କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ସମାଜ ମଙ୍ଗଳ ବିଭାଗ,ଶକ୍ତି ସଦନ ଏବଂ ଉଆନ ଷ୍ଟଫ ସେଣ୍ଟରର ମିଳିତ ସହଯୋଗ ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ସମାପ୍ତ କରିବା ଉଦ୍ଦେଶ୍ୟ ନେଇ ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି | ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଅତିରିକ୍ତ ଜିଲ୍ଲାପାଳ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ରାଲିର ଶୁଭାରମ୍ଭ କରିଥିଲେ | ଏହା ସହିତ ମହିଳା ବିରୁଦ୍ଧରେ ହେଉଥିବା ହିଂସାକୁ ରକିବା ପାଇଁ ଶପଥପାଠ କରାଯାଇଛି |ରାଲି ସହର ପରିକ୍ରମା କରିଥିଲା | ଏହି ସଚେତନତା କାର୍ଯ୍ୟକ୍ରମ ଆଜି ଠାରୁ ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ | ବିଭିନ୍ନ ବ୍ଲକ,ପଂଚାୟତ ସମେତ ବିଭିନ୍ନ ଅନୁଷ୍ଠାନ ଏବଂ ବିଭିନ୍ନ ଵର୍ଗକୁ ସାମିଲ କରାଯାଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ | ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ସମେତ ଅଙ୍ଗନବାଡି କର୍ମୀ, ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା,ଶକ୍ତି ସଦନ ସଦସ୍ୟ,ହବ ଷ୍ଟାଫଙ୍କ ସହ ପ୍ରାୟ ୮୦ ଜଣ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ |
ରାଜ୍ୟ
ମହିଳା ଏବଂ ବାଳିକାଙ୍କ ବିରୁଦ୍ଧରେ ହେଇଥିବା ହିଂସାକୁ ରକିବାକୁ ନେଇ ସଚେତନ ରାଲି ଏବଂ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ।
- Hits: 9











