କଟକ–ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା, ୩ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚଣ୍ଡୀବଜ଼ାର ଠାରେ ବାଇକ ସହ କାର ମୁହାଁମୁହିଁ ଧକ୍କା ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲାର କଟକ–ଚାନ୍ଦବାଲି ରାସ୍ତାରେ ଚଣ୍ଡୀବଜ଼ାର ନିକଟରେ ଆଜି ଅପରାହ୍ନରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ ଓ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗି ତିନିଜଣ ଗୁରୁତର ଆହତ ହୋଇଛନ୍ତି ।ଦୁର୍ଘଟଣା ଘଟିବା ସହିତ ଅଞ୍ଚଳବାସୀ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଦୁର୍ଘଟଣା ସୂଚନା ମିଳିବା ସହିତ ଡେରାବିଶ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି । ଦୁର୍ଘଟଣା ଗ୍ରସ୍ତ ଯାନଗୁଡ଼ିକୁ ଜବତ କରି ପୋଲିସ ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଆହତ ବ୍ୟକ୍ତିମାନଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ, ପୋଲିସ ସେମାନଙ୍କ ଚିହ୍ନଟ ପାଇଁ ପ୍ରୟାସରତ । ଘଟଣା ନେଇ ଅଞ୍ଚଳରେ ଚାପ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକମାନେ ଏହି ରାସ୍ତାରେ ନିୟମିତ ଭାବେ ଦୁର୍ଘଟଣା ଘଟୁଥିବାକୁ ଉଲ୍ଲେଖ କରି, ସଡ଼କରେ ସ୍ପିଡ୍‌ବ୍ରେକର ଓ ସତର୍କତା ସଙ୍କେତ ସ୍ଥାପନ କରିବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି ।

0
0
0
s2sdefault