ହେଡଲାଇନସ୍:

ସନ୍ଧ୍ୟାରେ ନିଖୋଜ ଯୁବକ ଗୁରୁତର ଅବସ୍ଥାରେ ସକାଳେ ଘରେ ପହଞ୍ଚିଲେ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ ଏବେ ଚିକିତ୍ସାଧୀନ,ଶିକାର ପାଇଁ ବିଛା ଜାଲରେ ଶିକାରୀ ପଡ଼ିଥିବା ସମ୍ଭାବନା,

ଓଡ଼ଗାଁ,୯।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରୋହିବାଙ୍କ ପଞ୍ଚାୟତ ରୋହିବାଙ୍କ ଗ୍ରାମର ଗୋବିନ୍ଦ ନାୟକ (୩୬) ଶନିବାର ସନ୍ଧ୍ୟା ୫ ଟାରୁ ହଠାତ୍ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ସ୍ତ୍ରୀ ପ୍ରତିମା ରାଉତ ରାତି ୧୧.୩୦ ମିନିଟ ସମୟରେ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଓଡ଼ଗାଁ ଆଇଆଇସି ଘଟଣା ସମ୍ପର୍କରେ ଶୁଣିବା ପରେ ନିଖୋଜ ଗୋବିନ୍ଦର ଟେଲିଫୋନକୁ ଟ୍ରାକିଙ୍ଗ୍ କରିଥିଲେ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରସିଙ୍ଗର ଏକ ଯାଗାକୁ ଫୋନ ରହିଥିବା ଜଣା ପଡିଥିଲା । ଏବଂ ସଂଗେସଂଗେ ରୋହିବାଙ୍କ ଗାଁର ଗୋବିନ୍ଦର ସମ୍ପର୍କିୟ ଓ ପଡୋଶୀ ଲୋକମାନେ ଲୋକେସନ ଦେଖାଉଥିବା ସ୍ଥାନରେ ଯାଇ ପହଞ୍ଚିଥିଲେ । ସେଠାରେ ଶିକାର ନିମନ୍ତେ ବିଛା ଯାଇଥିବା ମୁକୁଳା ଜିଆଇ ତାର ଦେଖି ବୁଗୁଡ଼ା ଥାନାକୁ ଫୋନକରି ଜଣାଇଥିଲେ । ଖବର ପାଇ ବୁଗୁଡ଼ା ଥାନା ପୋଲିସ ସହିତ ବିଦ୍ୟୁତ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ । ଏବଂ ଉକ୍ତ ସ୍ଥାନ ମାନଙ୍କରେ ସକାଳ ୫ ପର୍ଯ୍ୟନ୍ତ ଖୋଜାଖୋଜି କରୁଥିବା ବେଳେ ପ୍ରାୟ ସକାଳ ୪ ସମୟରେ ନିଖୋଜ ଗୋବିନ୍ଦ ଘରେ ପହଞ୍ଚିଥିବା ନେଇ ଖବର ପାଇଥିଲେ । ପରେ ଗାଁରୁ ଯାଇଥିବା ଖୋଜାଳିମାନେ ନିଜ ଗାଁ ରୋହିବାଙ୍କକୁ ଫେରି ଆସିଥିବା ବେଳେ ପୋଲିସ ଓ ବିଦ୍ୟୁତ୍ କର୍ମଚାରୀମାନେ ବୁଗୁଡ଼ାକୁ ଫେରିଯାଇଥିଲେ । ପୋଲିସ ସାଙ୍ଗରେ ଆସିଥିବା ବିଦ୍ୟୁତ୍ କର୍ମଚାରୀମାନେ ଶିକାର ଉଦ୍ଦେଶ୍ୟରେ ପଡ଼ିଥିବା ତାର ଗୁଡ଼ିକୁ କାଟି ନେଇଥିଲେ ।
ଅନ୍ୟପକ୍ଷରେ ଗୋବିନ୍ଦ ଗୁରୁତର ଭାବେ ଆହତ ଅବସ୍ଥାରେ ନିଜ ବାଇକ୍ ଚଳାଇ ଆସି ଘରେ ପହଞ୍ଚି ଥିଲା । ଗୋବିନ୍ଦ ଘରେ ପହଞ୍ଚିବା ବେଳକୁ ତାର ୨ ଗୋଡର ପାଦ ଉପର ଚିରିହୋଇ ଫେଡା ହୋଇଯାଇଥିବା ବେଳେ ଶରୀରର ପେଟ ଓ ଛାତି ସହିତ ଅନେକ ସ୍ଥାନରେ ପୋଡାଦାଗ ମାନ ରହିଥିଲା । ପରିବାର ଲୋକେ ତାକୁ ୧୦୮ ଯୋଗେ ଓଡ଼ଗାଁ ଡାକ୍ତରଖାନାକୁ ଅଣିଥିଲା । ତେବେ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ସାରି ତାକୁ ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା । ଏଭଳି ଘଟଣା କ୍ରମରେ ଶିକାର କରିବାକୁ ଯାଇଥିବା ଗୋବିନ୍ଦ ନିଜେ ବିଛେଇଥିବା ଜାଲରେ ଛନ୍ଦି ହୋଇପଡିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାଯାଏ । ତେବେ ତାକୁ କୌଣସି ନିଛାଟିଆ ଯାଗାକୁ ନେଇ ବାଡିଆପିଟା କରାଯାଇଛି ବୋଲି ଘରଲୋକ ସନ୍ଦେହ କରୁଛନ୍ତି । ଏଭଳି ସ୍ଥିତିରେ ପୋଲିସ ତଦନ୍ତ ସରିଲେ ଘଟଣାର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରିବ ।

0
0
0
s2sdefault