ହେଡଲାଇନସ୍:

ଭଞ୍ଜନଗର ଅଗ୍ନିସମ କେନ୍ଦ୍ର ପକ୍ଷରୁ ଏଲ୍.ପି.ଜି ରନ୍ଧନ ଗ୍ୟାସ ବ୍ୟବହାର ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଭଞ୍ଜନଗର ବ୍ଲକ ର ସମସ୍ତ ଅଙ୍ଗନବାଡି ସଦସ୍ୟା ଙ୍କ ଉପସ୍ଥିତି ରେ ଘରୋଇ ରନ୍ଧନ ଗ୍ୟାସ ଏଲ୍.ପି.ଜି ର ସମସ୍ତ ବ୍ୟବହାର ଉପଯୋଗୀତା ଓ ଛୋଟ ଛୋଟ ଗୁରୁତ୍ବପୂର୍ଣ୍ଣ ଅଗ୍ନିକୁ ଆୟତ୍ତ କରିବାର ବିଭିନ୍ନ କୈ।ଶଳ ପ୍ରଦାନ ଶିବିର ଆୟୋଜିତ ହୋଇଥିଲା।
ଭଞ୍ଜନଗର ଅଗ୍ନିଶମ ବିଭାଗ ତରଫରୁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଭଞ୍ଜନଗର ବ୍ଲକ ଠାରେ ଏକ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ବ୍ଳକ୍ ର ସମସ୍ତ ଅଙ୍ଗନବାଡି କର୍ମୀ ସହିତ, ସମସ୍ତ ସୁପରଭାଇଜର୍ , ବିସି ପୋଷଣ ସ୍ମିତା ରାଣୀ ସାହୁ, ମମତା ପିଏ ସତ୍ୟଜିତ୍ ବିଷୋୟୀ, ମିସନଶକ୍ତି ସଂଯୋଜକ ପ୍ରଶାନ୍ତ କୁମାର ନାୟକ ଓ ସମସ୍ତ ଆସି ଡି ଏସ୍ ସଦସ୍ୟଙ୍କ ସହିତ ପ୍ରକଳ୍ପ ଅଧିକାରୀଣି ଶ୍ରୀମତୀ ମିଲିମା କୁମାରୀ ପଣ୍ଡା ଉପସ୍ଥିତ ଥିଲେ। ଏବଂ ସମସ୍ତ କାର୍ଯ୍ୟକ୍ରମ କୁ ଟିକି ନିଖି ଭାବରେ ବୁଝି ସୁଝି ବାସ୍ତବ ରୂପ ଦେଇଥିଲେ। ବିଶେଷ ଭାବରେ ସମସ୍ତ ମାଁ ମାଉସୀ ଓ ଭଉଣୀ ମାନେ ବ୍ୟବହାର କରୁଥିବା ରନ୍ଧନ ଗ୍ୟାସ ଏଲ୍.ପି.ଜି ର ବିଭିନ୍ନ ବ୍ୟବହାର ଦୀଗ ଓ ଛୋଟ ଛୋଟ ନିଆଁ କୁ ଆୟତ୍ତ କରିବାର ବିଭିନ୍ନ କୈ।ଶଳ ଏହି ଶିବିରରେ ଶିକ୍ଷା ଦିଆଯାଇଥିଲା। ଏହି ଶିବିରରେ ଭଞ୍ଜନଗର ଅଗ୍ନିଶମ କେନ୍ଦ୍ର ଆସିଷ୍ଟାଣ୍ଟ ଷ୍ଟେସନ ଅଧିକାରୀ ଚକ୍ରଧର କହଁର ଙ୍କ ତତ୍ବାବଧାନରେ ଭଞ୍ଜନଗର ଅଗ୍ନିଶମ କେନ୍ଦ୍ର ହାବିଲଦାର ସନାତନ ମହାପାତ୍ର, କେ.ଦଣ୍ଡ ବାବୁ ଓ ଅଗ୍ନିଶମ କର୍ମଚାରୀ ଜିତେନ୍ଦ୍ର କୁମାର ଜେନା, ସାନୁଜା ଦେହୁରୀ, ଆଲାସା ବିଷୋୟୀ ଓ ଦେବଦତ୍ତ ମହାରଣା ଉପସ୍ଥିତ ଥିଲେ। କାରଣ ପ୍ରଥମତଃ ମହିଳାମାନେ ଏଲ୍.ପି.ଜି ବ୍ୟଵହାର ବିଷୟରେ ଅବଗତ ହୋଇ ଜାଣିଲେ, ଅନ୍ୟକୁ ଜଣାଇବେ ଓ ଜିଣିବେ । ଆଜିର ଏହି ଶିବିରରେ ଏଲ୍ ପି ଜି କଣ? ସିଲିଣ୍ଡର୍ ଅବଧି ଶେଷ ହେବା କିପରି ଜାଣିବେ ? ଏହାର ଓଜନ କେତେ ଓ କିପରି ରହୁଛି, ତାକୁ କିପରି ପରିକ୍ଷା କରିବା, ରୋଷେଇ ଘର ପରିବେଶ କିପରି ରହିବ, ଏଲ୍ ପି ଜି ବ୍ୟବହାର ପୂର୍ବରୁ ଓ ପରେ କଣ କରିବେ, କିଭଳି ବିଭିନ୍ନ ଅଙ୍ଗନବାଡି ସେଣ୍ଟର୍ ରେ ହଠାତ୍ ନିଆଁ ଲାଗିଲେ ପିଲାମାନଙ୍କୁ କିଭଳି ଉଦ୍ଧାର କରିବେ, ୧୧୨ ଫାୟାର ସେଫ୍ଟୀକୁ କିପରି କଲ୍ କରିବେ, ଛୋଟ ଛୋଟ ନିଆଁ କୁ ପ୍ରାଥମିକତା ଦୃଷ୍ଟିରୁ କିପରି ଆୟତ କରିବେ। ଏବଂ ବିଭିନ୍ନ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କିପରି କରିବେ ସେସବୁ ବିଷୟରେ ଶିକ୍ଷା ଓ ସଚେତନତା ପ୍ରଦାନ କରାଯାଇଥିଲା।

0
0
0
s2sdefault