ନୂଆଁପଡ଼ା ତା.୨୭/୧୦ - ନୁଆଁପଡା ବିଧାନସଭା ଉପ ନିର୍ବାଚନ ରେ ରାଜନୈତିକ ଚଳ ଚଞ୍ଚଳତା ଦିନକୁ ଦିନ ବଢ଼ିବାରେ ଲାଗିଛି । ନେତା ଙ୍କ ସମେତ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ସକ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।
ଆଜି ଏହି ମର୍ମ ରେ ଖରିଆର୍ ରୋଡ଼ ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖାରିଆର ବିଜ୍ଞାପିତ ପରିଷଦ ଅଞ୍ଚଳ ର ୪,୫,୬,୭ ନମ୍ବର ୱାର୍ଡ ର ବିଜେପି କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।
ନିର୍ବାଚନ ପ୍ରଚାରରେ କେନ୍ଦ୍ରର ମୋଦୀ ସରକାର୍ ଓ ରାଜ୍ୟର ମୋହନ୍ ମାଝୀ ସରକାରଙ୍କର ସମସ୍ତ ଜନକଲ୍ୟାଣକରୀ ଯୋଜନା କିଭଳି ତୃଣମୂଳ ସ୍ତରରେ ସଧାରଣ ଲୋକଙ୍କ ପାଖକୁ ପହଞ୍ଚିବ ସେ ନେଇ ବୈଠକ ରେ ଉପସ୍ଥିତ ନେତୃବୃନ୍ଦ କାର୍ଯ୍ୟକର୍ତ୍ତା ଙ୍କୁ ବୁଝାଇଥିଲେ । ନିର୍ବାଚନ ଦିନ କେମିତି ସମସ୍ତ ଭୋଟର୍ ବୁଥ କୁ ଯାଇ ନିଜର ଭୋଟ ଅଧିକର ର ସତ୍ ଉପଯୋଗ କରିବେ ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସପକ୍ଷ ରେ ଭୋଟ କରିବେ ସେ ନେଇ ଳୋକଙ୍କୁ ସଚେତନ କରାଇବା ପାଇଁ ମଧ୍ଯ ସଜାଗ କରେଇଥିଲେ ।
ଆଜିର ବୈଠକ ରେ ସୁକାନ୍ତ ପାଣିଗ୍ରାହୀ, ଗୋବିନ୍ଦ ଜେନ୍, ଡ. ସୋନିଆ ଜେନ, ଗୋଲ୍ଡି ଅଗ୍ରୱାଲ, ସନ୍ଦୀପ ଶର୍ମା, ପଙ୍କଜ ମାରୋଡିଆ, ସଲମାନ୍ ସୁମ୍ରା, ସଞ୍ଜୟ ସୋନି, ଡାଭିଁନ ଠାକୁର୍, ନନ୍ଦ କୁମାର୍ କଲର ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତା ଙ୍କ ବୈଠକ
- Hits: 8











