କର୍ମଚାରୀ ଗଣ ନିକ୍ଷୟ ମିତ୍ର ଭାବେ ପୌଷ୍ୟ ଗ୍ରହଣ ଉଦ୍ୟମ ସ୍ୱାଗତଯୋଗ୍ୟ
ବିଜେପୁର:- ପ୍ରଧାନମନ୍ତ୍ରୀ “ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ” ଅନ୍ତର୍ଗତ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିବା ଯକ୍ଷ୍ମା ରୋଗୀମାନଙ୍କୁ ପୌଷ୍ୟ ଗ୍ରହଣ କରି ସହାୟତା କରିବା ଉଦ୍ୟମ ସତରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏଠାରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ, ଯକ୍ଷ୍ମା ବିଜେତା, ସେଚ୍ଛାସେବୀ, ଆଶା ଦିଦି ସମୁହ ଓ କଲେଜ ଛାତ୍ରୀମାନେ ଏଥିପାଇଁ ପୌଷ୍ୟ ଭାବେ ଆଗକୁ ଆସି ରୋଗୀମାନଙ୍କୁ ପୃଷ୍ଟିକର ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଉଦ୍ୟମରେ ସ୍ୱାସ୍ଥ୍ୟ ପରିଦର୍ଶକ ପୁରୁଷ ଅମିତ କୁମାର ସାହୁ, ରଂଜିତ ବେହେରା, ନବ କୁମାର ବାରିକ, ସ୍ୱାସ୍ଥ୍ୟ ପରିଦର୍ଶିକା କବିତାଞ୍ଜଳୀ ଦାଶ, ସଂଯୁକ୍ତା ଷଢ଼ଙ୍ଗୀ (ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ପରିଦର୍ଶିକା), ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ସ୍ମୃତିମୟୀ ପଣ୍ଡା, ନିୟତି ଗିରି, ହେମଲତା ମିଶ୍ର, କୁନ୍ତଳା ମହାଳିକ, ସୁଜାତା ପଧାନ, ଜୟକୁମାରୀ ବିଶି, ଅଞ୍ଜୁଲତା ଦାଶ, ସୂବଲୟା ସା, ବିଜୟିନୀ ସି, ମନ୍ଦାକିନୀ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶକୁନ୍ତଳା ବରିହା, ଉମାକାନ୍ତ ସାହୁ, ସୁନୀତି କୁମ୍ଭାର, ସ୍ମିତା କବିତା ଲୁଗୁନ, ତପନ କୁମାର ସାହୁ, ତାରାଚାନ୍ଦ ମେହେର, ରକ୍ତ ପରୀକ୍ଷକ ପ୍ରଦୀପ କୁମାର ରାଉତ, ବାସନ୍ତୀ ବାରିକ, ରାଜେଶ ପ୍ରଧାନ, ଅନିତା ବିଶି, ବ୍ଲକ ଡାଟା ମ୍ୟାନେଜର ନାରାୟଣ ପାଢ଼ୀ, ବ୍ଲକ MRA କ୍ଷୀରୋଦ୍ର ସାହୁ, Nirmal Supervisor କୁନା ମେହେର, ଯକ୍ଷ୍ମା ବିଜେତା କୈଳାଶ ଭୁଏ, ପ୍ରମୋଦ ମେହେର, ପ୍ରେମାନନ୍ଦ ଗୁରୁ, ଆଶା ଦିଦି ସାବିତ୍ରୀ ମେହେର, ଭୂମିସୁତା ପଧାନ, କଦମ୍ବାନୀ ଲୁହାଙ୍କ ଯୋଗଦାନ ଉପସ୍ଥିତ ସମସ୍ତ ଯକ୍ଷ୍ମା ରୋଗୀ ମାନଙ୍କୁ ଖାଦ୍ୟ ସମୂହ କିଟ୍ ବ୍ୟାଗ ପ୍ରଦାନ କରିଥିଲେ। କଲେଜ ଛାତ୍ରୀ ପୁନମ ପାଇକ ମଧ୍ୟ ପୌଷ୍ୟ ଭାବେ ଯୋଗଦେଇ ଯୁବପୀଢ଼ା ପାଇଁ ଏକ ପ୍ରେରଣା ସୃଷ୍ଟି କରିଛନ୍ତି। ଏହି ସମସ୍ତଙ୍କୁ କେନ୍ଦ୍ର ସରକାର ଦ୍ୱାରା ‘ନିକ୍ଷୟ ମିତ୍ର’ ମାନ୍ୟତା ଦିଆଯାଇଛି। ଆଜି ଆୟୋଜିତ କାର୍ଯ୍ୟକ୍ରମରେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ ମେହେର ସମସ୍ତ ନିକ୍ଷୟ ମିତ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ। ବରିଷ୍ଠ ଯକ୍ଷ୍ମା ଚିକିତ୍ସା ପରିଦର୍ଶକ ଦେବାଶିଷ ଦେବତା “ଯକ୍ଷ୍ମା ମୁକ୍ତ ଭାରତ” ଉଦ୍ୟମ ବିଷୟରେ ଆଲୋକପାତ କରିଥିଲେ।ଏ ଅବସରରେ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ (PHEO )ରୁଦ୍ରଦେବ ଡନସନା, BPM ବିଜୟ ସରାଫ, BAM ବାଳଗୋପାଳ ପଣ୍ଡା ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଡା. ସୁଶାନ୍ତ ମେହେର ସମସ୍ତ ଜନସାଧାରଣକୁ ଆହ୍ୱାନ କରି କହିଛନ୍ତି “ଯକ୍ଷ୍ମା ମୁକ୍ତ ଭାରତ ଗଢ଼ି ତୋଳିବାକୁ ନିକ୍ଷୟ ମିତ୍ର ଭାବେ ଆଗକୁ ଆସିବା ସମୟ ଆସିଛି।”











