ଓଡ଼ଗାଁ ଶ୍ରୀ ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଥରା ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଶୀତବସ୍ତ୍ର ବଣ୍ଟନ,

ଓଡ଼ଗାଁ,୧୬/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି, ଶ୍ରୀ ରଘୁନାଥ ବରିଷ୍ଠ ନାଗରିକ ମଞ୍ଚ ନୂତନ ଭାବେ ଚୟନ କାର୍ଯ୍ୟକର୍ତ୍ତା ମାନେ ରବିବାର କୋମଣ୍ଡ ନିକଟସ୍ଥ ପଥରା ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ ବୃଦ୍ଧା ଶ୍ରମର ଅନ୍ତେବାସୀ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ପୂର୍ବତନ ସଭାପତି ଦାମୋଦର ଖଖିଲାରଙ୍କ ସଭାପତିତ୍ବରେ ରବିବାର ସକାଳେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ସର୍ବସମ୍ମତିକ୍ରମେ ବରିଷ୍ଠ ନାଗରିକ ବସନ୍ତ କୁମାର ମିଶ୍ରଙ୍କୁ ସଭାପତି ଭାବେ ମନୋନୀତ କରିଥିବା ବେଳେ ଉପସଭାପତି ଭାବେ ସୁବାସ ଚନ୍ଦ୍ର ପାତ୍ର, ସମ୍ପାଦକ ନୃସିଂହ ଚରଣ ସାହୁ, ସହ ସମ୍ପାଦକ ବଟକୃଷ୍ଣ ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବେ ଶେଷଦେବ ସାହୁ ମନୋନୀତ ହୋଇଥିଲେ । ଏହିକ୍ରମରେ ସୁବାସ ଚନ୍ଦ୍ର ସାହୁ, ଲକ୍ଷ୍ମୀନାରାୟଣ ଦାଶ, ଅଜିତ କୁମାର ନାୟକ, ପ୍ରମୋଦ ଦୋରାଙ୍କୁ କାର୍ଯ୍ୟକାରି ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ବରିଷ୍ଠ ନାଗରିକ ଲୋକନାଥ ମିଶ୍ର(ଭରଦ୍ୱାଜ)ଙ୍କ ପ୍ରସ୍ତାବ କ୍ରମେ ଅର୍ଥ ଯୋଗାଡ କରି କମ୍ବଳ ନେଇ ବୃଦ୍ଧା ଶ୍ରମରେ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଥିଲା । ଏବଂ ଆସନ୍ତା ସପ୍ତାହରେ ସ୍ଥାନୀୟ ଅଞ୍ଚଳର ଗରିବ ଗୁରୁବା, ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରିବାର ପ୍ରକ୍ରିୟା ଜାରିରହିବ ବୋଲି ସଭାପତି ଶ୍ରୀଯୁକ୍ତ ମିଶ୍ର କହିଛନ୍ତି ।

0
0
0
s2sdefault