି ମାନେ ତୀର୍ଥଯାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ସେମାନଙ୍କ ଯାତ୍ରା ସୁଖମୟ ହେବା ପାଇଁ କାମନା କରିଥିଲେ । ବରିଷ୍ଠ ନାଗରିକ ମାନଙ୍କ ସହିତ ସେମାନଙ୍କର ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ ଜିଲ୍ଲାରୁ ସହାୟକ ଅଧିକାରୀ ଭାବେ ଶ୍ରୀ ସୁର୍ଯ୍ୟକାନ୍ତ ସାହୁ , ଶ୍ରୀ ପ୍ରସନ୍ନ କୁମାର ବେହେରା ଓ ଶ୍ରୀ ରାଧାମୋହନ ଜେନା ଗସ୍ତ କରିଛନ୍ତି । ଆସନ୍ତାକାଲି ତା.୨୫.୧୧.୨୦୨୫ରିଖ ପୂର୍ବାହ୍ନ ୧୧.୦୦ ସମୟରେ ସ୍ଵତନ୍ତ୍ର ଟ୍ରେନ ଯୋଗେ ସେମାନେ ଉଜ୍ଜୟିନୀ-ଓମକାରେଶ୍ଵର ଅଭିମୁଖେ ଯାତ୍ରା କରିବେ । ଆଜି ସକାଳେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ ଥିଲେ ।

0
0
0
s2sdefault