ହେଡଲାଇନସ୍:

ସାଇବର ସୁରକ୍ଷା କାର୍ଯ୍ୟକ୍ରମରେ ବୁଲିଲା ସଚେତନ ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୯/୧୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ସାଇବର ସୁରକ୍ଷା ନେଇ ଏକ ସଚେତନ ରଥ ବୁଲିଛି। ଲୋକଙ୍କୁ ସାଇବର ଠକେଇ ରୁ ସୁରକ୍ଷା ପାଇଁ ଏହି ସଚେତନ ରଥ ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପହଞ୍ଚିବା ପରେ ସେଠାରେ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର ଯୋଗ ଦେଇଥିଲେ। ଡାବୁଗାଁ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଆଗୁପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ରୀ ମାନଙ୍କୁ ସାଇବର ସୁରକ୍ଷା ନେଇ ସଚେତନ କରାଯାଇଥିଲା। ଇଣ୍ଟର ନେଟ ର ସୁରକ୍ଷା, ସୋସିଆଲ ମିଡ଼ିଆ ସତର୍କତା, ମୋବାଇଲ ଗେମିଂ, ମୋବାଇଲ ରେ ଆର୍ଥିକ କାରବାର, ଅନଲାଇନ୍ ବ୍ରାଉଜିଂ, ଫେସବୁକ୍, ହ୍ୱାଟସଅପ୍, ଇନଷ୍ଟାଗ୍ରାମ ଆଦି ସୋସିଆଲ ମିଡିଆ ରେ ନିଜ ଫୋଟ ନ ଦେବା ନେଇ ବିସ୍ତୃତ ସଚେତନ କରାଯାଇଥିଲା। ସେହିପରି ଅଜଣା ଫୋନ କଲ୍ ଉପରେ ସତର୍କତା ଗ୍ରହଣ କରିବାକୁ କୁହା ଯାଇଥିଲା।ଅସାବଧାନତା ଯୋଗୁଁ ସାଇବର ଠକେଇ ର ଶିକାର ହେଲେ ୧୯୩୦ ନମ୍ବର ରେ ଫୋନ କରିବାକୁ କହିଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ଵାରା ସାଇବର ସୁରକ୍ଷା ନେଇ ଏକ ସଚେତନ ଡ୍ରାମା ସହ ନୃତ୍ୟ ପରିବେଷଣ କରାଯାଇଥିଲା। ପରିଶେଷରେ ଛାତ୍ରୀ ମାନଙ୍କୁ ସାଇବର ସଂକ୍ରାନ୍ତରେ ବିଭିନ୍ନ ପ୍ରଶ୍ନ କରାଯାଇ ସଠିକ୍ ଉତ୍ତର ଦାତା ଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ଲା କାର୍ଡ ଧରି ଏକ ରାଲି ହେବା ସହ ସାଇବର ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ପୁଲିସ ପକ୍ଷରୁ ଡାବୁଗାଁ ଦୈନିକ ବଜାର ନିକଟରେ ଏଲ ଇ ଡି ମାଧ୍ୟମରେ ସାଇବର ସୁରକ୍ଷା ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏସ ଆଇ ଚନ୍ଦନ ସାହୁ, ଏଏସଆଇ ଗୋପାଳ କୃଷ୍ଣ ହାଲୱା, ପୁଲିସ କର୍ମଚାରୀ,ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

0
0
0
s2sdefault