ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ତା- ୨୯-୫-୨୦୨୫ରିଖରେ ବି. ଲୋକେସ ରାଓ , ପିତା-ସ୍ୱର୍ଗତ ବି. କ୍ରିଷ୍ଣା ମୂର୍ତ୍ତି , ଗୁରାଣ୍ଡି , ଜିଲ୍ଲା-ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି କାର୍ଯ୍ୟାଳୟରେ ଦ୍ବାରସ୍ଥ ହୋଇ ନିଜ ନାବାଳିକ ଝିଅର (ଯିଏକି ଜନ୍ମରୁ ଦିବ୍ୟାଙ୍ଗ) ଆଧାର କାର୍ଡ ଓ ଦିବ୍ୟାଙ୍ଗ ପ୍ରମାଣ ପତ୍ର ନିମନ୍ତେ ଦରଖାସ୍ତ ଦେଇଥିଲେ।
ତାଙ୍କ ପିତାଙ୍କ କହିବା ଅନୁସାରେ ତାଙ୍କ ଝିଅର ଆଧାର କାର୍ଡ ନଥିବା ଯୋଗୁଁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଏବଂ ଦିବ୍ୟାଙ୍ଗ ପ୍ରମାଣ ପତ୍ର (ସାର୍ଟିଫିକେଟ) ମଧ୍ୟ ଆବେଦନ କରିପାରୁନାହାଁନ୍ତି I ଏହି ପରିପ୍ରେକ୍ଷିରେ ସମ୍ମାନୀୟ ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ଯକ୍ଷ, ଗଜପତି, ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ସଚିବ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ବିମଳ ରାଉଳଙ୍କ ତୁରନ୍ତ ପଦକ୍ଷେପ ଫଳରେ ଝିଅଟିର ଆଧାର କାର୍ଡ ଯଥା ସମୟରେ ପଞ୍ଜୀକରଣ ହୋଇଥିଲା। ଦିବ୍ୟାଙ୍ଗ ପ୍ରମାଣ ପତ୍ର ନିମନ୍ତେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ , ଗଜପତି କୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶକ୍ରମେ ଉପରିସ୍ଥ ସ୍ବାସ୍ଥ୍ୟ ଅଧିକାରୀଙ୍କ ତୁରନ୍ତ ପଦକ୍ଷେପ ଫଳରେ ପନ୍ଦର ଦିନ ମଧ୍ୟରେ ନାବାଳିକା ଝିଅଙ୍କ ନାମରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଜାରି ହେଲା। ଏହାଦ୍ବାରା ସେହି ଝିଅ ସରକାରଙ୍କର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିଲେ।
ପ୍ରକାଶ ଥାଉ କି-ଯଦି କୌଣସି ବ୍ୟକ୍ତି ମାଗଣା ଆଇନ ସେବାରୁ ବଞ୍ଚିତ ହୁଅନ୍ତି ତେବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି କାର୍ଯ୍ୟାଳୟ ସହିତ ଯୋଗାଯୋଗ ପାଇଁ ଅନୁରୋଧ।
ରାଜ୍ୟ
ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପରେ ନାବାଳିକା ଝିଅର ମୁହଁରେ ହସ ଫୁଟିଲା
- Hits: 13











