ହେଡଲାଇନସ୍:

ଯୁବ ବ୍ୟବସାୟୀଙ୍କ ହୃଦଘାତରେ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବେରୁଆବାରୀ ପଂଚାୟତ ବନ୍ଧା ଭୁଇଁ ଗ୍ରାମର ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ପଂଚାୟତ ବନ୍ଧା ଭୁଇଁ ଗ୍ରାମର ଯୁବ ବେବସାୟୀ ବାବୁଲା ସାହୁ (୪୫) ସକାଳେ ଜମିବାଡ଼ି କାର୍ଯ୍ୟ ସାରି ବ୍ୟବସାୟକୁ ଯିବା ନିମନ୍ତେ ଏକ୍ସଲ ଗାଡ଼ିରେ ଆଳୁ, ପିଆଜ, ରସୁଣ ଲଦିବା ପରେ ଘରେ ଖାଇବାକୁ ବସିଥିଲେ । ତେବେ ଖାଇବା ସସ୍ଥାନରେ ହଠାତ୍ ଗଡି ପଡିଥିଲେ । ପରିବାର ଲୋକେ ତାକୁ ତୁରନ୍ତ ବାହାଡ଼ା ଝୋଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିବା ଜଣାପଡ଼ିଥିଲା । ଯୁବ ବ୍ୟବସାୟୀଙ୍କ ଅକାଳ ମୃତୁ ଖବର ପାଇ ସ୍ଥାନୀୟ ଲୋକେ ଶେଷ ଦର୍ଶନ ପାଇଁ ପହଁଞ୍ଚିଥିଲେ । ବେବସାୟୀ ଜଣକ ସଚ୍ଚୋଟ ଏବଂ ମେଳାପି ହୋଇଥିବାରୁ ସମିତି ସଭ୍ୟ କେଦାର ସେଠୀ, ଯୁବ ସମାଜ ସେବୀ ସନାତନ ବେହେରାଙ୍କ ବହୁ ଜଣାଶୁଣା ବ୍ୟକ୍ତି ପହଁଞ୍ଚି ଶେଷ ଦର୍ଶନ କରିଥିଲେ ।
ତାଙ୍କର ସ୍ତ୍ରୀ ଆସାଲତା ସାହୁଙ୍କ ସହିତ ଗୋଟିଏ ପୁଅ ଗୋଟିଏ ଝିଅ ରହିଥିବା ବେଳେ ଏକମାତ୍ର ରୋଜଗାରିଆ ମଣିଷ ଚାଲିଯାଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଅଚଳ ବାସୀ ଅନୁରୋଧ କରିଛନ୍ତି । ସୂଚନା ଥାଉକି ବାହାଡ଼ାଝୋଲା ପଞ୍ଚାୟତ ସାହିର ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ (୬୨) ଗତକାଲି ସନ୍ଧ୍ୟାରେ ଟିଉସନ ସାରି ଘରେ ପାଣି ପିଉଥିବା ସମୟରେ ଅଚାନକ ଟଳି ପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶିକ୍ଷକ ଶ୍ରୀ ସାହୁଙ୍କ ମୃତ୍ୟୁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

0
0
0
s2sdefault