କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତାର ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା ।ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଭାବେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଜିଲ୍ଲା ପ୍ରଶାସନ ସହିତ ଗଣମାଧ୍ୟମର ସୁସମ୍ପର୍କ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହଯୋଗ କରି ଆସିଛି ବୋଲି ଦିବସର ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ କହିଥିଲେ ।ଖବର ପ୍ରସାରଣ ପୂର୍ବରୁ ଖବର ତର୍ଜମା କରି ଖବର ପରିବେଷଣ,ଖବରକୁ ବିଭିନ୍ନ ରୂପ ନ ଦେଇ ଖବର ପ୍ରକାଶନ ଉପରେ ଗୁରୁତ୍ୱ ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।ସେବା ମନବୃତ୍ତି ନେଇ କାର୍ଯ୍ୟ କରିବା ସହିତ ସର୍ବଦା ସଠିକ ଓ ବିଶ୍ୱାସପୂର୍ଣ୍ଣ ଖବର ଖବର ପରିବେଷଣ ଉପରେ ଗୁରୁତ୍ୱଦେବାକୁ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।ସାମ୍ବାଦିକଙ୍କ ସୁରକ୍ଷା, ଜିଲ୍ଲାରେ ସାମ୍ବାଦିକଙ୍କ ନିମନ୍ତେ ସାମ୍ବାଦିକ ଭବନ ଯୋଗେଇଦେବା,ଠକ ସାମ୍ବାଦିକଙ୍କୁ ଚିହ୍ନଟକରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାମ୍ବାଦିକଙ୍କୁ ପ୍ରଶାସନ ସର୍ବଦା ସହଯୋଗ କରିବାକୁ ସାମ୍ବାଦିକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ , ଆଶିଷ ସେନାପତି,ରବିନାରାୟଣ ପତି,ଅମର ବଳ ବିଶ୍ୱାଳ,ସରୋଜ ପରିଡା, ନିହାର ରଞ୍ଜନ ସାହୁ,ହିମାଂଶୁ ନାୟକ,ରାଧାକାନ୍ତ ମହାନ୍ତି ସମେତ ସାମ୍ବାଦିକ ଅଲେଖ ନାୟକ ପ୍ରମୁଖ ଜାତୀୟ ପ୍ରେସ ଦିବସ ଅବସରରେ ନିଜକୁ ଅଭିଭାଷଣ ରଖିଥିଲେ ।ଆଜିର କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡିଏସପି ଡିଆଇଵି ଲକ୍ଷ୍ମୀନାରାୟଣ ତିୱାରୀ,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶୁଭମ ପଣ୍ଡା,ମୁଖ୍ୟ ବକ୍ତା ଭାବେ ତପନ କୁମାର ପତି ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରେସଦିବସରେ ସାମ୍ବାଦିକ ଯୋଗ ଦେଇଥିଲେ । କାର୍ଯ୍ୟାଳୟର କର୍ମଚାରୀ ଦିବ୍ୟରଞ୍ଜନ ବେହେରା, ମୋଦନ ହାଁସଦା, ରଞ୍ଜନ ସାହୁ,ଶେଖ ନୁର ଇସଲାମ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault